ରେୱାଡ଼ି ଗଣଦୁଷ୍କର୍ମ ମାମଲା, ଗଞ୍ଜାମରୁ ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ

ହରିୟାଣା(କେନ୍ଯୁଜ୍) : ବହୁଚର୍ଚ୍ଚିତ ହରିୟାଣା ରେୱାଡ଼ି ଗଣଦୁଷ୍କର୍ମ ମାମଲାରେ ଆଉ ଜଣେ ଅଭିଯୁକ୍ତ ଗଞ୍ଜାମରୁ ଗିରଫ ହୋଇଛି। ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜରୁ ଅଭିଯୁକ୍ତ ଯୁବକ ନବୀନ ଓରଫ୍‌ ନିକୁକୁ ଗିରଫ କରିଛି ପୋଲିସ । ତାକୁ ୧୦ ଦିନିଆ ଟ୍ରାନଜିଟ୍‌ ରିମାଣ୍ଡରେ ନେଇଛି ହରିୟାଣା ପୋଲିସ । ନିକୁ ଏୟାର ଡିଫେନ୍ସ କଲେଜରେ ଟ୍ରେନିଂ ନେଉଥିଲା । ତା ଘର ହରିୟାଣା ମହେନ୍ଦ୍ରଗଡ଼ ନୂଆଗାଁରେ । ଛୁଟିରେ ଗାଁକୁ ଯାଇଥିବାବେଳେ ସେ ଅନ୍ୟମାନଙ୍କ ସହ ମିଶି ଏହି କାଣ୍ଡ ଘଟାଇଥିଲା ଏହି ମାମଲାରେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ପଙ୍କଜଙ୍କ ସମେତ ୫ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ ।

hariyana1 ଗତ ୧୨ ତାରିଖରେ ରେୱାଡିରେ ସିବିଏସ୍‌ଇ ଟପ୍ପର ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଛାତ୍ରୀ ଜଣଙ୍କ ମହେନ୍ଦ୍ରଗଡ଼ ଜିଲ୍ଲା କନିକାରୁ କୋଚିଂ ସାରି ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଅପହରଣ କରି ନେଇଥିଲେ । ନିଶା ଦେଇ ଏକ ପଡ଼ିଆ ନିକଟରେ ଗଣଦୁଷ୍କର୍ମ କରିବା ପରେ ସ୍ଥାନୀୟ ବସଷ୍ଟାଣ୍ଡ ପାଖରେ ଛାଡ଼ି ପଳାଇଥିଲେ ଅଭିଯୁକ୍ତମାନେ । ସେଠାରୁ ଅଚେତ ଅବସ୍ଥାରେ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ ପରିବାର ଲୋକ ।  ଘଟଣାର ତଦନ୍ତ ପାଇଁ ହରିୟାଣା ପୋଲିସ ଏସଆଇଟି ଗଠନ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.