ଚାଲିଛି ରୀତିନୀତି, ବିବାହ କରିବାକୁ ପ୍ରସ୍ତୁତ ବରକନ୍ୟା କିନ୍ତୁ ହଠାତ ଘଟିଲା କିଛି ଏଭଳି ଘଟଣା କନ୍ୟାକୁ ଛାଡି ଫେରାର ହୋଇଗଲା ବର

ସାମୁହିକ ବିବାହ ସମାରୋହ। ଚାଲିଛି ପରମ୍ପରା ହଠାତ ବିବାହ ବେଦିରେ ପହଁଚିଲେ ଜଣେ ମହିଳା। କିଛି ସମୟ ପରେ ଜଣାପଡିଲା ସାତଫେରା ନନେଇ ବିବାହ ବେଦିରେ କନ୍ୟାକୁ ଛାଡି ଫେରାର ହୋଇଯାଇଛନ୍ତି ବର। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ତାହେଲେ ଆସନ୍ତୁ ଜାଣିବା କଣ ହୋଇଥିଲା ସମ୍ପୂର୍ଣ ଘଟଣା।

ସୂଚନା ଅନୁଯାୟୀ ଏହି ଘଟଣାଟି ନରଇନି ବିକାଶ ଖଣ୍ଡରେ ଆୟୋଜିତ ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ କାର୍ଯ୍ୟକ୍ରମ ସହ ଜଡିତ। ଏଠାକାର ରାଜକୁମାର ଇଣ୍ଟର କଲେଜରେ ଗୁରୁବାରକୁ ଏହି ବିବାହର ଆୟୋଜନ କରଯାଇଥିଲା ଏବଂ ଦୂର ଦୂରାନ୍ତରୁ ଆସିଥିବା ଯୋଡି ମାନଙ୍କର ବିବାହ ଖୁବ ଧୁମଧାମରେ ପାଳନ କରାଯାଉଥିଲା। ଠିକ ସେହି ସମୟରେ ହଠାତ ବିବାହ ମଣ୍ଡପରେ ପହଂଚିଥିଲେ ଜଣେ ୨୮ ବର୍ଷୀୟା ବିଧବା ମହିଳା ଆଉ ତାପରେ ସେଠାରେ ଆରମ୍ଭ କରିଦେଇଥିଲେ ହଙ୍ଗାମା।\

ସୂଚନା ଅନୁଯାୟୀ ମହିଳା ଜଣକ କମାସିନ ଅଂଚଳରୁ ବିବାହ କରିବାକୁ ଆସିଥିବା ଜଣେ ଯୁବକଙ୍କ ଉପରେ ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ ଯୁବକ ଜଣକ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ବନ୍ଧ ରଖିଥିଲେ ଏବଂ ବର୍ତ୍ତମାନ ସେ ଗର୍ଭବତୀ ଅଛନ୍ତି। ଏସବୁ ଦେଖି ଅଧିକାରୀ ଏହି ଯୋଡ଼ିଙ୍କର ବିବାହ ବନ୍ଦ କରିବା ସହ ଏହି ବିଷୟରେ ପୋଲିସକୁ ସୂଚନା ଦେଇଥିଲେ ଓ ସେହି ସମୟରେ ଯୁବକ ଜଣକ ମୌକା ଦେଖି ବିବାହ ମଣ୍ଡପ ଛାଡି ଫେରାର ହୋଇଯାଇଥିଲେ।

ଏହାସହ ପଢନ୍ତୁ ପତ୍ନୀଠାରୁ ପଇସା ଲୁଚାଇବା ପାଇଁ ପତି ଆପଣାଇଲେ ଏଭଳି ଉପାୟ, ଦେଖନ୍ତୁ ଭିଡିଓ

ଖଣ୍ଡ ବିକାଶ ଅଧିକାରୀଙ୍କ କହିବା ଅନୁଯାୟୀ ମହିଳା ଜଣକ ହଠାତ ବିବାହ ମଣ୍ଡପକୁ ଆସି ଜଣେ ଯୁବକଙ୍କ ଉପରେ ଏପରି ସଂଗୀନ ଅଭିଯୋଗ ଆଣିଥିଲେ। ମହିଳା ଜଣକ କହିଥିଲେ ଯେ ଦୀର୍ଘ ୧୧ ମାସ ଧରି ଯୁବକ ଜଣକ ବିବାହର ପ୍ରଲୋଭନ ଦେଖାଇ ମହିଳାଙ୍କ ସହ ଦୁଷ୍କର୍ମ କରି ଆସୁଛନ୍ତି ଓ ମହିଳା ଜଣକ ବର୍ତ୍ତମାନ ଗର୍ଭବତୀ ମଧ୍ୟ ଅଛନ୍ତି। ତେବେ ଅନ୍ୟପଟେ ଯୁବକ ଆଉଜଣେ ଝିଅକୁ ବିବାହ କରିବାକୁ ଯାଉଥିଲେ ସେଥିପାଇଁ ସେ ପ୍ରଥମେ ଏହି ବିବାହକୁ ବନ୍ଦକରି ସମସ୍ତ ଘଟଣା ପୋଲିସକୁ ଜଣାଇଥିଲେ କିନ୍ତୁ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପୂର୍ବରୁ ଯୁବକ ଜଣକ ବିବାହମଣ୍ଡପ ଛାଡି ଫେରାର ହୋଇଯାଇଛନ୍ତି। ବର୍ତ୍ତମାନ ପୋଲିସ ଏହି ବିଷୟରେ ତଦନ୍ତ କରୁଛି।

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

14 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

23 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

58 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago