ଏୟାରପୋର୍ଟରେ ହ୍ବିଲଚେୟାର ବ୍ୟବହାର କରିବା ନିୟମରେ ହେବ ପରିବର୍ତ୍ତନ, ଆଉ ଠକିପାରିବେନି ଯାତ୍ରୀ

ଭାରତର ପ୍ରମୁଖ ବିମାନବନ୍ଦରରେ ହ୍ବିଲଚେୟାରର ଚାହିଦା ବଢିବାରେ ଲାଗିଛି । ଆମେରିକା ଏବଂ ଲଣ୍ଡନ ଯାଉଥିବା ବିମାନରେ ପ୍ରତି ୩ ଜଣରେ ଜଣେ ହ୍ବିଲଚେୟାର ଆସିଷ୍ଟାଣ୍ଟ ଦାବି କରୁଛନ୍ତି । କିଛି ଯାତ୍ରୀଙ୍କୁ ସ୍ବାଭାବିକ ଭାବେ ଆବଶ୍ୟକ ଥିବା ବେଳେ ଅନ୍ୟ କେତେକ ଯାତ୍ରୀ ଲମ୍ବା ଲାଇନରୁ ବଞ୍ଚିବା ପାଇଁ ଏଭଳି ଉପାୟ ଅବଲମ୍ବନ କରୁଛନ୍ତି । ଏମିତିରେ ସରକାର ଏହାର ଦୁରୁପଯୋଗକୁ ରୋକିବା ପାଇଁ କିଛି ନିୟମ ପ୍ରସ୍ତୁତ କରୁଛନ୍ତି, ଯାହାଦ୍ବାରା ବାସ୍ତବିକ ଭାବେ ଜରୁରୀ ଥିବା ଲୋକଙ୍କୁ ସାହାଯ୍ୟ ମିଳିବ ।

ରିପୋର୍ଟ ମୁତାବକ, ଡିଜିସିଏ ବର୍ତ୍ତମାନ ଏକ ନୂଆ ଢାଞ୍ଚାରେ ସେବା ଆରମ୍ଭ କରିବାକୁ ଯାଉଛି, ଯାହା ମେ ଶେଷ ଆଡ଼କୁ ଲାଗି ହେବାର ସମ୍ଭାବନା ରହିଛି । ଏହି ନିୟମ ଅନୁଯାୟୀ, ଫ୍ରିରେ ହ୍ବିଲଚେୟାର ସର୍ଭିସ ୬୦ ବର୍ଷ କିମ୍ବା ତା’ ଠାରୁ ଅଧିକ ବର୍ଷର ଯାତ୍ରୀଙ୍କ ପାଇଁ ରହିବ । କୌଣସି କମ୍ ବୟସର ଯାତ୍ରୀଙ୍କୁ ହ୍ବିଲଚେୟାର ଆବଶ୍ୟକ ହେଲେ, ତାଙ୍କୁ ଉପଯୁକ୍ତ ମେଡିକାଲ ସାର୍ଟିଫିକେଟ ଦେଖାଇବାକୁ ହେବ । ଏହାସହିତ ବୋଡିଂ ଗେଟ୍ ଯାଏଁ ହ୍ବିଲଚେୟାରର ସହାୟତା ନେଉଥିବା ଯାତ୍ରୀଙ୍କୁ ସାମାନ୍ୟ ଶୁଳ୍କ ନେବାକୁ ଯୋଜନା ଚାଲିଛି ।

ସମ୍ଭାବିତ ସମାଧାନ :

ବୟସ ସୀମା : ହ୍ବିଲଚେୟାର ଆସିଷ୍ଟାଣ୍ଟ ପାଇଁ ଏକ ବୟସ ସୀମା ନିର୍ଦ୍ଧାରିତ କରିବା ପାଇଁ ପରାମର୍ଶ ଦିଆଯାଇଛି । କେବଳ ୬୦ ବର୍ଷ କିମ୍ବା ତା’ ଠାରୁ ଅଧିକ ବୟସର ଯାତ୍ରୀ ହ୍ବିଲଚେୟାର ସେବା ପାଇବାକୁ ଯୋଗ୍ୟ ।

ମେଡିକାଲ ପ୍ରମାଣପତ୍ର : ଯଦି କୌଣସି କମ୍ ବୟସର ଯାତ୍ରୀ ହ୍ବିଲଚେୟାର ଆସିଷ୍ଟାଣ୍ଟ ମାଗନ୍ତି, ତେବେ ଏୟାରଲାଇନ୍ସ ତାଙ୍କୁ ମେଡିକାଲ ଡକ୍ୟୁମଣ୍ଟେ ମାଗିପାରେ ।

କାର୍ଟ ସର୍ଭିସ : ଏୟାରପୋର୍ଟରେ ବଗି କିମ୍ବା କାର୍ଟ ସର୍ଭିସ ଆରମ୍ଭ ହେବାର ଯୋଜନା ରହିଛି । ଯାହାଦ୍ବାରା ବୟସ୍କ ଯାତ୍ରୀ ଅଧିକ ଦୂର ଚାଲିବାକୁ ନ ପଡେ ।

ଯାତ୍ରୀଙ୍କୁ ଅପିଲ : ଯାତ୍ରୀଙ୍କ ଦାୟିତ୍ବ ଯେ, ସେମାନେ ହ୍ବିଲଚେୟାର ଆସିଷ୍ଟାଣ୍ଟର ସଠିକ୍ ବ୍ୟବହାର କରନ୍ତୁ । ଏହି ସୁବିଧା ଏୟାରପୋର୍ଟରେ ଠିକ୍ ଭାବେ ଚାଲିପାରୁନଥିବା ଯାତ୍ରୀଙ୍କ ପାଇଁ ରହିଛି । ଏହା ବୋର୍ଡିଂ କିମ୍ବା ଇମିଗ୍ରେସନ ଲାଇନରୁ ବଞ୍ଚିବା ପାଇଁ ବ୍ୟବହାର କରିବା ଅନୁଚିତ ।

Also Read : ପଶ୍ଚିମବଙ୍ଗ ଯାଉଥିବା ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥରମାଡ଼, ଭାଙ୍ଗିଲା ଝରକା, ଯାତ୍ରୀ ଭୟଭୀତ