ବିବାହ ପୂର୍ବରୁ ଜନ୍ମିତ ସନ୍ତାନକୁ ବାପା ନାଁ କହିବାର ଆବଶ୍ୟକତା ନାହିଁ: ହାଇକୋର୍ଟ

ବିବାହ ପୂର୍ବରୁ ଜନ୍ମ ହୋଇଥିବା ସନ୍ତାନ ନିଜ ପିତାଙ୍କ ନାମ କହିବାକୁ ବାଧ୍ୟ ନୁହେଁ। ଏକ ମାମଲାର ଶୁଣାଣି କରିବା ଅବସରରେ ଏଭଳି ରାୟ ଦେଇଛନ୍ତି ଗୁଜରାଟ ହାଇକୋର୍ଟ। ହାଇକୋର୍ଟ କହିଛନ୍ତି, କୌଣସି ମହିଳାଙ୍କ ପାଇଁ ୧୮ ବର୍ଷ ପୂର୍ବରୁ ସନ୍ତାନ ଜନ୍ମ କରିବା ଅବୈଧ ନୁହେଁ। ଗୁଜରାଟର ଏକ ଦୁଷ୍କର୍ମ ମାମଲାର ଶୁଣାଣି କରିବା ଅବସରରେ ଏଭଳି ରାୟ ଦେଇଛନ୍ତି ହାଇକୋର୍ଟ।

ପୀଡ଼ିତା ଗୁଜରାଟର ଜୁନାଗଡ଼ ଜିଲ୍ଲାର ବାସିନ୍ଦା। ତାଙ୍କ ସହ ଦୁଷ୍କର୍ମ କରିଥିବା ବ୍ୟକ୍ତି ସହ ସେ ରହୁଥିବା ବେଳେ ଇତି ମଧ୍ୟରେ ଦୁଇଟି ସନ୍ତାନ ଜନ୍ମ ଦେଇଛନ୍ତି। ପୀଡ଼ିତା କହିଛନ୍ତି, ସେ ନିଜ ଇଚ୍ଛାରେ ବାପ ଘର ଛାଡ଼ି ଦୋଷୀ ସାବ୍ୟସ୍ତ ହୋଇଥିବା ଯୁବକ ସହ ରହୁଛନ୍ତି। ସେ ନାବାଳିକା ଥିବା ବେଳେ ୨୯ ଜୁନ୍‌ ୨୦୨୧ ରେ ପ୍ରଥମ ସନ୍ତାନ ଜନ୍ମ ଦେଇଥିଲେ। ଏହି ଛୁଆକୁ ଦୁଷ୍କର୍ମ ଅଭିଯୁକ୍ତ ମଧ୍ୟ ଗ୍ରହଣ କରିଥିଲା। ୨୪ ମାର୍ଚ୍ଚ ୨୦୨୦ରେ ସେ ୧୮ ବର୍ଷର ହେବା ପରେ ଉଭୟେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ କରୋନା ଯୋଗୁ ତାହା ସମ୍ଭବ ହୋଇପାରିନଥିଲା। ପରେ ୨୨ ଜାନୁଆରୀ ୨୦୨୧ରେ ଯୁବତୀ ଦ୍ୱିତୀୟ ସନ୍ତାନ ଜନ୍ମ କରିଥିଲେ।

ତେବେ ଦ୍ୱିତୀୟ ସନ୍ତାନ ହେବା ପରେ ପ୍ରଥମ ସନ୍ତାନର ଉଦାହରଣ ଦେଇ ପୀଡ଼ିତାଙ୍କ ବାପା ଉକ୍ତ ଯୁବକ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ। ପୋକ୍‌ସୋ ଆକ୍ଟ ଅନୁସାରେ, କୋର୍ଟ ଯୁବକକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ କରିଛନ୍ତି। ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି, ଜଣେ ଗାଁର ଝିଅ ଦୁଷ୍କର୍ମ ପୀଡ଼ିତା ହୋଇ ଅବିବାହିତ ଅବସ୍ଥାରେ ପ୍ରଥମ ସନ୍ତାନ ଜନ୍ମ କରିବା ବେଳେ ମେଡିକାଲରେ ଛୁଆର ବାପାର ନାଁ କହିବାକୁ ବାଧ୍ୟ ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.