ବିବାହ ବେଦୀରେ ନବବଧୂ କୋଳରେ ଆଖିବୁଜିଲେ ବର

ମଧ୍ୟପ୍ରଦେଶର : ବେଳେ ବେଳେ ଭାରି ଆଶ୍ଚର୍ଯ୍ୟ ଲାଗେ । କଣ ମୃତ୍ୟୁ ଏମିତି ବି ଆସେ ? ନା ଦେଖେ ଧନୀ, ଗବରି ନା ଦେଖେ ସ୍ଥାନ, କାଳ, ପାତ୍ର । କାହାକୁ ଦର ବୁଢା ହେବା ଯାଏ ବଞ୍ଚିବାର ସୁଯୋଗ ଦିଏ ତ କାହାକୁ ଅକାଳରେ ସମୟ ପୂର୍ବରୁ ନେଇଯାଏ । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ।

ସାଗର ଜିଲ୍ଲାର ଗୋପାଳଗଞ୍ଜ ପୋଲିସ୍ ଷ୍ଟେସନ ଅଞ୍ଚଳରେ ଘଟିଥିବା ଏହି ଅଭାବନୀୟ ଘଟଣା ସମସ୍ତଙ୍କୁ କରିଦେଇଛି ସ୍ତବ୍ଧ । ଖବର ମୁତାବକ, ଏଠାରେ ଥିବା ଏକ ବିବାହ ମଣ୍ଡପରେ ଚାଲିଥିବା ଏକ ବିବାହ ଉତ୍ସବ ଦେଖୁ ଦେଖୁ ପରିଣତ ହୋଇଯାଇଥିଲା ଶୋକରେ । ବାହାଘର ଚାଲିଥିବା ମସୟରେ ହଠାତ୍ ହୃଦଘାତର ଶୀକାର ହୋଇଥିଲେ ବର । ଆଉ ଦେଖୁ ଦେଖୁ ବେଦୀ ଉପରେ କନ୍ୟାର କୋଳରେ ମୁଣ୍ଡ ରଖି ସବୁଦିନ ପାଇଁ ଆଖି ବୁଜିଦେଲେ ବର । ଏହି ଘଟଣା ସମସ୍ତଙ୍କୁ ଖୁବ୍ ବ୍ୟଥିତ କରିଛି । ଏହି ଘଟଣା ସମସ୍ତଙ୍କୁ ଭାଙ୍ଗିଦେଇଛି । ଏମିତି ଏକ ଖୁସିର ମାହୋଲ ଭିତରେ ହଠାତ୍ ଦୁଃଖର କଳା ବାଦଲ ମାଡି ଆସିବ କିଏ କେବେ କଳ୍ପନାରେ ସୁଦ୍ଧା ଭାବିନଥିଲେ ।

ଏପଟେ ନିଜ ପୁଅ ଏବଂ ବୋହୂର ବାଟକୁ ଘରେ ଅପେକ୍ଷା କରିଥିଲେ ମାଆ । ହେଲେ ଶେଷରେ ନୂଆ ବୋହୂ ଆସିବା ପରିବର୍ତ୍ତେ, ଆସିଥିଲା ନିଜ ପୁଅର ମୃତଶରୀର । ଯାହକୁ ଦେଖି ସ୍ତବ୍ଧ ହୋଇପଡିଥିଲେ ମାଆ । କଣ ହେଲା? କେମିତି ଘଟିଲା? କିଛି ବି ବୁଝିପାରିନଥିଲେ । ହଠାତ୍ ଢୋଲ, ବାଜା, ରୋଷଣୀରେ କମ୍ପୁଥିବା ପରିବେଶ କାନ୍ଦ ବୋବାଳିରେ ଫାଟି ପଡିଥିଲା । ଏହା ପରେ ରୀତିନୀତି ମୁତାବକ, ଶେଷରେ ତାଙ୍କ ଗାଁ ଜୟସୀନାଗରରେ ବରର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ଜୟସୀନଗର ନିବାସୀ ୨୮ ବର୍ଷିୟ ହର୍ଷିତ ଚୌବେ ନାମକ ଯୁବକଙ୍କର ଶ୍ରୀରାମ ନଗରର ଜଣେ ଯୁବତୀଙ୍କ ସହ ବିବାହ ଚାଲିଥିଲା । ଏହି ବିବାହ ସମାରୋହରେ ଅନେକ ବନ୍ଧୁ ବାନ୍ଧବ ଖୁବ୍ ହସ ଖୁସିର ସହିତ ଉପସ୍ଥିତ ହୋଇଥିଲେ । ହଠାତ୍ ବରମାଲା ନୀତି ପରେ ବିବାହ ଆରମ୍ଭ ହୋଇଥିଲା । ବିବାହ ଉତ୍ସବରେ ଅନ୍ୟାନ୍ୟ ରୀତିନୀତି କରାଯାଇଥିଲା । ଏହାପରେ ସକାଳ ପ୍ରାୟ ୬ ଟା ସମୟରେ ପାଦ ଧୋଇବାର ରୀତି ସମୟରେ ହର୍ଷିତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଆଉ ଦେଖୁ ଦେଖୁ ସେ ତାଙ୍କ ପାଖରେ ବସିଥିବା କନ୍ୟାର କୋଳରେ ମୁଣ୍ଡ ରଖି ଚେତାଶୂନ୍ୟ ହୋଇପଡିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କୁହାଯାଉଛି ଯେ ଏହି ଘଟଣାର କିଛି ସମୟ ପୂର୍ବରୁ ହର୍ଷିତ ଅସୁସ୍ଥତା ଅନୁଭବ କରିଥିଲେ । ତଥାପି, କେହି ଜାଣି ନଥିଲେ ଯେ କିଛି ସମୟ ପରେ ଏମିତି କିଛି ଅଘଟଣ ଘଟିଯିବ ବୋଲି । ଯାହା ସୂଚନାମିଳିଛି କି, ମୃତ ହର୍ଷିତ ଗୋପାଳଗଞ୍ଜରେ ଏକ ମେଡିକାଲ ଷ୍ଟୋର ଚଳାଉଥିଲେ । ହର୍ଷିତଙ୍କ ମୃତ୍ୟୁ ପରେ ଉଭୟ ପରିବାରରେ ଖେଳିଯାଇଛି ଶୋକରେ ଛାୟା । କିଛି ସମୟ ପୂର୍ବରୁ ଲାଗିଥିବା ନବବଧୂ ମଥାର ସିନ୍ଦୁର ସବୁଦିନ ପାଇଁ ଲିଭିଯାଇଛି ।

You might also like