ଗ୍ରାମୀ ପୁରସ୍କାର ବିଜେତା ନାଓମି ଜୁଡ୍‌ଙ୍କ ନିଧନ; ଦୀର୍ଘ ଦିନ ଧରି ମାନସିକ ରୋଗରେ ଥିଲେ ପୀଡ଼ିତ

୫ ଥର ଗ୍ରାମୀ ପୁରସ୍କାର ଜିତିଥିବା କିମ୍ବଦନ୍ତୀ ସିଙ୍ଗର ନାଓମି ଜୁଡ୍‌ଙ୍କ ଶନିବାର ୭୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ମାନସିକ ରୋଗରେ ପୀଡିତ ଥିଲେ। ନାଓମିଙ୍କ ଝିଅ ଏଶଲେ ଜୁଡ୍‌ ସୋସିଆଲ ମିଡିଆରେ ଏ ନେଇ ନିଶ୍ଚିତ କରିଛନ୍ତି। ଟ୍ଵିଟ୍‌ କରି ସେ ଲେଖିଛନ୍ତି, ‘ଆଜି ଆମ ଭଉଣୀମାନଙ୍କ ପାଇଁ ଦୁଃଖଭରା ଦିନ। ଆଜି ଆମେ ନିଜ ସୁନ୍ଦର ମା’କୁ ହରାଇ ଦେଇଛୁ। ସେ ମାନସିକ ଭାବେ ପୀଡ଼ିତ ଥିଲେ। ଆମେ ଭାଙ୍ଗି ପଡ଼ିଛୁ। ଆମକୁ ଗଭୀର ଆଘାତ ଲାଗିଛି। ଆମେ ସମସ୍ତେ ତାଙ୍କୁ ଭଲ ପାଉଥିଲୁ। ସେ ନିଜ ଫ୍ୟାନମାନଙ୍କୁ ମଧ୍ୟ ବହୁତ ଭଲ ପାଉଥିଲେ। ଆମେ ଗଭୀର ବେଦନାରେ ଅଛୁ’।

twet
photo: News18 Hindi

ନାଓମି ଜୁଡ୍‌ଙ୍କ ସ୍ୱାମୀ ତଥା ସିଙ୍ଗର ଲ୍ୟାରୀ ଷ୍ଟ୍ରିକ୍‌ଲ୍ୟାଣ୍ଡ କହିଛନ୍ତି, ନାଓମିଙ୍କ ନିଧନ ଟେନେସିର ନ୍ୟାସ୍‌ବିଲେରେ ହୋଇଛି। କିନ୍ତୁ ଲ୍ୟାରୀ ଏ ନେଇ କୌଣସି ଅଧିକ ସୂଚନା ଦେଇ ନାହାନ୍ତି। ଏଥିସହ ସେ ଲୋକଙ୍କୁ ପରିବାର ଦୁଃଖରେ ଥିବା କାରଣରୁ ପ୍ରାଇଭେସି ବଜାୟ ରଖିବାକୁ ନିବେଦନ କରିଛନ୍ତି। ରିପୋର୍ଟ ମୁତାବକ, ନାଓମିଙ୍କୁ ମେ’ ୧ରେ ଝିଅ ଏଶଲେଙ୍କ ସହିତ କଣ୍ଟ୍ରି ମ୍ୟୁଜିକ୍‌ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେବାର ଥିଲା।

ଏହି ଗୀତ ପାଇଁ ମିଳିଥିଲା ଗ୍ରାମୀ ଆଓ୍ଵାର୍ଡ

ନାଓମି ଓ ତାଙ୍କ ଝିଅ ଭିନୋନା ଜୁଡ୍‌ସ ୧୯୮୩ରେ ଦ ଜୁଡ୍‌ସ, ଦ କଣ୍ଟ୍ରି ମ୍ୟୁଜିକ୍‌ ଯୋଡ଼ି ବନାଇଥିଲେ। ନିଜର ଶେଷ ଥର ଯାତ୍ରା ପରଠାରୁ ନାଓମି ଡିପ୍ରେସନକୁ ଚାଲିଯାଇଥିଲେ। ତାଙ୍କୁ ପ୍ୟାନିକ ଆଟାକ୍‌, ଭୟ ଓ କମ୍ପନ ଆଦି ଘାରି ବସିଥିଲା। ସେ ଦୀର୍ଘଦିନ ଧରି ଏଥିରେ ପୀଡ଼ିତ ଥିଲେ। ନାଓମି ଝିଅ ଭିନୋନାଙ୍କ ସହ ମିଶି ଟିପ୍‌-୧୦ ହିଟ୍‌ ସଙ୍ଗ ପ୍ରସ୍ତୁତ କରିଥିଲେ ଏବଂ ମ୍ୟୁଜିକ୍‌ ଆଓ୍ଵାର୍ଡ ପ୍ରୋଗ୍ରାମରେ ଲଗାତାର ୮ ବର୍ଷ ଧରି ବିଜୟୀ ରହିଥିଲେ। ତାଙ୍କର ପ୍ରଥମ ଗୀତ Had a Dream (For Dil) ୧୯୮୩ରେ ରିଲିଜ୍‌ ହୋଇଥିଲା, ଯାହାକି ବିଲ୍‌ବୋର୍ଡରେ ୧୭ଶ ନମ୍ବରରେ ପହଞ୍ଚି ଯାଇଥିଲା। ଜଣେ ସଙ୍ଗୀତ ଲେଖିକା ରୂପେ ନାଓମି ‘Love Can Build a Bridge’ ପାଇଁ ଗ୍ରାମୀ ଆଓ୍ଵାର୍ଡ ଜିତିଥିଲେ। ଏହାକୁ ଜୁଡ୍‌ସ ଗାଇଥିଲେ ଏବଂ ଏହି ଗୀତକୁ ‘କଣ୍ଟ୍ରି ସଙ୍ଗ୍‌ ଅଫ୍‌ ଦ ଇୟର’ କୁହାଯାଇଥିଲା।

ନାଓମି ଜୁଡ୍‌ଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନମାନଙ୍କ ମଧ୍ୟରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଅନେକ ସେଲିବ୍ରିଟି ଏହି କିମ୍ବଦନ୍ତୀ ସିଙ୍ଗରଙ୍କ ନିଧନରେ ଶୋକବ୍ୟକ୍ତ କରିଛନ୍ତି। ସିଙ୍ଗର ମାରନ୍‌ ମରିସ୍‌ ଟ୍ଵିଟ୍‌ କରି ଲେଖିଛନ୍ତି, ‘ରେଷ୍ଟ୍‍ ଇନ୍‌ ପିସ୍‌ ନାଓମି ଜୁଡ୍‌। କିଛି ସପ୍ତାହ ପୂର୍ବରୁ ‘Love Can Build a Bridge’ ଦେଖିଥିଲି’।

Leave A Reply

Your email address will not be published.