ନାଇଜେରିଆରେ ନୃଶଂସ କାଣ୍ଡ, ୪୦ ଜଣଙ୍କୁ ଗୁଳିକଲେ ଦୁର୍ବୃତ୍ତ
ନାଇଜେରିଆରେ ନୃଶଂସ କାଣ୍ଡ । ୪୦ ଜଣଙ୍କୁ ଗୁଳିକଲେ ଦୁର୍ବୃତ୍ତ । ବହୁ ଲୋକ ଆହତ ହୋଇଛନ୍ତି ।

ନାଇଜେରିଆରେ ନୃଶଂସ କାଣ୍ଡ । ୪୦ ଜଣଙ୍କୁ ଗୁଳିକଲେ ଦୁର୍ବୃତ୍ତ । ବହୁ ଲୋକ ଆହତ ହୋଇଛନ୍ତି । ନାଇଜେରିଆର ଉତ୍ତର-କେନ୍ଦ୍ରୀୟ ପ୍ଲାଟ୍ୟୁ ଷ୍ଟେଟ୍ ଜୁରାକ ଗାଁରେ ଭୟଙ୍କର ଗୁଳିକାଣ୍ଡ ହୋଇଛି । ଗାଁ ଲୋକଙ୍କ ଉପରେ ବନ୍ଧୁକଧାରୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ । ୪୦ ଜଣ ଗ୍ରାମବାସୀ ଟଳି ପଡ଼ିଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି ।
ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ଜଣ ବନ୍ଧୁକଧାରୀ ନିହତ ହୋଇଥିଲେ । ତେବେ ସ୍ଥାନୀୟ ଲୋକଙ୍କ କହିବା କଥା ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହେବ । କିଛି ଲୋକ ବାଇକରେ ଆସି ଗାଁରେ ପଶି ଆଖିବୁଜା ଗୁଳିମାଡ଼ କରିଥିଲେ । ଯାହାକୁ ପାଇଲେ ତାକୁ ଗୁଳି କଲେ ।
କିଛି ଘରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି । ତେବେ ସୁରକ୍ଷାକର୍ମୀଙ୍କ ପାଲଟା କାର୍ଯ୍ୟାନୁଷ୍ଠାନରେ ୭ ଜଣ ନିହତ ହୋଇଛନ୍ତି । କିଛି ଆକ୍ରମଣକାରୀ ଖସି ପଳାଇଥିବା ସୂଚନା ମିଳିଛି । ଏହି ଅଞ୍ଚଳ ଏକ ହିଂସାପ୍ରବଣ ଅଞ୍ଚଳ । ପଶୁପାଳକ ଓ ଚାଷୀଙ୍କ ମଧ୍ୟରେ ଅଧିକାଂଶ ସମୟରେ ସଂଘର୍ଷ ହୋଇଥାଏ ।