ଘୋର ବିରୋଧ ପରେ ବାତିଲ ହେଲା ଆଧାରକୁ ନେଇ ଜାରି ହୋଇଥିବା ନୂଆ ଆଡଭାଇଜରୀ, ପଛ ଘୁଞ୍ଚା ଦେଲେ ସରକାର

ବ୍ୟାଙ୍କ ହେଉ ବା ହୋଟେଲ ସବୁଠି ଆଧାର କାର୍ଡର ବ୍ୟବହାର ବାଧ୍ୟତାମୂଳକ ହୋଇଛି । ହେଲେ ନିକଟରେ ଆଧାର କାର୍ଡ ସୁରକ୍ଷା ନେଇ ନିଜେ ପ୍ରଶ୍ନ ଉଠାଇଛନ୍ତି ସରକାର । ସରକାରଙ୍କ ଆଇଟି ମନ୍ତ୍ରଣାଳୟ ନିକଟରେ ଏକ ଆଡଭାଇଜରୀ ପ୍ରକାଶ କରିଥିଲେ । ଏଥିରେ କହିଥିଲେ ଯେ ଆଧାରକୁ କେହି ଭୁଲ ଭାବେ ଲଗାଇ ପାରିବାର ଆଶଙ୍କା ଥିବାରୁ ଆଧାରର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଥିଲେ ।

କୌଣସି ସ୍ଥାନରେ ଆଧାରର ସମ୍ପୁର୍ଣ୍ଣ ବିବରଣୀ ନ ଦେଇ କେବଳ ଶେଷ ୪ ଅଙ୍କ ଦେବାକୁ ପରାମର୍ଶ ଦେଇଥିଲେ । ହେଲେ ଏହାକୁ ନେଇ ଘୋର ବିରୋଧ ହେବା ପରେ ସରକାର ତାଙ୍କ ଆଡଭାଇଜରୀରୁ ଓହରି ଯାଇଛନ୍ତି । ଆଧାର ପୂର୍ଣ୍ଣ ସୁରକ୍ଷିତ ବୋଲି କହିଛନ୍ତି ।

ଆଧାରକୁ ନେଇ କ’ଣ କହିଥିଲା UIDAI

ବେଙ୍ଗାଲୁର ସ୍ଥିତ UIDAI କାର୍ଯ୍ୟାଳୟ ନିକଟରେ ଏକ ଆଡଭାଇଜରୀ ଜାରି କରିଥିଲା ଯେ ଲୋକେ କୌଣସି ସଂସ୍ଥାକୁ ଆଧାରକାର୍ଡର ଫଟୋ କପି ଦେଇ ପାରିବେ ନାହିଁ । ଏହା ସ୍ଥାନରେ ମାକ୍ସଡ ବା ଆଧାର ୧୨ ଟିକିଆ ନମ୍ବରରୁ କେବଳ ଶେଷ ୪ ଅଙ୍କ ଦେବାକୁ ହେବ । ହେଲେ ଲାଇସେନ୍ସ ନଥିବା ହୋଟେଲ , ସିନେମା ହଲ ଓ ସଂସ୍ଥାକୁ ମଧ୍ୟ ଆଧାର କାର୍ଡ ଦେବାକୁ ବାରଣ କରାଯାଇଥିଲା ।

କାର୍ଡର ସୁରକ୍ଷା ନେଇ ସରକାରଙ୍କ ଏହି ଏଜେନ୍ସି ପ୍ରଶ୍ନ ଉଠାଇ ଥିବାରୁ ଲୋକେ ଆଧାର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଥିଲେ । ସରକାରଙ୍କ ଆଡଭାଇଜାରୀ ଉପରେ ବିତର୍କ ହେବା ଓ ଏହାକୁ ବିରୋଧ କରାଯିବା ପରେ ସରକାର ତାଙ୍କ ଆଡଭାଇଜାରୀକୁ ସ୍ଥଗିତ ରଖିଛନ୍ତି । ଆଧାର କାର୍ଡ ପୁର୍ଣ୍ଣ ସୁରକ୍ଷିତ ବୋଲି କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.