ଦିଲ୍ଲୀରେ ଜାରି ରହିବ GRAP-4, ପ୍ରଦୂଷଣକୁ ନେଇ ପୁଣି ବର୍ଷିଲେ ସୁପ୍ରିମକୋର୍ଟ

ଦିଲ୍ଲୀ-ଏନସିଆରରେ ପ୍ରଦୂଷଣର ସାଂଘାତିକ ସ୍ଥିତିକୁ ନେଇଛି ପୁଣି ବର୍ଷିଛନ୍ତି ସୁପ୍ରିମକୋର୍ଟ । ଆଜିର ଶୁଣାଣିରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଦିଲ୍ଲୀ-ଏନସିଆରରେ ଗ୍ରାପ୍-୪ ଲାଗୁ ରହିବ । ବଢ଼ୁଥିବା ପ୍ରଦୂଷଣ ସ୍ତରକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ଆଗାମୀ ଦିନରେ ସ୍କୁଲ ଖୋଲାଯାଇ ପାରିବ ନା ଅନଲାଇନରେ ପାଠପଢ଼ା ଜାରି ରହିବ, ତାହା ସ୍ଥିର କରିବାକୁ ସୁପ୍ରିମକୋର୍ଟ ଏୟାର କ୍ଵାଲିଟି ମ୍ୟାନେଜମେଣ୍ଟ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ଲକ୍ଷ ଲକ୍ଷ ପିଲାଙ୍କ ଉପରେ ପ୍ରଭାବ ପଡ଼ିବ, ଯେଉଁମାନେ ମଧ୍ୟାହ୍ନ ଭୋଜନ ଭଳି ସୁବିଧା ପାଇପାରୁ ନାହାନ୍ତି ।

ଆସନ୍ତା ନଭେମ୍ବର ୨୮ ଅପରାହ୍ନ ସାଢ଼େ ୩ଟାରେ ପରବର୍ତ୍ତୀ ଶୁଣାଣି ହେବ । ଏଥିରେ ପ୍ରଦୂଷଣ ସ୍ତରକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନଗୁଡିକର ସଞ୍ଚାଳନ ଉପରେ ଆଲୋଚନା କରାଯିବ । ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲିବାର ବିକଳ୍ପ ଉପରେ ବିଚାର କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଯେପର୍ଯ୍ୟନ୍ତ ପ୍ରଦୂଷଣ ସ୍ତର ହ୍ରାସ ନ ପାଇଛି, ସେପର୍ଯ୍ୟନ୍ତ ଗ୍ରାପ୍-୪ରୁ ତଳକୁ ଆସିବା ଉପରେ ବିଚାର କରାଯିବ ନାହିଁ । ଗ୍ରାପ୍-୪ ଯୋଗୁ ନିର୍ମାଣ କାର୍ଯ୍ୟ ଅଟକି ରହିଛି, ଯେଉଁ କାରଣରୁ ଶ୍ରମିକମାନଙ୍କୁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ।

ନଭେମ୍ବର ୨୦ରୁ ୨୩ ପର୍ଯ୍ୟନ୍ତ ତଥ୍ୟ ଅନୁସାରେ, ଦିଲ୍ଲୀ ଏବଂ ଏନସିଆରରେ ପ୍ରଦୂଷଣ ସ୍ତର ୩୦୦ରୁ ୪୧୯ ମଧ୍ୟରେ ରହିଛି, ଯାହା ଅତ୍ୟନ୍ତ ଚିନ୍ତାଜନକ ।

You might also like