ପଠାନକୋଟରେ ଥିବା ଭାରତୀୟ ସେନା କ୍ୟାମ୍ପରେ ଗ୍ରେନେଡ ବିସ୍ଫୋରଣ, ସହରର ସମସ୍ତ ଚେକ୍‌ ପୋଷ୍ଟରେ ହାଇ ଆଲର୍ଟ

ପଞ୍ଜାବର ପଠାନ୍‌କୋଟରେ ଥିବା ସେନା କ୍ୟାମ୍ପରେ ବିସ୍ଫୋରଣ। ଏହି ବିସ୍ଫୋରଣ ଗ୍ରେନେଡ ବିସ୍ଫୋରଣ ଦ୍ୱାରା ହୋଇଥିବା ‘ଏସ୍‌ଏସ୍‌ପି’ ସୁରେନ୍ଦ୍ର ଲାମ୍ବା କହିଛନ୍ତି। ବିସ୍ଫୋରଣ ଘଟିବା ପରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା। ଘଟଣାସ୍ଥଳରେ କିଏ ଏବଂ କାହିଁକି ଗ୍ରେନେଡ ବିସ୍ଫୋରଣ କରିଛି, ତାହାର ତଦନ୍ତ ଚାଲିଛି। ଏଥିଲାଗି ସମ୍ପୃକ୍ତ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି। ବିସ୍ଫୋରଣ ପରେ ମଧ୍ୟ ସହରରେ ଆଲର୍ଟ ଜାରି କରିଦିଆଯାଇଛି। ପଠାନ୍‌କୋଟ୍‌ରେ ଥିବା ସମସ୍ତ ଚେକ୍‌-ପୋଷ୍ଟ୍‌ରେ ହାଇ ଆଲର୍ଟ ଜାରି କରାଯାଇଛି।


ସୂଚନା ଅନୁସାରେ, ସେ ଅଞ୍ଚଳ ଦେଇ ଗୋଟାଏ ବିବାହ ଶୋଭାଯାତ୍ରା ଅତିକ୍ରମ କରୁଥିବା ବେଳେ କେତେକ ଅଜ୍ଞାତ ବ୍ୟକ୍ତି ମୋଟରସାଇକେଲ୍‌ରେ ଆସି ଆର୍ମି ଷ୍ଟେସନ୍‌ ଗେଟ୍‌ ଆଡ଼କୁ ଗ୍ରେନେଡ୍‌ ଫିଙ୍ଗିଥିଲେ। ପଠାନ୍‌କୋଟ୍‌ର ଧୀରପୁଲ ନିକଟରେ ଅବସ୍ଥିତ ଭାରତୀୟ ସେନାର ତ୍ରିବେଣୀ ଫାଟକ ନିଟକରେ ବିସ୍ଫୋରଣ ଘଟିଛି। ଏହି ଘଟଣାରେ କେହି ମୃତାହତ ହୋଇଥିବା କଥା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ପରେ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ଲାଗି ‘ସିସିଟିଭି ଫୁଟେଜ୍‌’ ଯାଞ୍ଚ କରୁଛି। ବିସ୍ଫୋରଣ ସ୍ଥାନରୁ ସେମାନେ ଗ୍ରେନେଡ୍‌ର ଟୁକୁରା ପାଇଛନ୍ତି।

ପଠାନକୋଟରେ ଭାରତୀୟ ସେନାର ବଡ଼ ବେସ୍‌ କ୍ୟାମ୍ପ ରହିଛି। ବିସ୍ଫୋରଣ ଶବ୍ଦ ଶୁଣି ଗେଟ ବାହାରକୁ ଯବାନ ଏବଂ ପୋଲିସ କର୍ମୀ ଦୌଡି ଚାଲିଆସିଥିଲେ। ପୋଲିସ ମୁତାବକ, ଏହି ବିସ୍ଫୋରଣ ରବିବାର ବିଳମ୍ବିତ ରାତିରେ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.