ସାଧାରଣ ରୋଗୀ ବେଶରେ ହସ୍ପିଟାଲ ତଦାରଖ କରିବାକୁ ଯେବେ ପହଞ୍ଚି ଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ, ତାଙ୍କ ସହିତ ଏମିତି କରିଥିଲେ ସୁରକ୍ଷା ଗାର୍ଡ; ଏବେ ଖୁଲାସା କଲେ ମନସୁଖ ମାଣ୍ଡବିୟା

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟା ନିକଟରେ ନିଜ ସହିତ ଘଟିଥିବା ଏକ ଘଟଣା ବିଷୟରେ ଖୁଲାସା କରିଛନ୍ତି। ସେ କହିଛନ୍ତି କି, କିଛିଦିନ ତଳେ ସେ ନୂଆଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲକୁ ହଠାତ୍‌ ତଦାରଖରେ ଯାଇଥିଲେ। ଏହି ସମୟରେ ସେ ମନ୍ତ୍ରୀ ନୁହେଁ, ବରଂ ଜଣେ ସାଧାରଣ ରୋଗୀ ବେଶରେ ଥିଲେ। କିନ୍ତୁ ଯେତେବେଳେ ସେ ହସ୍ପିଟାଲ ବେଞ୍ଚ ଉପରେ ଯାଇ ବସି ପଡ଼ିଲେ, ତ ସେଠି ଉପସ୍ଥିତ ଜଣେ ସୁରକ୍ଷା ଗାର୍ଡ ତାଙ୍କୁ ବାଡ଼ିରେ ଖୁବ୍‌ ପିଟିଥିଲେ ଏବଂ ଏଠାରେ ନ ବସିବାକୁ କହିଥିଲେ। ଏହି ସମୟରେ ମାଣ୍ଡବିୟାଙ୍କୁ ହସ୍ପିଟାଲରେ ବିଭିନ୍ନ ଅବ୍ୟବସ୍ଥା ମଧ୍ୟ ଦେଖାଯାଇଥିଲା।

ଏହି କଥାକୁ କେନ୍ଦ୍ରମନ୍ତ୍ରୀ ମାଣ୍ଡବିୟା ଗୁରୁବାର ଉକ୍ତ ହସ୍ପିଟାଲରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ ଡାକ୍ତରମାନଙ୍କୁ କହିଛନ୍ତି। ବ୍ୟବସ୍ଥାରେ ସୁଧାର ଆଣି ଏହାକୁ ଦେଶର ଏକ ପ୍ରମୁଖ ହସ୍ପିଟାଲ ରୂପେ ବନାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଥାଉ କି, ଗୁରୁବାର ଏଠାରେ କେନ୍ଦ୍ରମନ୍ତ୍ରୀ ମାଣ୍ଡବିୟା ନୂଆ ଅକ୍ସିଜେନ୍‌ ପ୍ଲାଣ୍ଟ, କରୋନା ଚିକିତ୍ସା ପାଇଁ ଆବଶ୍ୟକ ଅସ୍ଥାୟୀ ହସ୍ପିଟାଲ ସମେତ ୪ ସୁବିଧାର ଲୋକାର୍ପଣ କରିଛନ୍ତି।

ବୃଦ୍ଧା ମହିଳାଙ୍କୁ ଗାର୍ଡ କରି ନ ଥିଲେ ସାହାଯ୍ୟ

ହସ୍ପିଟାଲ ତଦାରଖ ସମୟରେ ମାଣ୍ଡବିୟା ଦେଖିଥିଲେ କି, ଏଠାରେ ୭୫ ବର୍ଷୀୟା ଜଣେ ବୃଦ୍ଧାଙ୍କୁ ତାଙ୍କ ପୁଅ ଲାଗି ଷ୍ଟ୍ରେଚରର ଆବଶ୍ୟକତା ଥିଲା। ବ୍ୟସ୍ତ ହୋଇପଡ଼ୁଥିବା ବୃଦ୍ଧା ମହିଳାଙ୍କୁ ଷ୍ଟ୍ରେଚର ଦେବାରେ କି ଷ୍ଟ୍ରେଚର ନେଇ ଯିବାରେ ସୁରକ୍ଷା ଗାର୍ଡ କୌଣସି ବି ସାହାଯ୍ୟ କରି ନ ଥିଲେ। ସେ କହିଥିଲେ କି, ହସ୍ପିଟାଲରେ ଏମିତି ସୁବିଧା ରହିବା ଉଚିତ, ଯେମିତି ରୋଗୀମାନଙ୍କର କୌଣସି ଅସୁବିଧା ହେଉ ନ ଥିବ। ଯଦି ହସ୍ପିଟାଲରେ ୧୫୦୦ ଗାର୍ଡ ଅଛନ୍ତି, ତା’ହେଲେ ସେମାନେ ଷ୍ଟ୍ରେଚର ନେଇ ଯିବାରେ ବୃଦ୍ଧା ମହିଳାଙ୍କୁ କାହିଁକି ସାହାଯ୍ୟ କରି ପାରିବେ ନାହିଁ। ଏଥି ସହିତ ମାଣ୍ଡବିୟା ନିର୍ଦ୍ଦେଶ ଦେଇଥିଲେ ଯେ ଇମରଜେନ୍ସି ବ୍ଲକରେ ପର୍ଯ୍ୟାପ୍ତ ସଂଖ୍ୟାରେ ସୁରକ୍ଷା ଗାର୍ଡ ମୁତୟନ କରାଯିବା ଉଚିତ।

ପିଏମ୍‌ କହିଲେ, ‘ଗାର୍ଡଙ୍କୁ ନିଲମ୍ବିତ କରିଦେଲ’; ମାଣ୍ଡବିୟା କହିଲେ, ‘ନା, ବ୍ୟବସ୍ଥାରେ ସୁଧାର ଅଣାଯିବ’

ମନ୍ତ୍ରୀ ଡାକ୍ତରମାନଙ୍କୁ କହିଥିଲେ କି, ସେ ଏହି ଅଚାନକ ତଦାରଖର ଅନୁଭବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବି ସେୟାର କରିଥିଲେ। ପିଏମ୍‌ ମୋଦି ଯେତେବେଳେ ପୂରା ଘଟଣା ବିଷୟରେ ଜାଣିଲେ, ତ ପଚାରିଲେ କି, ଯେଉଁ ଗାର୍ଡ ବାଡ଼ିରେ ବାଡ଼େଇଥିଲେ, କ’ଣ ତାଙ୍କୁ ନିଲମ୍ବିତ କରିଦେଲ’? ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ, ନା, କାରଣ, ସେ ବ୍ୟବସ୍ଥାରେ ସୁଧାର ଆଣିବାରେ ଚାହୁଁଛନ୍ତି।

କେବେକାର ଏହି ଘଟଣା

ସୂଚନାଥାଉ କି, ଘଟଣାଟି ଗତ ୨୪ ଅଗଷ୍ଟ ରାତିର। ଏହି ରାତିରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବିୟା ଜଣେ ସାଧାରଣ ରୋଗୀ ବେଶରେ ଅଚାନକ ହସ୍ପିଟାଲର ଇମରଜେନ୍ସି ବ୍ଲକରେ ପହଞ୍ଚିଥିଲେ। ଏହାପରେ ସେ ଏକ ଡାକ୍ତରଖାନାକୁ ମଧ୍ୟ ତଦାରଖରେ ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.