ଲକ ଡାଉନ ସମୟରେ ବିବାହ : ସାମାଜିକ ଦୂରତା ରହିଲା, ବାହାଘର ବି ହେଲା; ଅନଲାଇନରେ ପଡିଲା ହାତଗଣ୍ଠି

କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ପୂରା ଦେଶରେ ଆସନ୍ତା ୩ ତାରିଖ ଯାଏଁ ଲକ ଡାଉନ ଜାରି ହୋଇଛି । ବର୍ତ୍ତମାନ ସମୟରେ ପୁରା ଦେଶ ଯେମିତି ଘରେ ହିଁ ବନ୍ଦ ଅଛି । କୌଣସି ଜରୁରୀ କାମ ବ୍ୟତୀତ ଘରୁ ବାହାରିବାକୁ ଅନୁମତି ନାହିଁ । ଏପରି ଅବସ୍ଥାରେ ଅନେକ ବିବାହ, ବ୍ରତଘର ପରି ଅଟକି ଯାଇଛି । ଏପରି ଏକ ସ୍ଥିତିରେ ଉତ୍ତର ପ୍ରଦେଶର ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଯେମିତି ଲକ ଡାଉନ ନିୟମର ବିରୋଧ ନ ହୁଏ, ତାହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶର ବରେଲୀ ଠାରେ ଅନଲାଇନ ଜରିଆରେ ଏକ ବିବାହ ସମ୍ପର୍ଣ୍ଣ ହୋଇଛି । “ସାଦି ଫ୍ରମ ହୋମ” ଜରିଆରେ ଅତିଥି ମାନେ ବି ଅନଲାଇନ ଜରିଆରେ ହିଁ ସାମିଲ ହୋଇଥିଲେ ।

unique wedding

ଖାଲି ସେତିକି ନୁହେଁ ବିବାହ ପାଇଁ ବାଜୁଥିବା ବାଜାର ଆୟୋଜନ ବି ଅନଲାଇନ ମାଧ୍ୟମରେ ହିଁ କରାଯାଇଥିଲା । ଅନ୍ୟପକ୍ଷରେ କହିବାକୁ ଗଲେ, ବିବାହଟି ସମ୍ପୂର୍ଣ ରୂପେ ସାମାଜିକ ଦୂରତା ପାଳନ କରି ଅନଲାଇନ ଜରିଆରେ ହିଁ ସମ୍ପର୍ଣ୍ଣ ହୋଇଥିଲା । କନ୍ୟା ବରେଲୀର ହୋଇଥିବା ବେଳେ ବର ହେଉଛନ୍ତି ମୁମ୍ବାଇର । ବରେଲୀ ବାସିନ୍ଦା କୀର୍ତି ନାରଙ୍ଗ ହେଉଛନ୍ତି ଜଣେ ମେକଅପ ଆର୍ଟିଷ୍ଟ । ତାଙ୍କ ବିବାହ ଜୟପୁର ବାସିନ୍ଦା ସୁଷେନଙ୍କ ସହିତ ସ୍ଥିର ହୋଇଥିଲା । କୀର୍ତ୍ତି ଓ ସୁଶାନଙ୍କ କୋର୍ଟ ମେରେଜ ଫେବୃଆରୀ ୨୧ ତାରିଖରେ ହିଁ ଶେଷ ହୋଇଥିଲା । କିନ୍ତୁ ଏପ୍ରିଲ ୧୯ ତାରିଖରେ ବୈଦିକ ରୂପରେ ବିବାହ ହେବ ନେଇ ସ୍ଥିର କରା ଯାଇଥିଲା । କିନ୍ତୁ ସେମାନଙ୍କ ବିବାହ ହେବା ପୂର୍ବରୁ ହିଁ ଦେଶ ବ୍ୟାପି ଲକ ଡାଉନ ପରିସ୍ଥିତି ଜାରି ହୋଇଥିଲା ।

unique wedding

ଏହା ପରେ ବିବାହ ତାରିଖ ପାଖେଇ ଆସିବାରୁ ଏଦୁହେଁ ଭିନ୍ନ ଢଙ୍ଗରେ ବିବାହ କରିବାକୁ ସ୍ଥିର କରି ଏକ ମେଟ୍ରିମୋନିଆଲ ସାଇଟ ସହ ସମ୍ପର୍କ କରିଥିଲେ । ଏହି ୱେବସାଇଟ ଘରେ ବସି ପୂର୍ବ ନିର୍ଦ୍ଧାରିତ ତାରିଖରେ କିଭଳି ବିବାହ ସମ୍ପନ କରାଯିବ ସେନେଇ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା । ଏପ୍ରିଲ ୧୯ ତାରିଖରେ ଏକ ଅନଲାଇନ ଆପ ସହାୟତାରେ ବିବାହର ସମସ୍ତ ନୀତି ନିୟମ ଶେଷ ହୋଇଥିଲା । ଏହି ଭିନ୍ନ ବିବାହକୁ ନେଇ କୀର୍ତି ଓ ସୁଷେନଙ୍କ ବ୍ୟତୀତ ସେମାନଙ୍କ ପରିବାର ଲୋକେ ବି ଖୁବ ଖୁସିଥିବା ପ୍ରକାଶ କରିଛନ୍ତି । ସାମାଜିକ ଦୂରତାର ଉଲଂଘନ ନ କରାଯାଇ ଏହି ଅନଲାଇନ ବିବାହ ସମ୍ପର୍ଣ୍ଣ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.