ପୁଣି ଫେରିଲା କଟକଣା: କରୋନା ଯୋଗୁ ମାର୍ଚ୍ଚ ୩୧ ଯାଏଁ ଗୁଜରାଟରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ
ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁଜରାଟ ସରକାର ୪ ମହାନଗରରେ ନାଇଟ୍ କର୍ଫ୍ୟୁ ଲଗାଇବାକୁ ଘୋଷଣା କରିଛନ୍ତି। ଗୁଜରାଟ ସରକାର ଭଦୋଦରା, ଅହମ୍ମଦାବାଦ, ସୁରତ ଓ ରାଜକୋଟ୍ରେ ନାଇଟ୍ କର୍ଫ୍ୟୁ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନାଇଟ୍ କର୍ଫ୍ୟୁ ୧୭ ମାର୍ଚ୍ଚରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚ ଯାଏଁ ଲାଗୁ ହେବ।
Gujarat govt has decided to implement night curfew in four metros-Ahmedabad, Vadodara, Surat & Rajkot from 10 pm to 6 am between March 17 and March 31. Pre-night curfew system will be maintained in these four metros till March 16 from 12 am to 6 am: State Government
— ANI (@ANI) March 16, 2021
ଗୁଜରାଟର ଏହି ୪ଟି ମହାନଗରରେ ରାତି ୧୦ଟାରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ଏହା ବ୍ୟତୀତ ୧୬ ମାର୍ଚ୍ଚ ଅର୍ଥାତ୍ ଆଜିଠୁ ରାତି ୧୨ଟାରୁ ୬ଟା ଯାଏଁ ଏହି ୪ଟି ମହାନଗରରେ ପ୍ରି-ନାଇଟ୍ କର୍ଫ୍ୟୁ ସିଷ୍ଟମ୍ ଆରମ୍ଭ ହେବ।