ଦେଶ ବିଦେଶ

ଚର୍ମ କୁ ଚର୍ମ ସ୍ପର୍ଶ ନଥାଇ କାହାକୁ ଛୁଇଁଲେ ଯୌନ ଶୋଷଣ ଅପରାଧ ନୁହେଁ : ବମ୍ବେ ହାଇକୋର୍ଟ

ମୁମ୍ବାଇ :  ଏକ ମାମଲାର ବିଚାର କରି ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍‌ ଏକ ରାୟରେ କହିଛନ୍ତି ଯେ କେବଳ ଯୌନ ଶୋଷଣ ଇଚ୍ଛା ଥାଇ ଜଣକର ଚର୍ମକୁ ଚର୍ମ ସ୍ପର୍ଶ କଲେ ଏହାକୁ ଯୌନ ଶୋଷଣ ଭାବେ ଗ୍ରହଣ କରାଯିବ । ହେଲେ ବିନା ଚର୍ମ ସ୍ପର୍ଶରେ କେବଳ ଜବରଦସ୍ତ ଛୁଇଁବାକୁ ଯୌନ ଶୋଷଣ ମାମଲା ଭାବେ ଗ୍ରହଣ କରାଯିବ ନାହିଁ ବୋଲି କହି ଏକ ମାମଲାକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି ।

ଜଣେ ନାବାଳିକାକୁ ଯୌନ ଶୋଷଣ କରିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଜେଲ୍‌ ଦଣ୍ଡ ହୋଇଥିବା ମାମଲାର ବିଚାର କରି ବମ୍ବେ ହାଇକୋର୍ଟ ଏହି ରାୟ ଦେଇଛନ୍ତି । ହାଇକୋର୍ଟ ଆହୁରି କହିଛନ୍ତି ଯେ କେବଳ ଜଣେ ନାବାଳିକାର ଛାତିକୁ ଛୁଇଁବା ଯୌନ ଉତ୍ପୀଡନ ମାମଲା ଅନ୍ତର୍ଭୁକ୍ତ ହେବ ନାହିଁ । ଯଦି ଅଭିଯୁକ୍ତ ନାବାଳିକାର ପୋଷାକ ନ ଓହ୍ଲାଇଛି କିମ୍ବା ତା’ର ପୋଷାକ ଭିତରେ ହାତ ପୁରାଇ ଶରୀରକୁ ନ ଛୁଇଁଛି ତା’କୁ ଯୌନ ଶୋଷଣ ମାମଲା ଭାବେ ଧରାଯିବ ନାହିଁ ।

ଜଷ୍ଟିସ୍‌ ପୁଷ୍ପା ଗାନେଡିଓ୍ଵାଲା ଏକ ମାମଲାର ବିଚାର କରି ଏହି ରାୟ ଦେଇଛନ୍ତି । ପୋସ୍କୋ ଆକ୍ଟ ଅନୁଯାୟୀ ଯଦି ଜଣେ ବ୍ୟକ୍ତି ଯୌନ ସଂଭୋଗ ଇଚ୍ଛା ରଖି ଶିଶୁର ଗୁପ୍ତାଙ୍ଗକୁ ଛୁଇଁବା କିମ୍ବା ଶିଶୁକୁ ତାଙ୍କ ଗୁପ୍ତାଙ୍ଗ ଛୁଇଁବାକୁ ବାଧ୍ୟ କରିବା ଘଟଣାକୁ ଅପରାଧ ଭାବେ ବିବେଚନା କରାଯାଇଥାଏ । କିନ୍ତୁ ଏହି ଅଭିଯୁକ୍ତଙ୍କ ମାମଲାରେ ସେମିତି କିଛି କରାଯାଇ ନଥିବାରୁ ଯୌନ ଶୋଷଣ ପରିବର୍ତ୍ତେ ବାଳିକାର ଲଜ୍ଜା ଭାଙ୍ଗିଥିବା ଧାରା ଆଇପିସି ସେକ୍ସନ୍‌ ୩୫୪ ଅନୁଯାୟୀ ଦଣ୍ଡ ବିଧାନ କରାଯିବ ।

ଅଭିଯୋଗ ଅନୁଯାୟୀ, ଜଣେ ବ୍ୟକ୍ତି ଏକ ଝିଅକୁ ପିଜୁଳି ଦେବାକୁ କହି ତାଙ୍କ ଘରକୁ ନେଇ ଯାଇଥିଲା । ଝିଅର ମା’ ଯେତେବେଳେ ସେଠାରେ ପହଞ୍ଚିଲା ଝିଅଟି କାନ୍ଦୁଥିବା ଦେଖିବାକୁ ପାଇଥିଲେ । ଝିଅଟି ଠାରୁ ସବୁ କଥା ଶୁଣି ମା’ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଉକ୍ତ ବ୍ୟକ୍ତିକୁ ଯୌନ ଶୋଷଣ ମାମଲାରେ ଜେଲ୍‌ ପଠାଇଥିଲା ।

Niharanjan

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

15 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

16 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

57 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago