ହରିୟାଣା : ବିଜେପିକୁ ଝଟକା, ପଦରୁ ଇସ୍ତଫା ଦେଲେ କ୍ୟାବିନେଟ ମନ୍ତ୍ରୀ ରଣଜୀତ ସିଂ ଚୌଟାଲା

ହରିୟାଣାରେ ବିଜେପି ଟିକେଟ ବଣ୍ଟନକୁ ନେଇ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କ୍ୟାବିନେଟ ମନ୍ତ୍ରୀ ରଣଜୀତ ସିଂ ଚୌଟାଲା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ରାନିୟାରେ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ରହିଛନ୍ତି ମନ୍ତ୍ରୀ ରଣଜୀତ । ତେବେ ଏହାକୁ ନେଇ ରଣଜୀତ ସିଂ କହିଛନ୍ତି, ସେ ଯେମିତି ବି ହେଉ ରାନିୟାରୁ ବିଧାନସଭା ନିର୍ବାଚନ ଲଢିବେ ।
ଖବର ମୁତାବକ, ବିଜେପି ତାଙ୍କୁ ଡବବାଲିରୁ ନିର୍ବାଚନ ଲଢିବା ପାଇଁ ଅଫର ଦେଇଥିଲା, କିନ୍ତୁ ସେ ମନା କରିଦେଇଥିଲେ । ସେ ରୋଡ ଶୋ କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । କିନ୍ତୁ ଟିକେଟ ଯୋଗୁଁ ଅସନ୍ତୁଷ୍ଟ ହେବାରୁ ସେ ଅନ୍ୟ କୌଣସି ପାର୍ଟି କିମ୍ବା ସ୍ୱାଧୀନ ଭାବେ ନିର୍ବାଚନ ଲଢିବେ ବୋଲି କହିଛନ୍ତି ।
ହରିୟାଣାରେ ଟିକେଟ ବଣ୍ଟନ ପରେ ବିଜେପିରେ ବଡ ନେତା ଇସ୍ତଫା ଦେଇଛନ୍ତି । ଏହାପୂର୍ବରୁ ରତିୟା ସିଟରୁ ବିଜେପି ବିଧାୟକ ଲକ୍ଷ୍ମଣ ନାପା ବିଜେପି ଛାଡିଛନ୍ତି । ସେ ବିଜେପିର ପ୍ରାଥମିକତା ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ରତିୟାରୁ ଟିକେଟ ନ ମିଳିବାରୁ ଅସନ୍ତୋଷ ଥିଲେ । ଏହି ସିଣୁ ବିଜେପିର ପୂର୍ବ ସାଂସଦ ସୁନୀତା ଦୁଗ୍ଗଲଙ୍କୁ ଟିକେଟ ମିଳିଛି । କିଛି ନେତା ବ୍ୟକ୍ତିଗତ କାରଣ ଯୋଗୁଁ ଇସ୍ତଫା ଦେଇଛନ୍ତି । ଏହାଛଡା ହରିୟାଣା ବିଜେପି ଓବିସି ମୋର୍ଚ୍ଚାର ପ୍ରଦେଶ ଅଧ୍ୟକ୍ଷ ଏବଂ ପୂର୍ବ ମନ୍ତ୍ରୀ କର୍ଣ୍ଣଦେବ କମ୍ପୋଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।
ସୂଚନାଯୋଗ୍ୟ, ବିଜେପି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ୬୭ ପ୍ରାର୍ଥୀଙ୍କ ଲିଷ୍ଟ ଜାରି କରିଛି । ପ୍ରଥମ ଲିଷ୍ଟ ଅନୁସାରେ ବିଜେପି ୯ ବିଜେପି ବିଧାୟକଙ୍କ ଟିକେଟ କଟିଥିଲା । ଏଥିରେ କେନ୍ଦ୍ର ମନ୍ତ୍ରୀ ଇନ୍ଦ୍ରଜିତ ସିଂଙ୍କ ଝିଅ, ସାଂସଦ କିରଣ ଚୌଧୁରୀ ଏବଂ କୁଲଦୀପ ବିଷ୍ଣୋଇଙ୍କ ପୁଅଙ୍କ ଟିକେଟ କଟିଥିଲା । ବିଜେପିର ୧୭ ଜଣ ବିଧାୟକ ଏବଂ ୮ ମନ୍ତ୍ରୀ ରିପଟ୍ ହୋଇଛନ୍ତି । ଦୁଇ ମନ୍ତ୍ରୀଙ୍କ ଟିକେଟ ମଧ୍ୟ କଟିଛି ।