ଗୁଜରାଟରୁ ଧରାପଡିଲେ ୫ ସନ୍ଦିଗ୍ଧ, ଲଭ୍ ଜିହାଦ ପାଇଁ ୧୬ରୁ ୧୮ ବର୍ଷ ପିଲାଙ୍କୁ କରୁଥିଲେ ପ୍ରସ୍ତୁତ

ଗୁଜରାଟ ପୋରବନ୍ଦରରୁ ଏଟିଏସ୍ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସର ଜଣେ ମହିଳାଙ୍କ ସମେତ ୫ ଜଣକୁ ଗିରଫ କରିଛି । ମହିଳା ଜଣକ ଲଭ ଜିହାଦ ପାଇଁ ୧୬-୧୮ ବର୍ଷର ଯୁବକକଙ୍କୁ ଆଇଏସଆଇଏସ୍‌ ପାଇଁ ପ୍ରସ୍ତୁତ କରୁଥିଲେ ।

ଗୁଜରାଟ ପୋରବନ୍ଦରରୁ ଏଟିଏସ୍ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସର ଜଣେ ମହିଳାଙ୍କ ସମେତ ୫ ଜଣକୁ ଗିରଫ କରିଛି । ଅନ୍ୟମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି । ଏମାନେ ଆଇଏସଆଇଏସରେ ଯୋଗ ଦେବା ପାଇଁ ଦେଶ ଛାଡି ଫେରାର ହେବାକୁ ଯୋଜନା କରୁଥିଲେ ।

ଏଟିଏସ୍ ସୂତ୍ରରୁ ପ୍ରକାଶ ଯେ, ଏହି ମାମଲାରେ ସମିରା ବାନୋ ନାମକ ଜଣେ ସୁରଟ ମହିଳାଙ୍କୁ ଗିରଫ କରାଯାଇଛି । ସମିରା ସୁରତରେ ରହିଥିବା ବେଳେ ତାମିଲନାଡୁରେ ବିବାହ କରିଥିଲେ । ସମିରା ଲଭ ଜିହାଦ ପାଇଁ ୧୬-୧୮ ବର୍ଷର ଯୁବକଙ୍କୁ ଆଇଏସଆଇଏସ୍‌ ପାଇଁ ପ୍ରସ୍ତୁତ କରୁଥିଲେ । ସମିରା ଲଭ ଜିହାଦ ରାକେଟରେ ସାମିଲ ଥିଲେ ।

ଏଟିଏସର ଡିଆଇଜି ଦୀପେନ ଭଦ୍ରନଙ୍କ ନେତୃତ୍ବରେ ଶୁକ୍ରବାର ଏକ ଅପରେସନ କରାଯାଇଥିଲା । ଗତକିଛିଦିନରୁ ଏମାନଙ୍କ ଗତିବିଧି ଉପରେ ଏଟିଏସ୍‌ ନଜର ରଖିଥିଲା । ନିକଟରେ ମଧ୍ୟପ୍ରଦେଶରେ ଆଇଏସଆଇଏସ ସହ ଜଡିତ ତିନି ଜଣଙ୍କୁ ଗିରଫ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.