ଚଳିତ ବର୍ଷକୁ ନେଇ ୨୮ଟି ଭବିଷ୍ୟବାଣୀ, ୮ଟି ହୋଇ ସାରିଲାଣି ସତ

ଭବିଷ୍ୟତରେ କ’ଣ ହେବ, ମୋ ଭାଗ୍ୟରେ କଣ ଅଛି, ଏ କଥା ଜାଣିବାକୁ ଲୋକଙ୍କ ଭିତରେ ସବୁବେଳେ ଉତ୍ସୁକତା ରହିଥାଏ। ତେଣୁ ଜ୍ୟୋତିର୍ବିଦମାନଙ୍କର ଭାରି ଡିମାଣ୍ଡ । ବାବା ଭେଙ୍ଗା ହୁଅନ୍ତୁ କି ନଷ୍ଟ୍ରାଡମସ୍‌, ଅବା ମାଳିକା, ସମସ୍ତେ ଭବିଷ୍ୟତକୁ ନେଇ ଅନେକ କିଛି କହିଛନ୍ତି, ଯାହା କେତେକାଂଶରେ ସତ ବି ହୋଇଛି। ତେବେ ବର୍ତ୍ତମାନ ଆଉ ଜଣେ ଯୁବତୀ ୨୦୨୨କୁ ନେଇ ୨୮ଟି ଭବିଷ୍ୟତବାଣୀ କରିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ସେଥିରୁ ୮ଟି ସତ ବି ହୋଇ ସାରିଲାଣି।

ଏହି ଭବିଷ୍ୟତବାଣୀ କରୁଥିବା ଝିଅ ହେଉଛନ୍ତି ହାନା କେରୋଲ। କେରୋଲଙ୍କ ବୟସ ମାତ୍ର ୧୯ ବର୍ଷ। କିନ୍ତୁ ତାଙ୍କ ଭବିଷ୍ୟବାଣୀ ସମସ୍ତଙ୍କୁ ଚମକାଇ ଦେଛି । କାରଣ ଇତିମଧ୍ୟରେ କେରୋଲଙ୍କ ଅନେକ ଭବିଷ୍ୟବାଣୀ ସତ ହୋଇଛି। ଯେମିତିକି ହ୍ୟାରୀ ଷ୍ଟାଇଲିସ୍ ଓ ବ୍ରୋନ୍ସଙ୍କ ନୂଆ ଆଲବମ୍, ରିହାନା ଗର୍ଭବତୀ ହେବା, ନିକ୍ ଓ ପ୍ରିୟଙ୍କାଙ୍କ ଘରକୁ ନୂଆ ଅତିଥି ଆସିବା ଆଦି।

ତାଙ୍କର ଏକ ଭବିଷ୍ୟତ ବାଣୀ ଥିଲା ପେଟ୍ ଡେବିଡସନ୍ ଓ କିମ୍ କାରଦାସିଆନ୍‌ ଅଲଗା ହେବେ। ଏହା ଗତ ସପ୍ତାହରେ ହିଁ ସତ ହୋଇଛି । ସେମାନେ ପରସ୍ପରକୁ ଛାଡ଼ପତ୍ର ଦେଇଛନ୍ତି । ଏ ନେଇ ହାନା ଆଗରୁ କହି ସାରିଥିଲେ । ତେବେ ଚଳିତ ବର୍ଷ ତାଙ୍କର ଆଉ ଗୋଟିଏ ଭବିଷ୍ୟବାଣୀକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି । ତାଙ୍କ କହିବା କଥା ହେଉଛି, ବ୍ରିଟେନ୍‌ର ମହାରାଣୀ ଏଲିଜାବେଥ୍‌ଙ୍କ ମୃତ୍ୟୁ ଘଟିବ ।

ଏନେଇ ହାନା କହିଛନ୍ତି, ମୋ କହିବା କଥା ସତ ହେଲେ ମୋତେ ଭାରି ଉତ୍ସାହିତ ଲାଗେ ଓ ଆଗକୁ ଭବିଷ୍ୟବାଣୀ କରିବାକୁ ଇଚ୍ଛା ହୁଏ। ମୋ ମନକୁ ଯାହା ଆସେ ତାହା ହିଁ ମୁଁ କୁହେ। ତାହା ପରେ ସତ ହୋଇଯାଏ। ମୁଁ ସବୁବେଳେ ପପ୍ କଲଚର ଓ ସେଲିବ୍ରିଟିଙ୍କ ମଧ୍ୟରେ ରହି ଆସିଛି। ଏଣୁ ସେମାନଙ୍କ ବିଷୟରେ ଭବିଷ୍ୟବାଣୀ କରିବାକୁ ଭଲ ଲାଗେ ବୋଲି କହିଛନ୍ତି ହାନା।

ହାନା ଏହି ଭବିଷ୍ୟବାଣୀ କରି ମାସକୁ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି । ଲୋକଙ୍କ ଉତ୍କଣ୍ଠା ଯେତିକି ବଢୁଛି ହାନାଙ୍କ ବେପାର ସେତି ବଢ଼ି ଚାଲିଛି । ତେଣୁ ସେ ଏହାକୁ ନିଜର ବ୍ୟବସାୟ ବନାଇ ଦେଲେଣି । ତେବେ ହାନାଙ୍କ କହିବା କଥା କି ସେ ଲୋକଙ୍କ ଫଟୋ ଦେଖି ଦିଅନ୍ତି ଏବଂ ତା ପରେ ତାଙ୍କ ମନକୁ ଯାହା ଆସେ ସେ କହି ଦିଅନ୍ତି । ସେ କ୍ୟାରିୟର ହେଉ କି ବିବାହ ଅବା ଘର ପରିବାର ସେ ବିଷୟରେ ଖୋଲାଖୋଲି କହି ଦିଅନ୍ତି । ତା ପରେ ଲୋକଙ୍କ ମେସେଜ୍‌ ଆସେ କି ମୋ କଥା ସତ ହେଲା । ଏହାପରେ ମୋତେ ଭାରି ଖୁସି ଲାଗେ ଏବଂ ମୋର ଉତ୍ସାହ ଆହୁରି ବଢ଼ି ଯାଏ ବୋଲି ହାନା କହିଛନ୍ତି ।

ତେବେ ଦର୍ଶକବହନ୍ଧୁ ହାନାଙ୍କ କଥା ସତ ହଉଛି କି ନାହିଁ ତାହା ତ ପରବର୍ତ୍ତୀ ସମୟ ହିଁ କହିବ । କିନ୍ତୁ କିଛି ଭବିଷ୍ୟବାଣୀ ସତ ହେବା ପରେ ତାଙ୍କ ଉପରେ ବିଶ୍ୱାସ ଆସୁଛି । ତେଣୁ ତାଙ୍କ ଭବିଷ୍ୟବାଣୀକୁ ନେଇ ଲୋକେ ବି ଉତ୍କଣ୍ଠାରେ ଅଛନ୍ତି । ଏହି ଯୁବତୀ ଜଣକ ଅଧିକାଂଶ ଭାବେ ସେଲିବ୍ରିଟିଙ୍କ ଗହଣରେ ରହିଥିବାରୁ ସେମାନଙ୍କୁ ନେଇ ଭବିଷ୍ୟବାଣୀ କରୁଛନ୍ତି । ତେବେ ସାଧାରଣ ଲୋକେ ମଧ୍ୟ ତାଙ୍କ ପାଖରୁ ଭାଗ୍ୟ ଭବିଷ୍ୟତ କଥା ଶୁଣିବାକୁ ଚାହୁଁଛନ୍ତି । ଏହାକୁ ଦେଖି ହାନା ନିଜ କଥାକୁ ନେଇ ବିଜନେସ ଆରମ୍ଭ କରି ଦେଇଛନ୍ତି । ହାନା ଆମେରିକାର ଫକ୍ସବର୍ଗ ବାସିନ୍ଦା । ଏବେ ତାଙ୍କ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଛି ।

ତେବେ ଦର୍ଶକ ବନ୍ଧୁ, ଅନେକ ସମୟରେ ଏଭଳି ଘଟଣାମାନ ସାମନାକୁ ସିନା ଆସେ, ତାହା କେତେ ସତ ଆଉ କେତେ ମିଛ ସମୟ ଅନୁସାରେ ଜଣା ପଡ଼ିଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.