ପାଖେଇ ଆସିଲାଣି ଫାଶୀ ତାରିଖ! ନିର୍ଭୟା ଦୋଷୀଙ୍କୁ ତିହାର ଜେଲ୍‌ ପ୍ରଶାସନ ପଚାରିଲେ ଅନ୍ତିମ ଇଚ୍ଛା

ନିର୍ଭୟା କାଣ୍ଡର ୪ ଦୋଷୀଙ୍କୁ ଫାଶୀ ଦେବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତିହାର ଜେଲ୍‌ କତ୍ତୃପକ୍ଷ ଦୋଷୀଙ୍କୁ ନୋଟିସ୍‌ ଜାରି କରି ସେମାନଙ୍କ ଅନ୍ତିମ ଇଚ୍ଛା ବିଷୟରେ ପଚାରିଛନ୍ତି। ଜେଲ୍‌ ନିୟମ ଅନୁସାରେ, ମୃତ୍ୟୁଦଣ୍ଡ ପାଇଥିବା କଏଦୀମାନଙ୍କୁ ଫାଶୀ ପୂର୍ବରୁ ସେମାନଙ୍କ ଅନ୍ତିମ ଇଚ୍ଛା ବିଷୟରେ ପଚରାଯାଇଥାଏ ଏବଂ ଏହି ଇଚ୍ଛାକୁ ମଧ୍ୟ ପୂରଣ କରାଯାଇଥାଏ।

ଜାଣନ୍ତୁ କ’ଣ ପଚରାଯାଇଥିଲା ପ୍ରଶ୍ନ

୧. ଫେବୃୟାରୀ ୧ରେ ଫାଶୀ ପୂର୍ବରୁ ସେମାନେ ନିଜର ଅନ୍ତିମ ଭେଟ କାହା ସହିତ କରିବାକୁ ଚାହୁଁଛନ୍ତି?

୨. ଯଦି ସେମାନଙ୍କ ନାଁରେ କୌଣସି ସମ୍ପତ୍ତି କିମ୍ବା ବ୍ୟାଙ୍କ ଆକାଉଣ୍ଟ ରହିଛି, ତା’ହେଲେ ସେହି ଅର୍ଥରାଶି ସେମାନେ କାହା ନାଁରେ ଟ୍ରାନ୍ସପର କରିବାକୁ ଚାହୁଁଛନ୍ତି?

୩. ସେମାନେ କାହାକୁ ନୋମିନି କିମ୍ବା ଉତ୍ତରାଧିକାରୀ କରିବାକୁ ଚାହୁଁଛନ୍ତି?

୪. କିଛି ଓ୍ଵିଲ୍‌ କରିବାକୁ ଚାହୁଁଛନ୍ତି କି?

୫. କୌଣସି ଧାର୍ମିକ କିମ୍ବା ମନପସନ୍ଦର ପୁସ୍ତକ ପଢ଼ିବାକୁ ଚାହୁଁଛନ୍ତି କି?

କେନ୍ଦ୍ର ତରଫରୁ ସୁପ୍ରିମ କୋର୍ଟଙ୍କୁ ପିଟିସନ

ନିର୍ଭୟା ଦୋଷୀଙ୍କ ଫାଶୀକୁ ନେଇ ହେଉଥିବା ବିଳମ୍ବ ଉପରେ କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ସରକାର କହିଛନ୍ତି ଯେ ଦୋଷୀଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡକୁ କାଯ୍ୟର୍କାରୀ କରିବାରେ ସୁପ୍ରିମ କୋର୍ଟଙ୍କ ଗାଇଡ୍‌ଲାଇନ କେବଳ ଅପରାଧୀଙ୍କ ହିତ ପାଇଁ ରହିଛି। ଗାଇଡ୍‌ଲାଇନ ପୀଡ଼ିତାଙ୍କୁ ଆଶ୍ୱସ୍ତି ଦେବା ବଦଳରେ ଦୋଷୀଙ୍କୁ ହିଁ ଆଶ୍ୱସ୍ତି ଦେଉଛି।

୨୦୧୪ରେ ସୁପ୍ରିମ କୋର୍ଟଙ୍କ ଦ୍ୱାରା ପ୍ରସ୍ତୁତ ଏହି ଗାଇଡ୍‌ଲାଇନକୁ କେନ୍ଦ୍ର ସରକାର ଚ୍ୟାଲେଞ୍ଜ୍‌ ଦେଇଛନ୍ତି। ଶତ୍ରୁଘ୍ନ ଚୌହାନ ବନାମ ସରକାରଙ୍କ ମାମଲାରେ ନିଷ୍ପତ୍ତି ଶୁଣାଇବାକୁ ଯାଇ ଏହି ଗାଇଡ୍‌ଲାଇନ ଜାରି କରାଯାଇଥିଲା।

ତେବେ କେନ୍ଦ୍ର ସରକାର ନିଜ ଦରଖାସ୍ତରେ ଯୁକ୍ତି ବାଢ଼ିଛନ୍ତି ଯେ ଏହି ଗାଇଡ୍‌ଲାଇନ କେବଳ ଦୋଷୀ ଏବଂ ଦୋଷୀଙ୍କ ଅଧିକାରକୁ ହିଁ ଦର୍ଶାଉଛି। ପୀଡ଼ିତ ପକ୍ଷଙ୍କ ଅଧିକାରକୁ ନେଇ ଏହା ସମ୍ପୂର୍ଣ୍ଣ ନୀରବ। ଦୁଇପକ୍ଷ ଭିତରେ ସନ୍ତୁଳନ ରଖିବା ନିହାତି ଆବଶ୍ୟକ। କିନ୍ତୁ ଏହି ଗାଇଡ୍‌ଲାଇନ୍‌ ପୂରା ଏକତରଫା।

ଫାଶୀ ତାରିଖକୁ ନେଇ ବିବାଦ

ନିର୍ଭୟା ଗଣଦୁଷ୍କର୍ମ ମାମଲାର ସମସ୍ତ ୪ ଦୋଷୀଙ୍କ ଫାଶୀ ତାରିଖ ପରିବର୍ତ୍ତନକୁ ନେଇ ସବୁଆଡ଼ୁ ତୀବ୍ର ସମାଲୋଚନା ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର କହିଛନ୍ତି, ଯଦି ରାଷ୍ଟ୍ରପତିଙ୍କ ଦ୍ୱାରା କୌଣସି ଦୋଷୀଙ୍କ ରାଜକ୍ଷମା ଆବେଦନ ଖାରଜ ହୋଇଯାଏ, ତା’ହେଲେ ତାଙ୍କୁ ୭ ଦିନ ଭିତରେ ହିଁ ଫାଶୀ ଦିଆଯାଉ।

ଏହି ରାଜକ୍ଷମା ଆବେଦନ ଖାରଜ ହେବା ପରେ ଏହାର ପୁନର୍ବିଚାର ଆବେଦନ କିମ୍ବା କ୍ୟୁରେଟିଭ୍‌ ପିଟିସନର କୌଣସି ଗୁରୁତ୍ୱ ନାହିଁ। ସେହିପରି ଯଦି କେହି ଦୋଷୀ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିବାକୁ ଚାହୁଁଛନ୍ତି, ତା’ହେଲେ ଡେଥ୍‌ ଓ୍ଵାରେଣ୍ଟ ଜାରି ହେବାର ୭ ଦିନ ଭିତରେ ହିଁ ତାଙ୍କୁ ଆବେଦନ କରିବା ପାଇଁ ଅନୁମତି ଦିଆଯାଉ।

Roshni

Recent Posts

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

6 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

23 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

1 hour ago

ଅନ୍ତର୍ଜାତୀୟ ଯୋଗ ଦିବସରେ କାଶ୍ମୀର ମାଟିରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ଆଜି ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ ।…

2 hours ago

ଆସନ୍ତାକାଲି ସ୍ନାନପୂର୍ଣ୍ଣିମା: ଭୋର ୪ ଟାରୁ ୬ଟା ମଧ୍ଯରେ ହେବ ମହାପ୍ରଭୁଙ୍କ ପହଣ୍ଡି ବିଜେ

ପୁରୀ (କେନ୍ୟୁଜ):  ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ…

2 hours ago

କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ।  ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ…

2 hours ago