ମାତ୍ର ୮୯୬ ଟଙ୍କା ବ୍ୟୟରେ ପିଲାଙ୍କ ମନରୁ ଗଣିତ ଓ ବିଜ୍ଞାନର ଭୟ ବାହାର କଲେ ଏହି ଶିକ୍ଷକ, ଜାଣନ୍ତୁ କେମିତି

ସାଧାରଣତଃ ଗଣିତ, ବିଜ୍ଞାନ ପରି ବିଷୟ ମାନଙ୍କୁ ଛୋଟ ପିଲା ମାନେ ଏତେଟା ପସନ୍ଦ କରି ନଥାନ୍ତି । ଏବିଷୟ ନାଁ କହିଲା ମାତ୍ରେ ପିଲା ଭୟରେ ପଳେଇଯାନ୍ତି । କିନ୍ତୁ ହରିୟାଣା ରାଜ୍ୟ ହିସାର ଜିଲ୍ଲାର ଜଣେ ପ୍ରାଇମେରୀ ଶିକ୍ଷକ ଏହି ଦୁଇ ବିଷୟ ପଢ଼ାଇବା ପାଇଁ ଏକ ନୂଆ ଫର୍ମୁଲା ବାହାର କରିଛନ୍ତି । ଏହି ଶିକ୍ଷକ ଜଣକ ମାତ୍ର ୮୯୬ ଟଙ୍କା ଉପଯୋଗ କରି ନିଜ ଚେଷ୍ଟାରେ ଏକ ଗଣିତ ଓ ବିଜ୍ଞାନ ଲ୍ୟାବ ପ୍ରସ୍ତୁତ କରିଛନ୍ତି । ଯାହା ଦ୍ୱାରା ପିଲା ମାନଙ୍କୁ ଏହି ବିଷୟ ପ୍ରତି ସହଜରେ ଅକୃଷ୍ଟ କରାଯାଇ ପାରିବ । ଏହାବାଦ ଶିକ୍ଷକ ପଢେଇବା ଶୈଳୀ ମଧ୍ୟ ଖୁବ ନିଆରା । ଅନ୍ୟ ପକ୍ଷରେ ହିସାର ଜିଲ୍ଲାର ଏହି ପ୍ରାଇମେରୀ ଶିକ୍ଷକ ରାଜ କୁମାର ଗୁଣ୍ଡଳୀଙ୍କର ପଢେଇବା ଶୈଳୀ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଅନେକ ଦିନ ଧରି ଲୋକ ମାନଙ୍କ ମଧ୍ୟରେ ସାଧାରଣତ ଏକ ଧାରଣା ଅଛି ଯେ ସରକାରୀ ସ୍କୁଲ ଗୁଡିକରେ ପିଲା ମାନଙ୍କୁ ଠିକ ଭାବେ ଶିକ୍ଷା ମିଳିପାରି ନଥାଏ

ଶିକ୍ଷକ ତଥା ପ୍ରଶାସକ ମାନଙ୍କ ଅବହେଳା କାରଣରୁ ପିଲାଙ୍କ ପାଠ ପଢା ପ୍ରତି ସେତେଟା ଧ୍ୟାନ ଦିଆଯାଇନଥାଏ । କିନ୍ତୁ ରାଜକୁମାର ଗୁଣ୍ଡଳୀ ନିଜ ଚେଷ୍ଟା ଓ ସୀମିତ ସମ୍ବଳ ସାହାଯ୍ୟରେ ଏକ ସରକାରୀ ସ୍କୁଲର ଚିତ୍ର ସମ୍ପୂର୍ଣ୍ଣ ରୂପେ ବଦଳେଇ ଦେଇଛନ୍ତି । ଯାହାକି ବର୍ତ୍ତମାନ ସମୟରେ ଏକ ଇଂରାଜୀ କନଭେଂଟ ସ୍କୁଲର ରୂପ ନେଇଛି । ଟଙ୍କା ଦ୍ୱାରା ପ୍ରସ୍ତୁତ ଏହି ଲ୍ୟାବରେ ଗଣିତ ପରି ଏକ କଷ୍ଟ ବିଷୟକୁ ମ୍ୟାଜିକ ବୋର୍ଡ ମାଧ୍ୟମରେ ହିଁ ପଢ଼ାଯାଇଥାଏ । ଏହା ସହ ସେ ମାତ୍ର ୬୦ ରୁ ୭୦ ଟଙ୍କା ଖର୍ଚ୍ଚ କରି ମ୍ୟାଗନେସିଆଇ ଲେନ୍ସର ବ୍ୟବହାର କରି ଏକ ଛୋଟ ଟିଭି ମଧ୍ୟ ପ୍ରସ୍ତୁତ କରିଛନ୍ତି । ଯାହାକି ସମ୍ପୂର୍ଣ୍ଣ ରୂପେ ମୋବାଇଲ ସହାୟତାରେ ହିଁ ଚାଲିଥାଏ । ରାଜକୁମାରଙ୍କ ଏହି ପ୍ରୟାସ ଦ୍ୱାରା ମଧ୍ୟ ଦେଖାଯାଉଛି କି ପିଲାଙ୍କର ସ୍କୁଲ ଆସିବା ସହ ପାଠ ପଢା ପ୍ରତି ଆଗ୍ରହ ମଧ୍ୟ ଖୁବ ବଢିଛି ।

ବିଶେଷ ଭାବେ ତାଙ୍କ ପ୍ରସ୍ତୁତ ଲ୍ୟାବ ହିଁ ଛୋଟ ପିଲା ମାନଙ୍କୁ ବେଶୀ ଆକୃଷ୍ଟ କରୁଛି । ମ୍ୟଜିକ ବୋର୍ଡରେ ଅଙ୍କ କଷିବା ପାଇଁ ମଧ୍ୟ ପିଲା ମାନେ ଆଗ୍ରହ ରଖୁଛନ୍ତି । ରାଜ କୁମାର ପୁରୁଣା ଘୋଷ ପଦ୍ଦତିରେ ପିଲାଙ୍କୁ ପଢ଼ାଇବା ଆଦୌ ପସନ୍ଦ କରି ନ ଥାନ୍ତି । ପ୍ରାକ୍ଟିକାଲ ମାଧ୍ୟମରେ ପଢିଲେ ପିଲାମାନେ ଭଲରେ ଗ୍ରହଣ କରିପାରିବେ ବୋଲି ରାଜ କୁମାର ମତ ଦିଅନ୍ତି । ପ୍ରଧାନ ଶିକ୍ଷକ, ଅନ୍ୟାନ ସ୍କୁଲ ଷ୍ଟାଫଙ୍କ ସମେତ ସମସ୍ତେ ରାଜ କୁମାରଙ୍କ ଏହି ପ୍ରୟାସକୁ ଖୁବ ପ୍ରଶଂସା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.