କ’ଣ ଏହି ହଲାଲ ଫୁଡ଼, ଟିମ୍‌ ଇଣ୍ଡିଆ ମେନ୍ୟୁରେ ସାମିଲ ହେବା ପରେ ଚାଲିଛି ହୋ ହଲ୍ଲା

କାନପୁର : କାନପୁରରେ ଭାରତ ଓ ନ୍ୟୁଜଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଏବେ ଆରମ୍ଭ ହେବାକୁ ଯାଉଛି । ହୋଟେଲରେ ଯେଉଁ ଖାଦ୍ୟ ଟିମ୍‌ ଇଣ୍ଡିଆକୁ ପରସା ଯିବାକୁ ସ୍ଥିର ହୋଇଥିଲା ସେଥିରେ ଥିଲା ହଲାଲ ମାଂସ । ଏହି ମାଂସ ସମ୍ପର୍କରେ ଟିମ ଇଣ୍ଡିଆ ଜାଣିବା ପରେ ସୋସିଆଲ ମିଡିଆରେ ଲୋକେ ବିସିସିଆଇକୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ହଲାଲ ମାଂସକୁ ବିସିସିଆଇ ପ୍ରୋତ୍ସାହନ ଦେଉଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି ।

କ’ଣ ଏହି ହଲାଲ ମିଟ୍‌ : ହଲାଲ ହେଉଛି ଏକ ଆରବୀ ଶବ୍ଦ । ଏହାକୁ ଇସଲାମିକ ଆଇନ ଭାବରେ ନାମକରଣ ହୋଇଛି । ଇସଲାମରେ ହଲାଲ ମିଟ୍‌ ପ୍ରକ୍ରିୟାପାଳନକରିବାର ବିଧି ରହିଛି । ଏହାଦ୍ୱାରା ପଶୁର ଶ୍ୱାସ ନଳୀକୁ କାଟିକରି ମରାଯାଇଥାଏ । ମାରିବା ପୂର୍ବରୁ ପଶୁ ସୁସ୍ଥ ରହିବା ଜରୁରୀ ।

ଏହାଦ୍ୱାରା ପଶୁର ଶରୀରରୁ ସମସ୍ତ ରକ୍ତ ବୁହାଇ ଦିଆଯାଇଥାଏ । ଏହି ପ୍ରକ୍ରିୟା ସମୟରେ ବିଶେଷ ପାଠ ମଧ୍ୟ କରାଯାଇଥାଏ । ଯାହାକୁ ତସ୍ମିଆ ବା ଶାହଦା କୁହାଯାଇଥାଏ । ଏହି ପ୍ରକ୍ରିୟା ଉପରେ ବହୁ ତର୍କ ମଧ୍ୟ ହୋଇଛି । ଭାରତୀୟ ଟିମକୁ ଖାଦ୍ୟରେ ଏପରି ତରିକାରେ ମାଂସ ପରସା ଯାଉଥିବାରୁ ଏହାକୁ ନେଇ ବିବାଦ ଜୋର ଧରିଛି । ବିସିସିଆଇ ହଲାଲ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରୁଛି ବୋଲି ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.