ହାତରେ ଅଭିନନ୍ଦନଙ୍କ ମେହେନ୍ଦି କରି ବେଦିକୁ ଗଲେ ବର, ଭାବି ପତ୍ନୀଙ୍କୁ କହିଲେ ସବୁଠୁ ପ୍ରଥମେ ଦେଶ

ଇନ୍ଦୋର : ଏୟାର ଷ୍ଟ୍ରାଇକରେ ସେନାର ପରାକ୍ରମ ଦେଖିସାରିବା ପରେ ଦେଶବାସୀ ନିଜନିଜର ତରିକାରେ ବୀର ସୈନିକ ମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ଯେବେଠାରୁ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନରୁ ସ୍ୱଦେଶ ଫେରିଛନ୍ତି ସେବେଠାରୁ ପ୍ରତ୍ୟେକ ଭାରତୀୟ ଗର୍ବରେ ଛାତି ଫୁଲାଇ ଯୋଦ୍ଧା ମାନଙ୍କ ଗୁଣ ଗାରିମାକୁ ବଖାଣୁଛନ୍ତି । ଭାରତୀୟ ବାୟୂ ସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଯେପରି ପାକିସ୍ତାନରେ ନିଜର ବୀରତ୍ୱ ଦେଖାଇ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ, ତାଙ୍କର ସାହାସ ଓ ପରାକ୍ରମ ଦେଖି ଅନେକ ଯୁବକ ଅଭିନନ୍ଦନଙ୍କ ବେଶଭୁଷାକୁ ଆପଣେଇ ନେଉଛନ୍ତି । ବିଶେଷ କରି ଅଭିନନ୍ଦନଙ୍କ ନିଶ ରଖିବାର ଷ୍ଟାଇଲ ଯୁବ ପିଢିଙ୍କୁ ବେଶ୍‌ ଆକୃଷ୍ଟ କରିଥିବାରୁ ଅନେକ ଯୁବକ ତାଙ୍କ ପରି ନିଶ ରଖିବାର ମଧ୍ୟ ଦେଖିବାକୁ ମିଳିଥିଲା ।

କିନ୍ତୁ ଇନ୍ଦୋରର ଏହି ଘଟଣା କିନ୍ତୁ ଟିକେ ନିଆରା, ଅଭିନନ୍ଦନଙ୍କ ପରାକ୍ରମରେ ପ୍ରଭାବିତ ହୋଇ ଇନ୍ଦୋରର ଶୁଭମ ଜାଟ ବିବାହ ମଣ୍ଡପକୁ ଯିବା ପୁର୍ବରୁ ହାତରେ ଅଭିନନ୍ଦନଙ୍କ ଛବିକୁ ଆଙ୍କିଥିଲେ । ଏହା ପରେ ଶୁଭମ ତାଙ୍କ ଭାବୀ ପତ୍ନୀଙ୍କୁ ଫୋନ ଯୋଗେ କହିଥିଲେ ତୁମେ ମୋର ହୃଦୟରେ ଅଛ କିନ୍ତୁ ଦେଶ ହୃଦୟଠାରୁ ଉପରେ ଅଛି । ଆଉ ଦେଶକୁ ସୁରକ୍ଷା ଦେଉଥିବା ସେନାଙ୍କ ସମ୍ମାନ ସବୁଠାରୁ ଉପରେ ଅଛି । ବୀର ଯବାନ ମାନେ ୨୪ଘଣ୍ଟା ଆମର ରକ୍ଷା କରିବା ପାଇଁ ବର୍ଡର ଉପରେ ଦିନ ରାତି ଏକ କରିଦେଉଛିନ୍ତି । ତେଣୁ ଆମର ବି କିଛି କର୍ତ୍ତବ୍ୟ ରହିବା ଦରକାର ସେମାନଙ୍କ ପାଇଁ ବୋଲି ଶୁଭମ କହିଥିଲେ ।

ଶୁଭମଙ୍କ ଏହି ନିଷ୍ପତ୍ତିରେ କେବଳ ତାଙ୍କ ଭାବୀ ପତ୍ନୀ ନୁହନ୍ତି ତାଙ୍କ ପରିବାର ସବୁ ସଦସ୍ୱ ବହୁତ ଖୁସି ହୋଇଥିଲେ । ୧୦ ମାର୍ଚରେ ହେବାକୁଥିବା ଏହି ବାହାଘରରେ ସାମିଲ ହେବାକୁ ଆସିଥିବା ସମସ୍ତ ସମ୍ପର୍କୀୟ ମାନେ ଅଭିନନ୍ଦନଙ୍କୁ ଶୁଭମଙ୍କ ତରଫରୁ ଏହି ଅଭିନବ ସମ୍ମାନ ପାଇଁ ସାବାସୀ ଦେଇଥିଲେ । ବରର ଭାଇ ଗୌରବଙ୍କ କହିବା ମୂତାବକ ତାଙ୍କ ଭାଇ ହାତରେ ଅଭିନନ୍ଦନଙ୍କ ଛବିକୁ ମେହେନ୍ଦିରେ ଆଙ୍କି କେବଳ ଦେଶକୁ ବର୍ତ୍ତା ଦେଇନାହାନ୍ତି ବରଂ ପଡୋଶୀ ଦେଶ ପାକିସ୍ତାନର ମୁହଁ ଉପରେ ତାଲା ପକେଇ ଦେଇଛି । କାହିଁକି ନା ଦେଶର ଯୁବକ ମାନଙ୍କ ପାଇ ଦେଶଭକ୍ତି ଠାରୁ ବଡ ଆଉ କିଛି କର୍ମ ଓ ଧର୍ମ ନାହିଁ ।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

33 seconds ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

15 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

30 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

40 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

51 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago