ଜିଏସ୍‌ଟି କାଉନସିଲର ୪୬ତମ ବୈଠକରେ ନିଷ୍ପତ୍ତି: କପଡ଼ା ଉପରେ ବର୍ଦ୍ଧିତ ହାରରେ ଜିଏସ୍‌ଟି ଲାଗୁ ହେବ ନାହିଁ

କେନ୍ୟୁଜ୍(ବ୍ୟୁରୋ):  କପଡ଼ା ଉପରେ ବର୍ଦ୍ଧିତ ହାରରେ ଜିଏସ୍‌ଟି ଲାଗୁ ନିଷ୍ପତ୍ତି ଘୁଞ୍ଚିଲା । ଟେକ୍ସଟାଇଲ ଓ ଫୁଟେଓ୍ଵୟର ଉପରେ GST ୫ ପ୍ରତିଶତରୁ ୧୨ ପ୍ରତିଶତ ବୃଦ୍ଧି ହୋଇଥିଲା। ଏହାକୁ ଜାନୁଆରୀ ୧ ତାରିଖରୁ ଲାଗୁ ହୋଇଥାନ୍ତା। ତେବେ କପଡ଼ା ଓ ଜୋତା ଉପରେ ଜିଏସଟି ବୃଦ୍ଧି ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି କେନ୍ଦ୍ରସରକାର। ଜିଏସ୍‌ଟି କାଉନସିଲର ୪୬ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜିଏସଟି ହାରକୁ ଅଧିକ ତର୍କସଙ୍ଗତ କରିବା ପାଇଁ ଏହାକୁ ଗଠିତ କମିଟି ପାଖକୁ ପଠାଯିବ। ଆଗାମୀ ଫେବୃଆରୀରେ କମିଟି ଏହି ରିପୋର୍ଟ ପ୍ରଦାନ କରିବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

febrics

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦ ବୈଠକ ବସିଥିଲା । କପଡ଼ା ଓ ଜୋତା ଉପରେ ଜିଏସଟି ବୃଦ୍ଧିକୁ ବହୁ ରାଜ୍ୟ ସରକାର, ଟେକ୍ସଟାଇଲ ଓ ଫୁଟେଓ୍ଵୟର ଇଣ୍ଡଷ୍ଟ୍ରି ବିରୋଧ କରୁଛନ୍ତି। କରୋନା ମହାମାରୀ ପ୍ରଭାବ ବର୍ତ୍ତମାନ ପର୍ଯ୍ୟନ୍ତ ଥିବାରୁ ଟେକ୍ସଟାଇଲ ଶିଳ୍ପ ଆର୍ଥିକ ମାନ୍ଦାବସ୍ଥାରେ ଗତି କରୁଛି। ଏନେଇ ଆଜିର ବୈଠକରେ ଆଲୋଚନା ହୋଇଥିଲା । ଏଥିରେ ବର୍ଦ୍ଧିତ ହାରରେ ଜିଏସଟି ଲାଗୁ ନିଷ୍ପତ୍ତିକୁ ଘୁଞ୍ଚାଇ ଦିଆଯାଇଛି । ଏ ପ୍ରସଙ୍ଗରେ ଜିଏସ୍‌ଟି କାଉନସିଲର ପରବର୍ତ୍ତୀ ବୈଠକରେ ପୁନଃସମୀକ୍ଷା କରାଯିବ । ବୈଠକରେ ଓଡ଼ିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.