ପୁଅ ବେକାର ଥିବାରୁ ୨୯ ଦିନର ନାତିକୁ ମାରିଦେଲେ ଜେଜେ ମା’, ଜାଣନ୍ତୁ କଣ ଥିଲା ପୂରା ଘଟଣା

ବେଙ୍ଗାଲୁରୁ(କେନ୍ୟୁଜ୍) : ସମସ୍ତ ମାଁ ଚାହିଁଥାନ୍ତି ତାଙ୍କ ପୁଅ ବିବାହ କରନ୍ତୁ ଏବଂ ସେ ନାତି ନାତୁଣୀ ମୁହଁରୁ ଜେଜେମା ଡାକ ଶୁଣୁନ୍ତୁ। କିନ୍ତୁ ନିକଟରେ ଘଟିଥିବା ଏକ ଘଟଣା ଜେଜେମାଙ୍କର ସେହି ପ୍ରତିଛବି ଉପରେ ପ୍ରଶ୍ନବାଚୀ ସଷ୍ଟି କରିଛି। ମହିଳା ଜଣଙ୍କ ନିଜ ପୁଅ ବେକାର ଥିବାର ଦଣ୍ଡ ତାଙ୍କର ନବଜାତ ଶିଶୁକୁ ଦେଇଛନ୍ତି।

todllerkiller

ଏପରି ଏକ ଅଭାବନୀୟ ଘଟଣା ଘଟିଛି ବେଙ୍ଗାଲୁରୁର ବିବେକନଗରରେ । ଗତ ସୋମବାର ଦିନ ନିଜ ପୁଅର ୨୯ ଦିନର ନବଜନ୍ମିତ ପୁଅକୁ ମାରିଦେଇ ଲୁଚାଇ ଦେଇଥିଲେ ତାଙ୍କର ନିଜ ଜେଜେମା। ବିବେକାନଗର ନୀଳସନ୍ଧ୍ରାରେ ନିଜ ପୁଅ ଓ ବହୁ ସାଥେ ରୁହନ୍ତି ୫୨ ବର୍ଷୀୟ ବିଜୟାଲକ୍ଷ୍ମୀ। ଗତ ୨୯ ଦିନ ତଳେ ତାର ପୁଅ ସି କାର୍ତ୍ତିର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ଜନ୍ମର ୧୦ ଦିନ ପରେ ଏହି ଶିଶୁଟିର ସ୍ବାସ୍ଥ୍ୟ ଖରାପ ହୋଇଥିଲା। ଚି କାର୍ତିକ ପୁଅକୁ ଚିକିତ୍ସା ନିମନ୍ତେ ମେଡିକାଲକୁ ନେଇ ଯାଇଥିଲେ । ସେଠାରେ ଡ଼ାକ୍ତର ଚିକିତ୍ସା ବାଦକୁ ଅଧିକ ଖର୍ଚ୍ଚ ହେବା ସହ ସି କାର୍ତିକ ମଧ୍ୟ କିଛି ଉଧାର ମଧ୍ୟ କରିପକେଇଥିଲା ପରିବାର। କିନ୍ତୁ ଶିଶୁ ପୁତ୍ରର ସ୍ବାସ୍ଥ୍ୟରେ କିଛି ପରିବର୍ତ୍ତନ ହୋଇନଥିଲା ।

infanticide

 

ନିଜ ନବଜାତ ଶିଶୁକୁ ବଞ୍ଚାଇବା ପାଇଁ କିଛି ଉପାୟ ନପାଇ ନସିଂହୋମ ନେବା ପାଇଁ ଚିନ୍ତା କରଥିଲେ। କିନ୍ତୁ ଏଥିପାଇଁ ଅଧିକ ଖର୍ଚ୍ଚ ମଧ୍ୟ ହେବ ନେଇ ଖୁବ୍ ଚିନ୍ତାରେ ଥିଲେ ସି କାର୍ତିକେ। ଏହି ସବୁ ସମସ୍ତ ଦେଖି ବେରୋଜଗାରିଆ ପୁଅର ମା ନେଇଥିଲେ ଏକ ଦୁର୍ଦାନ୍ତ ନିଷ୍ପତି।
ଏଣୁ ଗତ ୨୧ ତାରିଖ ଅପରାହ୍ନ ୫.୩୦ ମିନିଟରେ ଘରେ କେହି ନଥିବା ଦେଖି ୨୯ଦିନର ଶିଶୁଟିକୁ ବାଡେଇ ଖଟତଳେ ଲୁଚାଇ ଦେଇଥିଲେ। ପରେ କାର୍ତିକେଙ୍କ ସ୍ତ୍ରୀ ଆସି ଶିଶୁ ପୁତ୍ରକୁ ନପାଇ ସ୍ବାମୀଙ୍କୁ ଖବର ଦେଇଥିଲେ।

infant

ପରେ ନପାଇ ସ୍ଥାନୀୟ ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଥିଲେ। ପୁଲିସ ଆସି ଖୋଜାଖୋଜି କରିବା ପରେ ଖଟତଳେ ଏହି ଶିଶୁଟିକୁ ପାଇଥିଲେ ତୁରନ୍ତ ତାକୁ ଡାକ୍ତରଖାନାକୁ ନେଇଯାଇଥିଲେ । କିନ୍ତୁ ସେଠାରେ ଶିଶୁ ପୁତ୍ରଟି ମୃତ ଘୋଷଣା କରାଯାଇଥିଲା । ତେବେ ପୁଲିସ ଘଟଣାର ତଦନ୍ତ କରିବା ପରେ କାର୍ତିକେଙ୍କ ମା ବିଜୟଲକ୍ଷ୍ମୀ ସତ୍ୟସତ୍ୟ ମାନିବା ପରେ ପୁଅ ବେରୋଜଗାରିଆ ଥିବାରୁ ପୁଅର ଦୁଃଖ ସହନପାରି ଏପରି ପଦକ୍ଷେପ ନେଇଥିବା କହିଥିଲେ। ଏବେ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବା ସୁଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.