ଦେଶ ବିଦେଶ

ଇସ୍ରୋ ମୁଖ୍ୟଙ୍କ ଘୋଷଣା: ଜୁଲାଇ ୧୩ରେ ଲଞ୍ଚ ହେବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ : ଜୁଲାଇରେ ଲଞ୍ଚ୍‌ ହେବ ଚନ୍ଦ୍ରାୟନ -୩। ଏହି ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ। ଜୁଲାଇ ୧୩ ତାରିଖ ଦିନ ୨ଟା ୩୦ ସମୟରେ ଭାରତର ମୁନ ମିଶନ ଚନ୍ଦ୍ରାୟନ – ୩ ଲଞ୍ଚ ହେବ ବୋଲି ଜଣାପଡ଼ିଛି।

ଲଞ୍ଚ ଭେହିକିଲର ଏକ ଫଟୋ ଜାରି କରିଛି ଇସ୍ରୋ। Mark- III ଲଞ୍ଚ ଭେହିକିଲ ଯୋଗେ ଶ୍ରୀହରିକୋଟ୍ଟା ସତୀଶ ଧାଓ୍ଵନ ସ୍ପେସ ସେଣ୍ଟରରୁ ଲଞ୍ଚ୍‌ ହେବ ଚନ୍ଦ୍ରାୟନ-୩ ସ୍ପେସକ୍ରାଫ୍ଟ। ଯାନର ପରୀକ୍ଷଣ ସରି ଯାଇଛି। ଲ୍ୟାଣ୍ଡର ଓ ରୋଭରକୁ ନେଇ ଚନ୍ଦ୍ର ଅଭିମୁଖେ ବାହାରିବ ଚନ୍ଦ୍ରାୟନ-୩।

ତେବେ ପୂର୍ବଥର ଭଳି ଏଥର ବିକ୍ରମ ଲ୍ୟାଣ୍ଡର ସହ ଯାହା ହୋଇଥିଲା ତାହା ଏଥର ହେବ ନାହିଁ ବୋଲି କହିଥିଲେ ଇସ୍ରୋ ମୁଖ୍ୟ। କାରଣ ଏଥର ଚନ୍ଦ୍ରଯାନ-୩ ଲ୍ୟାଣ୍ଡରର ଲ୍ୟାଣ୍ଡିଂ ଟେକନିକ୍‌ରେ ପରିବର୍ତ୍ତନ କରାଯାଇଛି। ଚନ୍ଦ୍ରଯାନ-୨ରେ ହୋଇଥିବା ତ୍ରୁଟି ଚନ୍ଦ୍ରଯାନ-୩ରେ ଦେଖିବାକୁ ମିଳିବ ନାହିଁ । ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ଟେକନିକକୁ ନୂଆ ପ୍ରଣାଳୀରେ ପ୍ରସ୍ତୁତ କରାଯାଇଛି । ଚନ୍ଦ୍ରଯାନ-୩ ମିଶନରେ ଇସ୍ରୋ କେବଳ ଲ୍ୟାଣ୍ଡର ଓ ରୋଭର ପଠାଉଛି । ଚନ୍ଦ୍ର ଚାରିପଟେ ଚକ୍କର ଲଗାଉଥିବା ଚନ୍ଦ୍ରଯାନ-୨ର ଆର୍ବିଟରରୁ ଲ୍ୟାଣ୍ଡର-ରୋଭରର ସମ୍ପର୍କ ଯୋଡ଼ାଯିବ । ଏହି ସ୍ପେସକ୍ରାଫ୍ଟର ଅଧିକାଂଶ ପ୍ରୋଗ୍ରାମ ପୂର୍ବରୁ ଅଟୋମେଟିକ ରହିଛି । ସେଥିରେ ଶତାଧିକ ସେନସର୍ସ ଲାଗିଛି, ଯାହାକି ଏହାର ଲ୍ୟାଣ୍ଡିଂ ଓ ଅନ୍ୟ କାର୍ଯ୍ୟରେ ସହାୟତା କରିବ ।

 

Barsha

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

20 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

39 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

47 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago