ଦେଶ ବିଦେଶ

ବିଗିଡିଲା ହରିୟାଣା ମୁଖ୍ଯମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସ୍ବାସ୍ଥ୍ଯବସ୍ଥା, ହସପିଟାଲରେ ଭର୍ତ୍ତି

ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। ହରିୟାଣା ସିଏମ୍ ବର୍ତ୍ତମାନ ହିମାଚଳ ପ୍ରଦେଶ ଗସ୍ତରେ ଅଛନ୍ତି। ସେ ଶୁକ୍ରବାର ସନ୍ଧ୍ୟାରେ ହିମାଚଳ ପ୍ରଦେଶରେ ପହଞ୍ଚିଥିଲେ।

ଶନିବାର ତାଙ୍କ ରାଜ୍ୟକୁ ଫେରିବା ପାଇଁ ଏକ କାର୍ଯ୍ୟକ୍ରମ ଥିଲା। କିନ୍ତୁ ଶ୍ୱାସକ୍ରିୟାରେ ସମସ୍ୟା ଥିବା ସେ ଅଭିଯୋଗ କରିଛନ୍ତି। ଏହା ପରେ ତାଙ୍କୁ ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ସିଏମ୍ ଖଟ୍ଟରଙ୍କ ଅବସ୍ଥା ସ୍ଥିର ରହିଛି। ଡାକ୍ତରଙ୍କ ଟିମ୍ ତାଙ୍କ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖିଛନ୍ତି। ଅଗଷ୍ଟ ମାସରେ ସିଏମ୍ ଖଟ୍ଟର କରୋନାରେ ସଂକ୍ରମିତ ହୋଇଥିଲେ। ଅବଶ୍ୟ, ତାଙ୍କର କରୋନା ରିପୋର୍ଟ ଦୁଇ ସପ୍ତାହ ପାଇଁ କ୍ବାରେଣ୍ଟାଇନରେ ରହିବା ପରେ ନେଗେଟିଭ ଆସିଥିଲା।

Swagatika

Recent Posts

ବର୍ଷକରେ କେତେଥର ଏସି ସର୍ଭିସିଂ କରିବା ଉଚିତ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଦକ୍ଷତା ଏବଂ ଜୀବନକାଳ ବୃଦ୍ଧି ପାଇଁ ଏୟାର କଣ୍ଡିସନର (AC) ର ନିୟମିତ ସର୍ଭିସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବର୍ଷକୁ…

21 mins ago

ବୌଦ୍ଧ ଜିଲ୍ଲାରୁ ସପ୍ତମ ବର୍ଷ ପାଇଁ ପୁରୀକୁ ଗଡିଲା ରଥ କାଠ ଗାଡି

କଣ୍ଟାମାଳ(କେନ୍ୟୁଜ): ହରିବୋଲ, ହୁଳହୁଳି ଶବ୍ଦରେ ଫାଟି ପଡୁଛି ସାରା ଅଞ୍ଚଳ । ଶହ ଶହ ଭକ୍ତ ଭାବବିହ୍ୱଳ ହେବା ସହିତ…

50 mins ago

ରଥଯାତ୍ରାକୁ ନେଇ ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସମୀକ୍ଷା ବୈଠକ

ରଥଯାତ୍ରାକୁ ନେଇ ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସମୀକ୍ଷା ବୈଠକ। ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ…

57 mins ago

ସରପଞ୍ଚ ହେବା ପୂର୍ବରୁ ମୂଲ ଲାଗୁଥିଲେ, ଆଉ ଏବେବି ଶ୍ରମିକମାନଙ୍କ ସହ ମିଶି କରୁଛନ୍ତି ସେହି କାମ

ନୂଆପଡା(କେନ୍ୟୁଜ): ସାଧାରଣତଃ ନିର୍ବାଚନରେ ବିଜୟୀ ହେବା ପରେ ପ୍ରାୟତଃ ଜନପ୍ରତିନିଧିମାନେ ପ୍ରଚୁର ଅର୍ଥ ଉପାର୍ଜନ କରି ଗାଡି ଓ ବଙ୍ଗଳା…

1 hour ago

ଦୀର୍ଘ ସମୟ ହେଲା ନାଳରେ ଫସି ରହିଛନ୍ତି ୩ ହାତୀ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ନରସିଂହପୁର: ବିପଦରେ ଗଜରାଜ । ତାଙ୍କୁ ଦେଖିବା ପାଇଁ ଲୋକଙ୍କର ନାହିଁ ନଥିବା ଭିଡ଼ । କିଏ ହୋ ହୋ…

2 hours ago

ଜମି ଜମା ବିବାଦକୁ ନେଇ ଖଣ୍ଡାରେ ହାଣିଲା ବଡ଼ ଭାଇ, ଘଟଣାସ୍ଥଳରେ ସାନ ଭାଇର ମୃତ୍ୟୁ

ମୟୁରଭଞ୍ଜ : ଜମି ଜମା ବିବାଦକୁ ନେଇ କରୁଣ ପରିଣିତି । ସାନ ଭାଇକୁ ଖଣ୍ଡାରେ ହାଣିଲା ବଡ଼ ଭାଇ…

2 hours ago