ଅମୃତସର ସ୍ୱର୍ଣ୍ଣ ମନ୍ଦିରରେ ଗ୍ରେନେଡ ଆକ୍ରମଣ, ୨ ଦୁର୍ବୃତ୍ତ ଆସି କଲେ ଆକ୍ରମଣ : ସିସିଟିଭି ଫୁଟେଜ ଭାଇରଲ

ପଞ୍ଜାବର ଅମୃତସରରେ ଥିବା ସ୍ୱର୍ଣ୍ଣ ମନ୍ଦିରରେ ବାଇକରେ ଆସି ଆକ୍ରମଣ କରିଛନ୍ତି ଦୁଇଜଣ ଯୁବକ । ଦୁଇ ଯୁବକ ବାଇକରେ ଆସି ଗ୍ରେନେଡରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ରାତି ୧୨.୩୫ ସମୟରେ ଆକ୍ରମଣ ହୋଇଥିବା ଜଣାପଡିଛି । ଅମୃତସରର ଖଣ୍ଡୱାଲା ଅଞ୍ଚଳରେ ଠାକୁରଦ୍ବାର ମନ୍ଦିରରେ ହୋଇଛି ଆକ୍ରମଣ । ଏହି ଆକ୍ରମଣ ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ରହିଛି ।
ଅମୃତସର ଖଣ୍ଡୱାଲା ଅଞ୍ଚଳରେ ଯେଉଁ ସ୍ଥାନରେ ଗ୍ରେନେଡ ଆକ୍ରମଣ ହୋଇଛି । ସୂଚନା ମୁତାବକ, ବିଳମ୍ବିତ ରାତିରେ ୧୨.୩୫ରେ ଆକ୍ରମଣ ହୋଇଥିଲା । ଆକ୍ରମଣ ତୁରନ୍ତ ପରେ ସଂପୂର୍ଣ୍ଣ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଲୋକ ଶୋଇଥିବା ବେଳେ ଏହି ଆକ୍ରମଣ ହୋଇଛି ।
ସିସିଟିଭିରେ ଦେଖିବାକୁ ମିଳିଛି କି, ୨ ଯୁବକ ମୋଟର ସାଇକେଲରେ ବସି ରାତିରେ ଆସୁଛନ୍ତି । ଯୁବକ ବାଇକରେ ବସିଥିବା ବେଳେ ଅନ୍ୟ ଜଣେ ରାସ୍ତାରେ ଓହ୍ଲାଇ ବୁଲୁଥାଏ । ପରସ୍ପର ଚାରିଆଡେ ଚାହିଁବା ପରେ ବୁଲୁଥିବା ଯୁବକ ଜଣକ ଗ୍ରେନେଡ ପକାଇଥିଲା । ଗ୍ରେନେଡ ପକାଇବା ପରେ ବାଇକରେ ବସି ଫେରାର ହୋଇଯାଇଥିଲା ।
#Amritsar में एक मंदिर पर हुआ बड़ा ब्लास्ट
मोटरसाइकिल पर आए 2 नौजवानों ने मंदिर पर किया #granade हमला #cctv वीडियो आई सामने pic.twitter.com/QsQRMCq4mP
— Anil Yadav (@anilyadavmedia) March 15, 2025
ପୋଲିସ ଘଟଣା ସ୍ଥଳର ସିସିଟିଭି ଆଧାରରେ ମାମଲା ଯାଞ୍ଚ କରୁଛି । ତେବେ ଆକ୍ରମଣକାରୀ କିଏ, ଏବଂ କ’ଣ ପାଇଁ ଆକ୍ରମଣ କରିଛନ୍ତି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।
ସୂଚନାଯୋଗ୍ୟ, ଶିଖ ନବବର୍ଷ ପାଳନ କରୁଥିବା ବେଳେ ସ୍ୱର୍ଣ୍ଣ ମନ୍ଦିର ପରିସରରେ ଥିବା ଶ୍ରୀ ଗୁରୁ ରାମଦାସ ସରାଇରେ ଏହି ଆକ୍ରମଣ ହୋଇଥିଲା । ଏହି ଘଟଣା ପରେ ସ୍ୱର୍ଣ୍ଣ ମନ୍ଦିରରେ ଭକ୍ତଙ୍କ ସୁରକ୍ଷାକୁ ନେଇ ଆଲର୍ଟ ଜାରି ହୋଇଛି ।
Also Read : ବଦୋଦରାରେ ହିଟ୍ ଆଣ୍ଡ ରନ୍ : ନିଶାସକ୍ତ ଅବସ୍ଥାରେ ବେପରୁଆ ଗାଡ଼ିଚାଳନା ଯୋଗୁଁ ଜଣେ ମୃତ, ୮ ଆହତ