ଅଗଷ୍ଟ ୧ ତାରିଖରୁ ଅନ୍‌ଲକ୍‌-୩, ହଟିଲା ରାତ୍ରୀ କାଳୀନ କର୍ଫ୍ୟୁ

ଲୋକଙ୍କୁ ମିଳିବ ଆଉ ଟିକେ ଆଶ୍ୱସ୍ତି । ଆସିଲା ଅନଲକ୍‌-୩ ଗାଇଡ୍‌ଲାଇନ୍ । ରାତ୍ରୀ କାଳୀନ କର୍ଫ୍ୟୁକୁ ହଟାଯାଇଛି । ପୁଣି ଏହା ସହିତ ଖୋଲିବ ଯୋଗ ସେଣ୍ଟର ଓ ଜିମ୍ । ଅଗଷ୍ଟ ୧ ତାରିଖରୁ ଏହି ନୂଆ ଗାଇଡ୍‌ଲାଇନ୍ ଲାଗୁ ହେବ । ତେବେ ସ୍କୁଲ ଓ କଲେଜ ଆଦି ଅଗଷ୍ଟ ୩୧ ଯାଏ ବନ୍ଦ ରହିବ ।
କେନ୍ଦ୍ର ସରକାର ଜାରି କରିଥିବା ଅନ୍‌ଲକ୍‌-୩ ଗାଇଡଲାଇନ୍ ଅନୁସାରେ ଯୋଗ ସେଣ୍ଟର ଓ ଜିମ୍ ସବୁ ଅଗଷ୍ଟ ୫ ତାରିଖରୁ ଖୋଲିବ । ତେବେ ସାରା ଦେଶରୁ ଅଗଷ୍ଟ ୧ ତାରିଖରୁ ହଟା ଯିବ ରାତ୍ରୀ କାଳୀନ କର୍ଫ୍ୟୁ । ସେହିପରି ସିନେମା ହଲ୍‌, ପାର୍କ, ସୁଇମିଂ ପୁଲ୍‌, ବାର୍ ଆଦି ପୂର୍ବ ପରି ବନ୍ଦ ରହିବ ।
କଣ୍ଟେନମେଣ୍ଟ ଜୋନ୍‌ରେ କୌଣସି ଦୋକାନ ବଜାର ଖୋଲିବ ନାହିଁ । ପୂର୍ବ ଭଳି କଡ଼ା କଟକଣା ଜାରି ରହିବ । ୬୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି, ୧୦ ବର୍ଷରୁ କମ୍ ପିଲା, ଗର୍ଭପତୀ ଏବଂ ଗୁରୁତର ରୋଗ ଥିବା ବ୍ୟକ୍ତିଙ୍କୁ ଘରୁ ବାହାରିବା ମନା ।
କେନ୍ଦ୍ର ଗୃହମନ୍ତ୍ରାଳୟ ଜାରି କରିଥିବା ଏହି ଗାଇଡ୍ ଲାଇନ୍‌ରେ ସ୍ୱାଧୀନତା ଦିବସକୁ ସାମାଜିକ ଦୂରତାରେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.