ହରିୟାଣାର ମୁଖମନ୍ତ୍ରୀ ନାୟବ ସିଂ ସାଇନି ସେନା ଏବଂ ସିଆରପିଏଫରେ ସହିଦ ହୋଇଥିବା ପରିବାରଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ପ୍ରଦେଶଙ୍କ ସରକାର ସହିଦଙ୍କ ପରିବାର ପାଇଁ ଅନୁକମ୍ପା ରାଶିକୁ ବୃଦ୍ଧି କରିଛନ୍ତି । ଏହାସହିତ ହିନ୍ଦୀ ଆନ୍ଦୋଳନ ମାତୃଭାଷାର ସତ୍ୟାଗ୍ରହ କରୁଥିବା ଲୋକଙ୍କ ପେନସନ ରାଶି ମଧ୍ୟ ବୃଦ୍ଧି କରିଛନ୍ତି ।
ସିଏମ ନାଏବ ସିଂହ ସାଇନି କହିଛନ୍ତି ସେନା ଏବଂ ସିଆରପିଏଫରେ ସହୀଦଙ୍କ ପରିବାରକୁ ୫୦ ଲକ୍ଷରୁ ଅନୁକମ୍ପା ରାଶି ୧ କୋଟି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ୧୯୫୭ରେ ଦିନ୍ଦୀ ଆନ୍ଦୋଳନ ମାତୁଭାଷାରେ ସତାଗ୍ରହୀ ମାନଙ୍କ ମାସିକ ପେନସନ ୧୫ ହଜାର ରହିଥିଲା ତାହାକୁ ବୃଦ୍ଧି କରାଯାଇ ୨୦ ହଜାର ଟଙ୍କା କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।
ହରିୟାଣା କ୍ୟାବିନେଟରେ ଏକ ବୌଠକ ପରେ ଏକ ପ୍ରେସ କନଫରେନ୍ସରେ ସିଏମ ନାଏବ ସିଂ ସାଇନି କହିଛନ୍ତି ଆମେ ମନ୍ତ୍ରୀ ମଣ୍ଡଳର ଏକ ବୈଠକରେ ସଂଶୋଧନ ପ୍ରବନ୍ଧନ ପ୍ରଣାଳୀ ( ଏଚ ଆର ଏମ ଏସ ) ପ୍ରଶାସନ ନୀତି ୨୦୨୪ ଫର୍ମାଟକୁ ମଧ୍ୟ ଅନୁମୋଦନ କରାଯାଇଛି । କର୍ମଚାରୀଙ୍କୁ ସେବା ରେକର୍ଡର ଏଚଆରଏମଏସରେ ସାମିଲ କରାଯାଇଛି । କର୍ମଚାରୀଙ୍କୁ ସର୍ଭିସ ସମନ୍ଧରେ ସମସ୍ତ ତଥ୍ୟ ବଜାଇ ରଖିବା ସହ ସେମାନଙ୍କ ହିତରେ ନିର୍ଣ୍ଣୟ କରିବାକୁ ହେଲେ ସମସ୍ତ ସୁଚନା ଗୋଟିଏ ସ୍ଥାନରେ ହିଁ ଉପଲବ୍ଧ ହେବ ।
ସେ କହିଛନ୍ତି ଏଚଆରଏମଏସରୁ ଆମେ ଜାଣିବାକୁ ଚାହିଛୁ କି ଏହି ବିଭାଗ ପାଖରେ କେତେ ଲୋକ ଅଛନ୍ତି ତାହାର ତଥ୍ୟ ରହିଛି କିନ୍ତୁ କେତେ ଲୋକ ଅବସର ନେଇଛନ୍ତି ସେ ସମ୍ପର୍କରେ କିଛି ତଥ ନାହିଁ । ଏହାକୁ ଆହୁରି ଆଗକୁ ନେବାପାଇଁ ସ୍ଥିର କରାଯାଇଛି ।