ଅହମଦାବାଦ ଏୟାରପୋର୍ଟରୁ ଧରାପଡିଲେ ୪ ଆଇଏସ୍‌ ଆତଙ୍କବାଦୀ, ଶ୍ରୀଲଙ୍କା ସହିତ ରହିଛି ଲିଙ୍କ

ଗୁଜରାଟ ଏଟିଏସ ଅହମଦାବାଦ ଏୟାରପୋର୍ଟରୁ ୪ ଜଣ ଆଇଏସ୍‌ ଆତଙ୍କବାଦୀଙ୍କୁ ଗିରଫ କରିଛି । ତେବେ ଏପର୍ଯ୍ୟନ୍ତ ଆତଙ୍କୀଙ୍କ ପରିଚୟ ମିଳିନାହିଁ । ଏମାନଙ୍କ ଶ୍ରୀଲଙ୍କା ସହିତ ଲିଙ୍କ ରହିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ଆତଙ୍କବାଦୀ କେଉଁ ଉଦ୍ଦେଶ୍ୟରେ ଅହମଦାବାଦ ଏୟାରପୋର୍ଟକୁ ଆସିଥିଲେ, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଗୁଜରାଟର ଅହମଦାବାଦ ଏୟାରପୋର୍ଟରେ ଆଇଏସ୍‌ର ୪ ଜଣ ଆତଙ୍କବାଦୀ ଗିରଫ । ଗୁଜରାଟ ଏଟିଏସ ଅହମଦାବାଦ ଏୟାରପୋର୍ଟରୁ ୪ ଜଣଙ୍କୁ ଗିରଫ କରିଛି । ତେବେ ଏପର୍ଯ୍ୟନ୍ତ ଆତଙ୍କୀଙ୍କ ପରିଚୟ ମିଳିନାହିଁ । ଏମାନଙ୍କ ଶ୍ରୀଲଙ୍କା ସହିତ ଲିଙ୍କ ରହିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଖବର ମୁତାବକ, ଏହି ଚାରି ଜଣ ଆତଙ୍କବାଦୀ ଅହମଦାବାଦ ଆସିଥିବା ଖବର ମିଳିଥିଲା । କେନ୍ଦ୍ରୀୟ ଏଜେନ୍ସୀ ଗୁଜରାଟ ଏଟିଏସ ସହିତ ଖବର ସେୟାର କରି ଆଇଏସ ଆତଙ୍କୀଙ୍କୁ ଏୟାରପୋର୍ଟରୁ ଧରିଥିଲା । ତେବେ ଏମାନେ ସମସ୍ତେ ଶ୍ରୀଲଙ୍କାର ବୋଲି ଜଣାପଡିଛି ।

ତେବେ ଗୁଜରାଟ ଏଟିଏସ ୪ ଆତଙ୍କୀଙ୍କୁ ଅଜ୍ଞାତ ସ୍ଥାନରେ ରଖାଯାଇଛି । ସେମାନଙ୍କୁ ପଚରାଉଚରା କରାଯାଉଛି । ତେବେ ଆତଙ୍କବାଦୀ କେଉଁ ଉଦ୍ଦେଶ୍ୟରେ ଅହମଦାବାଦ ଏୟାରପୋର୍ଟକୁ ଆସିଥିଲେ, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଆତଙ୍କବାଦୀ କଲମ୍ବୋରୁ ତାମିଲନାଡୁ ଏବଂ ତାମିଲନାଡୁରୁ ଅହମଦାବାଦ ଆସିଥିଲେ ।

Leave A Reply

Your email address will not be published.