ବର୍ତ୍ତମାନ କରୋନା ମହାମାରୀ ସମୟରେ ଲୋକମାନେ କାମ ଧନ୍ଦା ମିଳୁନଥିବାରୁ ରୋଜଗାର ଖୋଜୁଛନ୍ତି। ଏଭଳି ସ୍ଥିତିରେ କଲେଜକୁ ଛାତ୍ରଛାତ୍ରୀ ଯୋଗାଇଲେ ମୋଟା ଅଙ୍କର ଟଙ୍କା ମିଳିବା ଭଳି ଚାକିରି ଏବେ ଖୁବ୍ ଚର୍ଚ୍ଚାରେ ରହିଛି। କଲେଜକୁ ଯେତେ ଛାତ୍ର ଯୋଗାଇବେ ଆପଣଙ୍କ ପକେଟ୍ ସେତେ ଗରମ ହେବ। କୌଣସି ବାହାର ଦେଶ ନୁହେଁ, ବରଂ ଆମ ଦେଶରେ ହିଁ ମିଳୁଛି ଏଭଳି ଅଫର।
କିଛି ଲୋକ ସେଲ୍ଫ ଫାଇନାନ୍ସଡ ଇନ୍ଷ୍ଟିଚ୍ୟୁଟ୍ରେ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ହାର୍ଡସେଲ କରି ପ୍ରତିବଦଳରେ ପ୍ରତି ଛାତ୍ର ପିଛା ୧୩,୦୦୦-୨୦,୦୦୦ ଟଙ୍କା ଆକର୍ଷଣୀୟ ଇନ୍ସେଣ୍ଟିଭ୍ ନେଉଛନ୍ତି। ଉତ୍ତର ଗୁଜରାଟରେ ଏକ ପ୍ରାଇଭେଟ୍ ୟୁନିଭର୍ସିଟି ନିକଟରେ ଡିପ୍ଲୋମା ଓ ଡିଗ୍ରୀ ଇଞ୍ଜିନିୟରିଂ କୋର୍ସରେ ଅଧିକରୁ ଅଧିକ ଛାତ୍ରଙ୍କ ଆଡମିଶନ୍ ପାଇଁ କନ୍ସଲଟାଣ୍ଟଙ୍କ ସହ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି।
ରିପୋର୍ଟ ମୁତାବକ, ଡିପ୍ଲୋମା ଇଞ୍ଜିନିୟରିଂ କୋର୍ସରେ ସର୍ବନିମ୍ନ ୭୦ ଷ୍ଟୁଡେଣ୍ଟଙ୍କୁ ଆଡମିଶନ୍ କଲେ କନ୍ସଲଟାଣ୍ଟଙ୍କୁ ୧୩,୦୦୦ ଟଙ୍କା ପ୍ରତି ଛାତ୍ର ପିଛା ଦିଆଯିବ। ସେହିପରି ୪୦ ଜଣ ଛାତ୍ର ପର୍ଯ୍ୟନ୍ତ ପ୍ରତି ଛାତ୍ର ପିଛା ୧୮,୦୦୦ ଟଙ୍କା ଓ ୪୦ରୁ ଅଧିକ ହେଲେ ପ୍ରତି ଛାତ୍ର ପିଛା ୨୦,୦୦୦ ଟଙ୍କା ଇନ୍ସେଣ୍ଟିଭ୍ ଦିଆଯାଉଛି। ସେହିପରି ଏମ୍ଏମ୍ସି କୋର୍ସ ପାଇଁ ପ୍ରତି ଛାତ୍ର ପିଛା ୫୦୦୦ ଟଙ୍କା ଇନ୍ସେଣ୍ଟିଭ୍ ଦିଆଯାଉଛି।