ମୁମ୍ବାଇ : ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସଙ୍କଟ ଭିତରେ ହର୍ମୁଜ ପ୍ରଣାଳୀ ପାର ଭାରତରେ ପହଞ୍ଚିଛି ଆଉ ଏକ ଏଲପିଜି ଟ୍ୟାଙ୍କର ଜାହାଜ । ଏହି ଜାହାଜରେ ୧୫,୪୦୦ ଟନର ଏଲପିଜି ରହିଛି । ମୁମ୍ବାଇର ଜବାହରଲାଲ ନେହରୁ ବନ୍ଦର ପ୍ରାଧିକରଣ କହିଛି କି, ୧୫୪୦୦ ଟନ ଏଲପିଜି ଧରି ଭାରତୀୟ ଜାହାଜ ପହଞ୍ଚିଛି । ଏହି ଜାହାଜ ୬ ଏପ୍ରିଲରେ ହର୍ମୁଜ ପ୍ରଣାଳୀକୁ ପାର୍ କରିଥିଲା । ଜାହାଜର ନାମ ଗ୍ରୀନ ଆଶା ।
ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଯୁଦ୍ଧ କରି ଇରାନ ଷ୍ଟ୍ରେଟ୍ ଅଫ୍ ହର୍ମୁଜଙ୍କୁ ବନ୍ଦ କରିଥିଲା । କେବଳ କିଛି ଦେଶ ଏହି ପ୍ରଣାଳୀ ଦେଇ ଯିବାଆସିବା କରିପାରୁଥିଲେ । ଏଥିରେ ଭାରତୀୟ ଜାହାଜକୁ ଯିବାଆସିବା ପାଇଁ ଅନୁମତି ମିଳୁଥିଲା ।
ଜବାହରଲାଲ ନେହରୁ ବନ୍ଦ ପ୍ରାଧିକରଣ ତରଫରୁ ଜାହାଜ ଗ୍ରୀନ ଆଶାକୁ ସ୍ବାଗତ କରାଯାଇଛି । ଏଥିରେ ଥିବା ସମସ୍ତ ସଦସ୍ୟ ସୁରକ୍ଷିତ ରହିଛନ୍ତି । ଯୁଦ୍ଧ ଆରମ୍ଭ ହେବା ପରେ ଜେଏନପିଏ ପହଞ୍ଚିଥିବା ପ୍ରଥମ ଜାହାଜ, ଯାହା ୧୫,୪୦୦ ଟନ ଏଲପିଜି ଧରି ଭାରତ ପହଞ୍ଚିଛି ।
Today, JNPA proudly welcomed Green Asha 🇮🇳—an India-flagged LPG vessel that has successfully crossed the Strait of Hormuz, and has moored at JNPA’s liquid berth operated by BPCL-IOCL (@BPCLimited) (@ioclupso2). This is a significant milestone as it is the first such vessel to… pic.twitter.com/3nUTU3uzUb
— जवाहरलाल नेहरू पत्तन प्राधिकरण (JNPA) (@JNPort) April 9, 2026
Also Read : ତୁରନ୍ତ ଇରାନ ଛାଡ଼…. ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କଲେ କେନ୍ଦ୍ର ସରକାର