ବିକାନିର ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ତ, ୫ଟି ବଗି ଲାଇନ୍ଚ୍ୟୁତ, ତିନି ଜଣ ଯାତ୍ରୀଙ୍କ ମୃତ୍ୟୁ

କୋଲକାତା : ଏଇ କିଛି ସମୟ ପୂର୍ବରୁ ପଶ୍ଚିମବଙ୍ଗରେ ଗୁଆହାଟି-ବିକାନିର ଏକ୍ସପ୍ରେସ୍ 15366 ଟ୍ରେନ୍ ଲାନ୍ଚ୍ୟୁତ ହୋଇଛି । ଟ୍ରେନ୍ର ୫ଟି ବଗି ଲାଇନ୍ଚ୍ୟୁତ ହୋଇଥିବା ସୂଚନା ମିଳିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି କି ରେଳ ଧାରଣାରେ ଫାଟ ଥିବା ହେତୁ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ତିନି ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି । ମୃତକଙ୍କ ପରିବାର ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ କ୍ଷତିପୂରଣ ଘୋଷଣା କରାଯାଇଛି । ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ କଥା ହୋଇଛନ୍ତି ।
ପଶ୍ଚିମବଙ୍ଗର ଉତ୍ତର ଭାଗରେ ଥିବା ଜଲପାଇଗୁଡ଼ିର ମୋୟନାଗୁରି ଠାରେ ଏହି ଦୁର୍ଘଟଣା ଘଟିଛି । ତେବେ ଘଟଣା ସ୍ଥଳରେ ରେଳବାଇ ଅଧିକାରୀ ପହଞ୍ଚିଥିବା ବେଳେ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଉଛି । ଏଥିପାଇଁ ହେଲପଲାଇନ୍ ନମ୍ବର ଜାରି କରାଯାଇଛି । ନମ୍ବର ହେଉଛି 813405 4999 ।
Guwahati-Bikaner Express derailed near Domohani (West Bengal), this evening. No report of any casualties. Details awaited. pic.twitter.com/7q02rbW7T1
— ANI (@ANI) January 13, 2022