GPS ଭରସାରେ ଯାଉଥିଲା କାର୍, ସରିଗଲା ବ୍ରିଜ୍, ୫୦ ଫୁଟ୍ ତଳକୁ ଖସିଲା ଗାଡ଼ି: ୩ ମୃତ

ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଜିପିଏସ୍ ସିଷ୍ଟମ ବା ଗୁଗଲ୍ ମ୍ୟାପ୍ ଭରସାରେ ଯାଉଥିବା ଏକ ଗାଡ଼ି ବ୍ରିଜ୍ ତଳକୁ ଖସିପଡ଼ିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଗ୍ରାମବାସୀ ରାମଗଙ୍ଗା ନଦୀକୁ ଯାଇଥିବା ବେଳେ ସେଠାରେ ଏକ କାର୍ କ୍ଷତିଗ୍ରସ୍ତ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ । କାରରେ ଥିବା ସମସ୍ତ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଏ ନେଇ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ମୃତକମାନଙ୍କ ପରିବାର ଲୋକେ କହିଛନ୍ତି ଯେ ଜିପିଏସ୍ ସାହାଯ୍ୟରେ କାରଟି ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଏଭଳି ଦୁର୍ଘଟଣା ପାଇଁ ସେମାନେ ବିଭାଗୀୟ ଅବହେଳାକୁ ଦାୟୀ କରିଛନ୍ତି ।

ପରିବାରର କହିବା ହେଲା, ଅଧିକାରୀମାନଙ୍କ ଅବହେଳା ହେତୁ ବ୍ରିଜକୁ ଅଧାରୁ ଛାଡ଼ି ଦିଆଯାଇଛି । ଏଠାରେ କୌଣସି ବ୍ୟାରିକେଡ୍ ମଧ୍ୟ ଲଗାଯାଇ ନାହିଁ ।

ଏହି ଦୁର୍ଘଟଣା ବରେଲିର ଫରିଦପୁର ଥାନା ଖଲପୁର ଅଞ୍ଚଳରେ ଘଟିଛି । ଏଠାରେ ରାମଗଙ୍ଗା ନଦୀ ଉପରେ ଫରିଦପୁର-ଦାତାଗଞ୍ଜକୁ ସଂଯୋଗ କରୁଥିବା ଅସମ୍ପୂର୍ଣ୍ଣ ବ୍ରିଜରୁ ଗାଡ଼ିଟି ଖସିପଡ଼ିଥିଲା । କାରରେ ୩ ଜଣ ଥିଲେ ।  ମୃତକମାନେ ହେଲେ, ବିବେକ କୁମାର, ଅମିତ ଓ କୌଶଲ । ଗୁଗଲ୍ ମ୍ୟାପ୍ ସାହାଯ୍ୟରେ ଏମାନେ ଦାତାଗଞ୍ଜରୁ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ।

You might also like