କଣ୍ଡୋମ୍‌ ନ ମିଳିବାରୁ ପ୍ରାଇଭେଟ୍‌ ପାର୍ଟରେ ଅଠା ବୋଳିଦେଲେ ଯୁବକ, ସମ୍ବନ୍ଧ ରଖିବା ବେଳେ ଚାଲିଗଲା ଜୀବନ

କଣ୍ଡୋମ୍‌ ନ ମିଳିବାରୁ ଯୌନାଙ୍ଗରେ ଅଠା ଲଗାଇଥିଲେ ଯୁବକ କିନ୍ତୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ଗୁଜରାଟର ଅହମ୍ମଦାବାଦରେ ଏଭଳି ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, ଯୁବକ ଜଣକ ନିଜ ଗାର୍ଲଫ୍ରେଣ୍ଡ ସହ ସମ୍ବନ୍ଧ ବନାଇବା ବେଳେ ପ୍ରାଇଭେଟ୍‌ ପାର୍ଟରେ ଅଠା ବୋଳି ଦେଇଥିଲେ। ତାଙ୍କ ପାଖରେ କଣ୍ଡୋମ୍‌ ନଥିବାରୁ ସେ ଏଭଳି ପନ୍ଥା ଆପଣାଇଥିଲେ। କିନ୍ତୁ ଏହା ତାଙ୍କ ଜୀବନ ନେଇଗଲା। ଏହି ଘଟଣା ଜୁନ୍‌ ୨୨ର କିନ୍ତୁ ଏବେ ସାମ୍ନାକୁ ଆସିଛି।

ସୂଚନାନୁଯାୟୀ, ଅହମ୍ମଦାବାଦର ଫତେହବାଡ଼ିର ବାସିନ୍ଦା ସଲମାନ୍‌ ମିର୍ଜା ଗାର୍ଲଫ୍ରେଣ୍ଡ ସହ ଏକ ହୋଟେଲକୁ ଯାଇଥିଲେ। ସେଠାରେ ପ୍ରଥମେ ସେମାନେ ଡ୍ରଗ୍ସ ସେବନ କରିଥିଲେ। ତା’ ପରେ ଉଭୟେ ସେକ୍ସ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସଲମାନ୍‌ ନିଜ ସହ କଣ୍ଡୋମ୍‌ ନେଇ ନଥିଲେ। ଗର୍ଭାବସ୍ଥାରୁ ବର୍ତ୍ତିବା ପାଇଁ ସଲମାନ୍‌ ନିଜ ପ୍ରାଇଭେଟ୍‌ ପାର୍ଟରେ ଅଠା ଲଗାଇ ସିଲ୍‌ କରି ଦେଇଥିଲେ। କିନ୍ତୁ ଶାରୀରିକ ସମ୍ପର୍କ ବେଳେ ଏହି ଅଠା ଯୋଗୁ ତାଙ୍କ ଯୌନାଙ୍ଗରେ ପ୍ରବଳ ଆଘାତ ଲାଗିଥିଲା ଓ କ୍ଷତ ଅତି ଭିତରକୁ ଚାଲିଯାଇଥିଲା। ଫଳରେ ଅର୍ଗାନ ଫେଲୋୟର ଯୋଗୁ ତାଙ୍କ ମୃତ୍ୟୁ ଘଟିଥିଲା।

ତା’ ପର ଦିନ ସକାଳେ ସଲମାନଙ୍କର ଜଣେ ସମ୍ପର୍କୀୟ ତାଙ୍କ ମୃତଦେହ ଜଙ୍ଗଲରେ ଦେଖି ପୋଲିସରେ ଖବର ଦେଇଥିଲେ। ପୋଲିସ ତଦନ୍ତ କରିବା ପରେ ମାମଲା ବିଷୟରେ ଜାଣିବାକୁ ପାଇଛି। ତେବେ ପୋଲିସ ଏବେ ଭିସେରା ଟେଷ୍ଟ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ମାମଲା ପଛରେ ଆଉ କିଛି କାରଣ ଅଛି କି ନାହିଁ ଜଣାପଡ଼ିବ। କିନ୍ତୁ ପ୍ରାରମ୍ଭିକ ତଦନ୍ତରୁ ଅଠା ଯୋଗୁ ହିଁ ସଲମାନଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।