ହରିୟାଣା ନିର୍ବାଚନ ତାରିଖ ବଦଳିଲା,୧ ବଦଳରେ ଅକ୍ଟୋବର ୫ ତାରିଖ ହେବ ମତଦାନ

ବଦଳିଲା ହରିୟାଣା ନିର୍ବାଚନ ପାଇଁ ମତଦାନ ତାରିଖ । ମତଦାନ ଅକ୍ଟୋବର ୧ ବଦଳରେ ଅକ୍ଟୋବର ୫ ତାରିଖରେ ହେବ। ଏହା ସହିତ ଜମ୍ମୁ-କାଶ୍ମୀର ଓ ହରିୟାଣା ନିର୍ବାଚନର ଭୋଟ୍ ଗଣତି ଅକ୍ଟୋବର ୪ ତାରିଖ ବଦଳରେ ଅକ୍ଟୋବର ୮ ତାରିଖକୁ ଘୁଞ୍ଚାଯାଇଛି । ହରିୟାଣା ନିର୍ବାଚନ ତାରିଖ ବଦଳି ଥିବାରୁ ଗଣତି ତାରିଖରେ ମଧ୍ୟ ପରିବର୍ତ୍ତନ ହୋଇଛି । ଏବେ ଅକ୍ଟୋବର ୪ ବଦଳରେ ଅକ୍ଟୋବର ୮ରେ ଉଭୟ ହରିୟାଣା ଓ ଜମ୍ମୁ-କଶ୍ମୀର ବିଧାସଭା ନିର୍ବାଚନର ଭୋଟ ଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ।
ହରିୟାଣା ବିଧାନସଭା ନିର୍ବାଚନ ତାରିଖ ବଦଳି ଥିଲେ ହେଁ ଜମ୍ମୁ-କଶ୍ମୀରରେ ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ରେ ଭୋଟ ହେବକମିଶନ ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ ଜାତୀୟ, ଆଞ୍ଚଳିକ ଦଳ ଓ ବିଷ୍ଣୋଇ ସମାଜ ପକ୍ଷରୁ ତାରିଖ ବଦଳାଇବାକୁ ଦାବି ହୋଇଥିଲା।ନିର୍ବାଚନ ତାରିଖ (ଅକ୍ଟୋବର ୧)କୁ ବଦଳାଯାଉ। କାରଣ ଏହି ତାରିଖରେ ସପ୍ତାହାନ୍ତ, ସାର୍ବଜନୀନ ଛୁଟି ଓ ଧାର୍ମିକ ଉତ୍ସବ ରହୁଛି। ତେଣୁ ସେପ୍ଟେମ୍ବର ୨୯ ଓ ସେପ୍ଟେମ୍ବର ୩୦ ଶନିବାର ଓ ରବିବାର ଛୁଟି ରହିଛି ଏବଂ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ କାରଣରୁ ଅବକାଶ ରହିବ। ନିର୍ବାଚନ ଆୟୋଗ ଏହାକୁ ଗୁରତର ସହ ଗ୍ରହଣ କରି ହରିୟାଣାର ନିର୍ବାଚନ ତାରିଖ ୧କୁ ଘୁଞ୍ଚାଇ ୪ ତାରିଖ ରଖିଛନ୍ତି। ଏଥିସହ ହରିୟାଣା ଓ ଜମ୍ମୁ-କାଶ୍ମୀରର ଭୋଟ୍ ଗଣତି ଅକ୍ଟୋବର ୮ ତାରିଖରେ ହେବ।