ଦେଶ ବିଦେଶ

ଗୁଜୁରାଟରେ ପୁଣି ସରକାର ଗଢ଼ିବ ବିଜେପି, ଏଥର ବିଜୟର ସବୁ ରେକର୍ଡ ଭାଙ୍ଗିବ ଶାସକ ଦଳ: ଅମିତ୍‌ ଶାହା

କେନ୍ୟୁଜ୍‌: ଗୁଜୁୁରାଟରେ ୧୮୨ ବିଧାନ ସଭା ଆନ ପାଇଁ ନିର୍ବାଚନ ୨ଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟ ଡିସେମ୍ବର ୧ ଏବଂ ୨ୟ ପର୍ଯ୍ୟାୟ ୫ ଡିସେମ୍ବରରେ ଅନୁଷ୍ଠିତ ହେବ । ଫଳାଫଳ ୮ ଡିସେମ୍ବରରେ ପ୍ରକାଶ ପାଇବ । ଏଥର ନିର୍ବାଚନରେ ବିଜେପି କଂଗ୍ରେସ ବ୍ୟତୀତ ଆମ୍‌ ଆଦ୍‌ମୀ ପାର୍ଟି ମଧ୍ୟ ମଇଦାନକୁ ଓହ୍ଲାଇଛି ।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍‌ ଶାହା ବିଜେପିର ଫଳାଫଲକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି । ସେ କହିଛନ୍ତି ଭାରତୀୟ ଜନତା ପାର୍ଟି ଏଥର ସବୁ ରେକର୍ଡକୁ ଭାଙ୍ଗିବ ଏବଂ ପୂର୍ଣ୍ଣ ବହୁମତ ସହିତ ସରକାର ଗଢ଼ିବ । ଅମିତ୍‌ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ପ୍ରଶଂଶା କରି କହିଛନ୍ତି ଏ ରାଜ୍ୟର ଭାଗ୍ୟ ବଦଳି ଯାଇଛି । ପିଏମ୍‌ ମୋଦି ଏବଂ ସିଏମ୍‌ ପଟେଲଙ୍କ ନେତୃତ୍ୱରେ ବିକାଶ ଧାରା ତ୍ୱରାନ୍ଵିତ ହୋଇଛି । ଗୁରୁରାଟରେ ଆଇନ କାନୁନର ବ୍ୟବସ୍ଥାରେ ସୁଧାର ଆସିଛି ଏବଂ ଅର୍ଥ ବ୍ୟବସ୍ଥାରେ ବୃଦ୍ଧି ହୋଇଛି । ଆଦିବାସୀ ସମ୍ପ୍ରଦାୟ ଏବଂ ଓବିସି ବର୍ଗର ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ କରିଥିବା ଯୋଜନାକୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଆଗକୁ ବଢ଼ାଉଛନ୍ତି ।

ଶିକ୍ଷିତ ଗୁଜୁରାଟ କରିବାକୁ ଚାହୁଁଛୁ: ଅମିତ ଶାହା
୧୪ ନଭେମ୍ବରରେ ଏକ ନ୍ୟୁଜ୍‌ ଚ୍ୟାନେଲରେ ଯୋଗଦେଇ ଅମିତ୍‌ ଶାହା କହିଥିଲେ,ଏଥର ଭାରତୀୟ ଜନତା ପାର୍ଟି ସବୁଠାରୁ ଅଧିକ ସିଟ୍‌ ଜିତି ରେକର୍ଡ ଭାଙ୍ଗିବ । ସେ ଆହୁରି ମଧ୍ୟ କହିଥିଲେ ଏଠି ଆମେ ପୂର୍ଣ୍ଣ ବହୁମତ ସରକାର ଗଠନ କରି, ସୁରକ୍ଷିତ, ବିକଶିତ ଏବଂ ଏକ ଶିକ୍ଷିତ ରାଜ୍ୟ ଗଠନ କରିବାକୁ ଚାହୁଁଛୁ । ଗୃହ ମନ୍ତ୍ରୀ ଅମିତ ଶାହା ଏଠାରେ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରି କହିଛନ୍ତି,ଯେତେବେଳେ ଏଠାରେ କଂଗ୍ରେସ ସରକାର ଥିଲା ରାଜ୍ୟରେ ୨୫୦ ଦିନ କର୍ଫ୍ୟୁ ଲାଗୁଥିଲା । ଏବେ ଗଜୁରାଟରେ ଯୁବକ,ପିଲାଙ୍କୁ ପଚାରନ୍ତୁ କର୍ଫ୍ୟୁ କଣ ସେମାନେ ଜାଣି ନଥିବେ, କାରଣ ବିଜେପି ସରକାରରେ କର୍ଫ୍ୟୁ ସେମାନେ ଦେଖି ନଥିବେ ।

ଅମିତ ଶାହା ସରକାରୀ ଯୋଜନାକୁ ନେଇ ମଧ୍ୟ କହିଥିଲେ, ଗରୀବ ଲୋକଙ୍କୁ ଘର ଦେବା,ଗ୍ୟାସ କନେକ୍ସନ ଦେବା,ଘରେ ବିଜୁଳି ପହଞ୍ଚାଇବା,ଆୟୁଷ୍ମାନ ଯୋଜନାରେ ମାଗଣା ଚିକିତ୍ସା କରାଇବା ,କରୋନା ସମୟରେ ମାଗଣା ରାସନ ଦେବା ଏହି ସବୁ କାମ ରାବେଡ଼ି ଖାଇବା ଭଳି କଥା ନୁହେଁ । ମୋଦି ସରକାରଙ୍କର ଏହି ପଦକ୍ଷେପ ଗରୀବ ଲୋକଙ୍କର କଲ୍ୟାଣ ପାଇଁ କରାଯାଇଛି । ଏହି ସବୁ କାମ ସାଧାରଣ ଜନତାଙ୍କର ଜୀବନର ସ୍ତରକୁ ଉପରକୁ ଉଠାଇବ । ସେ କହିଛନ୍ତି ନରେନ୍ଦ୍ର ମୋଦୀଙ୍କ ପରି ସୁଶାସକ ଦେଶରେ ବହୁତ କମ୍‌ ଅଛନ୍ତି ଯିଏ କି ଦେଶକୁ ସ୍ଥାୟୀ ସୁଶାସନ ଦେଇଛନ୍ତି ଏବଂ ଏହି ଧାରା ଆଗକୁ ମଧ୍ୟ ଜାରି ରହିବ ।

କଂଗ୍ରେସକୁ ସର୍ଦ୍ଦାର ପଟେଲଙ୍କ ନାଁ ନେବାର ଅଧିକାର ନାହିଁ :
ଗୃହମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଆକ୍ଷେପ କରି କହିଛନ୍ତି,କଂଗେସକୁ ସର୍ଦ୍ଦାର ପଟେଲଙ୍କ ନାଁ ନେବାରେ ଅଧିକାର ନାହିଁ । ସେ କହିଛନ୍ତି ଇତିହାସରୁ ସର୍ଦ୍ଦାରଙ୍କ ନାମ ଲିଭେଇ ଦେବା ପାଇଁ ଗାନ୍ଧୀ-ନେହୁରୁ ପରିବାର ସାରା ଜୀବନ ଷଢ଼ଯନ୍ତ୍ର କଲେ । କିନ୍ତୁ ନରେନ୍ଦ୍ର ମୋଦି ସାରା ଦେଶରୁ ଲୁହା ନେଇ ପଟେଲଙ୍କର ସବୁଠାରୁ ଉଚ୍ଚ ପ୍ରତିମା ତିଆରି କଲେ । ୫୦ ବର୍ଷ କାଳ କଂଗ୍ରେସ ଷ୍ଟେଜ୍‌ରେ କେବେ ହେଲେ ପଟେଲଙ୍କ ମୂର୍ତ୍ତି ଲଗାଇ ନାହିଁ ।ଏମିତି କି କେବେ କଂଗେସ ନେତାଙ୍କ ମୁହଁରେ ପଟେଲଙ୍କ ନାଁ ଶୁଣାଯାଇ ନାହିଁ କି ତାଙ୍କର କେହି ନେତା ପଟେଲଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଦେଇନାହାଁନ୍ତି ।

 

KNews Bureau

Recent Posts

ଆସନ୍ତାକାଲିଠାରୁ ପୁଣି ବଢ଼ିବ ତାତି, ତତଲା କଡ଼େଇରେ ଭାଜି ହେବେ ଓଡ଼ିଶାବାସୀ

ଭୁବନେଶ୍ୱର(କେନ୍ୟୁଜ୍‌): ରାଜ୍ୟରେ କାଳବୈଶାଖୀ ବର୍ଷା ପ୍ରଭାବରେ କମିଛି ତାତି । ଫଳରେ ଆସନ୍ତା ୨୪ ଘଣ୍ଟା ଯାଏ ନାହିଁ ଗ୍ରୀଷ୍ମ…

28 mins ago

ଲୋକଙ୍କୁ ଉଷୁକାଇ କରୁଥିଲା ଦଙ୍ଗା, ପୋଲିସ ହାତରେ ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ ଅମ୍ବିକା ଦାସ

ସୋରଡ଼ା(କେନ୍ୟୁଜ୍‌): ଦୁର୍ଦ୍ଦାନ୍ତ ଅପରାଧୀ ଅମ୍ବିକା ଦାସ ଗିରଫ। ଅମ୍ବିକା ଦାସକୁ ଗିରଫ କଲା ସୋରଡ଼ା ପୋଲିସ । ଗଞ୍ଜାମ ଜିଲ୍ଲା…

1 hour ago

ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ

ବାଙ୍ଗିରିପୋଷି(କେନ୍ୟୁଜ୍‌): ଦ୍ୱାରାଶୁଣି ଘାଟିରେ ପୁଣିଥରେ ଦୁର୍ଘଟଣା । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ୱାରାଶୁଣି ଘାଟିରେ ଅଜଣା ଗାଡି ଧକ୍କାରେ ବାଇକ…

1 hour ago

ଗଠନ ହେବ ନୂଆ ବିଧାନସଭା, ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(କେନ୍ୟୁଜ୍‌): ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ । ରାଜ୍ୟପାଳ ରଘୁବର ଦାଶ ୧୬ତମ ଓଡ଼ିଶା ବିଧାନସଭା ଭଙ୍ଗ ପାଇଁ…

2 hours ago

ୟୁରିକ୍ ଏସିଡ୍‌କୁ ନିୟନ୍ତ୍ରଣ କରିବ କଖାରୁ, ହାର୍ଟ ପାଇଁ ମଧ୍ୟ ହୋଇଥାଏ ଲାଭଦାୟକ

ଆଜିର ଖରାପ ଲାଇଫ୍‌ ଷ୍ଟାଇଲ୍‌ ଏବଂ ଖାଇବା ଅଭ୍ୟାସ ହେତୁ ଲୋକଙ୍କ ମଧ୍ୟରେ ୟୁରିକ୍ ଏସିଡ୍ ସମସ୍ୟା ଦ୍ରୁତ ଗତିରେ…

2 hours ago

କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଲେ କେଦାର ଯାଦବ, ଫ୍ୟାନ୍ସଙ୍କୁ ଜଣାଇଲେ ଧନ୍ୟବାଦ

ଟି୨୦ ବିଶ୍ୱକପ ଚାଲିଥିବା ବେଳେ ଭାରତର ପ୍ରଥମ ମ୍ୟାଚ୍‌ ଜୁନ୍‌ ୫ ତାରିଖରେ ଖେଳାଯିବ । ଏହି ମ୍ୟାଚକୁ ଫ୍ୟାନ୍ସ…

2 hours ago