ଗୁଜରାଟକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ : ଶପଥ ନେଲେ ଭୂପେନ୍ଦ୍ର ପଟେଲ

ନୂଆଦିଲ୍ଲୀ : ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଭୂପେନ୍ଦ୍ର ପଟେଲ । ଗତକାଲି ସେ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲା । ଏହାପରେ ଭୂପେନ୍ଦ୍ର ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଥିଲେ । ବିଜୟ ରୂପାନୀଙ୍କ ଇସ୍ତଫା ପରେ କିଏ ହେବ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ଭିତରେ ଡାର୍କ ହର୍ସ ଭାବେ ଉଭା ହୋଇଥିଲେ ଭୂପେନ୍ଦ୍ର । ଆସନ୍ତାବର୍ଷ ଗୁଜରାଟ ବିଧାନସଭା ନିର୍ବାଚନ ଥିବାରୁ ଭୂପନ୍ଦ୍ରେଙ୍କ ଆଗରେ ରହିବ ଅନେକ ଚ୍ୟାଲେଞ୍ଜ ।

ଏମଏଲଏରୁ ସିଧାସଖଳ ସିଏମ ହୋଇଥିବା ଭୂପେନ୍ଦ୍ରଭାଇ ପଟେଲ୍‌ ଘାଟଲୋଡିଆ ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି । ପଟେଲ ପାଟିଦାର ନେତା ଭାବେ ଜଣାଶୁଣା ଭୂପେନ୍ଦ୍ର ଅହମ୍ମଦାବାଦ ମ୍ୟୁନିସିପାଲ୍‌ କାଉନସିଲର୍‌ ଭାବେ କାମ କରିଆସିଛନ୍ତି । ଅହମ୍ମଦାବାଦ ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ ବା AUDAର ଚେୟାରମ୍ୟାନ୍‌ ଥିଲେ । ତାଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଇଞ୍ଜିନିୟରିଂ । ୟୁପିର ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କ ନିକଟତର ଭୂପେନ୍ଦ୍ର ପଟିଦାର ସମ୍ପ୍ରଦାୟରୁ ଆସୁଛନ୍ତି । ପଟିଦାର ସମ୍ପ୍ରଦାୟ ସହିତ ବିଜେପିର ଭଲ ସମ୍ପର୍କ ନଥିବାରୁ, ତାଙ୍କୁ ମୁଖ୍ୟମନ୍ତ୍ରୀ କରି ଦଳ ପଟିଦାର ସମ୍ପ୍ରଦାୟର ଭୋଟ୍‌ ହାତେଇବାକୁ ମଧ୍ୟ ଲକ୍ଷ୍ୟ ରଖିଛି । ପୂର୍ବରୁ ବିଜେପି ଉତ୍ତରାଖଣ୍ଡ ଓ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.