ଇସ୍ରାଏଲ ନେଲା ପ୍ରତିଶୋଧ, ହମାସ ମୁଖ୍ୟ ଇସମାଇଲ ହାନିୟାଙ୍କୁ ହତ୍ୟା

ଗତବର୍ଷ ଅକ୍ଟୋବରରେ ହୋଇଥିବା ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇଛି ଇସ୍ରାଏଲ । ହମାସର ସର୍ବୋଚ୍ଚ ନେତା ଇସମାଇଲ୍ ହାନିୟାଙ୍କୁ ତେହେରାନରେ ହତ୍ୟା । ଗତକାଲି ଇରାନ ରାଜଧାନୀ ତେହରାନ ସ୍ଥିତ ବାସଭବନରେ ବିସ୍ଫୋରଣରେ ହାନିୟାର ମୃତ୍ୟୁ ହୋଇଛି । ହାନିୟାଙ୍କ ସହ ତାଙ୍କ ବଡିଗାର୍ଡ ମଧ୍ୟ ମୃତ୍ୟୁ ହୋଇଛି । ତେବେ ହାନିୟାଙ୍କୁ କିଏ କେମିତି ହତ୍ୟା କଲା ତାହା ଜଣାପଡିନି ।
ଇରାନର ଇସଲାମିକ ରିଭୋଲ୍ୟୁସନରୀ ଗାର୍ଡ କର୍ପସ (ଆଇଆରଜିସି) ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି, ହାନିୟାର ଆଡ୍ଡା ସ୍ଥଳକୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିଲା । ଫଳରେ ହମାସ ମୁଖ୍ୟଙ୍କର ମୃତ୍ୟୁ ଘଟିଥିଲା ।
ଇରାନ ନୂଆ ରାଷ୍ଟ୍ରପତିଙ୍କ ଶପଥ ଉତ୍ସବରେ ଯୋଗ ଦେଇଥିଲେ ଇସମାଇଲ ହାନିୟା । ଏହି ସମୟରେ ତାଙ୍କୁ ହତ୍ୟା କରାଯାଇଛି । ହତ୍ୟା ପଛରେ ଇସ୍ରାଏଲର ହାତ ଥିବା ଇରାନ ଅଭିଯୋଗ କରିଛି । ଇସ୍ରାଏଲର ହିଟ ଲିଷ୍ଟରେ ମୋଷ୍ଟ ୱାଣ୍ଟେଡ ଥିଲା ଇସମାଇଲ ହାନିୟା ।
Hamas Political Bureau Chief Ismail Haniyeh killed in Tehran: Islamic Revolutionary Guard Corps confirms
Read @ANI Story | https://t.co/WNM8oiMoI2#Hamas #Iran #IRGC #IsmailHaniyeh pic.twitter.com/kHh9uLlC8C
— ANI Digital (@ani_digital) July 31, 2024
୨୦୨୩ ଅକ୍ଟୋବର ୭ ତାରିଖ ହମାସ ହମଲାର ମାଷ୍ଟର ମାଇଣ୍ଡ ଥିଲା । ସେ ଗାଜାରେ ହମାସ ଆତଙ୍କୀ ସଂଗଠନକୁ ପରିଚାଳନା କରୁଥିଲା । ଇସ୍ରାଏଲ ଉପରେ ହୋଇଥିବା ବର୍ବର ଆକ୍ରମଣର ହାନିୟା ମାଷ୍ଟରମାଇଣ୍ଡ ଥିବା କୁହାଯାଉଥିଲା ।
ସୂଚନାଯୋଗ୍ୟ , ଗତବର୍ଷ ଅକ୍ଟୋବର ୭ରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିବା ବେଳେ ସେହି ଆକ୍ରମଣରେ ୧୨୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା । ହମାସ ୨୫୦ ଜଣ ନାଗରିକଙ୍କୁ ବନ୍ଦୀ କରିନେଇଥିଲା । ହାନିୟାଙ୍କ ମୃତ୍ୟୁ ପରେ ଇସ୍ରାଏଲ ଓ ହମାସ ଯୁଦ୍ଧ ଆହୁରି ବଢିବାର ବଢିପାରେ । ଦଶ ମାସ ଧରି ଉଭୟ ଦେଶ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି ।