ଦେଶ ବିଦେଶ

ରିଷଭ ପନ୍ତଙ୍କୁ ଉଦ୍ଧାର କରିଥିବା ବସ୍‌ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ସମ୍ମାନିତ କରିବେ ହରିୟାଣା ସରକାର

କ୍ରିକେଟର ରିଷଭ ପନ୍ତଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବାକୁ ସହାୟତା କରିଥିବା ବସ୍‌ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ସମ୍ମାନିତ କରିବେ ହରିୟାଣା ସରକାର। ରିଷଭଙ୍କ କାର ଶୁକ୍ରବାର ଦିନ(୩୦ ଡିସେମ୍ବର) ଦିନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପନ୍ତଙ୍କ ମୁଣ୍ଡ, ଗୋଡ ଏବଂ ହାତରେ ଗୁରୁତର ଆଘାତ ଲାଗିଛି । ଏହାଛଡା ପିଠି ଏବଂ ଶରୀରର ଅନ୍ୟ ଭାଗରେ ମଧ୍ୟ ଆଘାତ ଲାଗିଛି । ଏହି ଦୁର୍ଘଟଣା ପରେ ବସ୍‌ ଡ୍ରାଇଭର ଜଣକ ଭଗବାନ ସାଜି ପନ୍ତଙ୍କ ଜୀବନ ବଞ୍ଚାଇଥିଲେ । ବସ୍‌ ଡ୍ରାଇଭର ଜଣକ ବସ୍‌କୁ ଅଟକାଇ ପନ୍ତଙ୍କୁ ଜଳୁଥିବା କାର ନିକଟରୁ କାଢି ଆଣି ହସପିଟାଲକୁ ପଠାଇଥିଲେ ।

ସୂଚନାଯୋଗ୍ୟ, ରିଷଭଙ୍କ ଗାଡି ଉତ୍ତରାଖଣ୍ଡର ରୁର୍କୀରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରିଷଭଙ୍କ ଆଖି ଲାଗିଯିବାରୁ ଡିଭାଡରରେ ପିଟି ହୋଇ କାର୍ରେ ନିଆଁ ଲାଗିଯାଇଥିଲା। କାରରେ ସଂପୂର୍ଣ୍ଣ ନିଆଁ ଲାଗିଯାଇଥିବା ବେଳେ ରିଷଭ କାରର କାଚ ଭାଙ୍ଗି ବାହାରକୁ ଡେଇଁ ପଡିଥିଲେ । ଏହି ସମୟରେ ସାମ୍ନାପଟୁ ଆସୁଥିବା ଏକ ବସ୍ ଦୁର୍ଘଟଣା ଦେଖି ଅଟକିଯାଇଥିଲା। ସେଇ ବସରେ ଥିବା ଡ୍ରାଇଭର ସୁଶୀଲ ଏବଂ କଣ୍ଡକ୍ଟର ପରମଜିତ ତୁରନ୍ତ ଦୁର୍ଘଟଣାଗ୍ରସ୍ତ କାରକୁ ପାଖକୁ ଯାଇ ଋଷଭ ପନ୍ତଙ୍କଙ୍କୁ କାର ଭିତରୁ ଉଦ୍ଧାର କରିଥିଲେ। ଆଉ ଉଦ୍ଧାର କରିବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ପଠାଇଥିଲେ। ରିଷଭଙ୍କୁ ସହାୟତା କରିଥିବା ବସ୍‌ ଡ୍ରାଇଭର ସୁଶୀଲ ଏବଂ କଣ୍ଡକ୍ଟର ପରମଜିତ ହରିୟାଣା ରୋଡେଓ୍ଵଜର ପାନିପତ ଡିପୋରେ କାମ କରନ୍ତି । ଅନ୍ୟମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ।

ଏହାକୁ ନେଇ ସୁଶୀଲ କହିଛନ୍ତି, ମୁଁ ହରିୟାଣା ରୋଡେଓ୍ଵଜରେ ଡ୍ରାଇଭର ଭାବେ କାମ କରେ । ମୁଁ ହରିଦ୍ୱାରରୁ ଫେରୁଥିଲୁ । ସେତେବେଳେ ୨୦୦ ମିଟର ଦୂରରୁ ଦେଖିଲି କି, ୬୦-୭୦ ସ୍ପିଡରେ ଆସୁଥିବା ଏକ କାର ଡିଭାଇଡରରେ ପିଟି ହୋଇଯାଇଛି । ଆଉ ବସ୍‌କୁ ରୋକିବାକୁ ୫୦ ମିଟର ଚେଷ୍ଟା କରିଥିଲି ।

ତେବେ ଡ୍ରାଇଭର ଜଣକ ପନ୍ତ କିଏ ଜାଣି ନାହାନ୍ତି। କିନ୍ତୁ ତାଙ୍କୁ ଉଦ୍ଧାର କରି ତୁରନ୍ତ ଆମ୍ବୁଲାନ୍ସ ଯୋଗାଡ଼ କରି ମେଡିକାଲ ନେବା ବ୍ୟବସ୍ଥା କରିଥିଲେ । ବସ୍‌କୁ ଅଟକାଇ ଡ୍ରାଇଭର ରିଷଭଙ୍କ ପାଖକୁ ଯାଇଥିବା ବେଳେ ରିଷଭ ତାଙ୍କୁ ମା’ଙ୍କୁ ଡାକିବାକୁ କହିଥିଲେ। କିନ୍ତୁ ଏହି ସମୟରେ ତାଙ୍କ ଫୋନ୍ ସୁଇଚ୍ ଅଫ୍ ଥିଲା। ତେବେ ମୁଁ କ୍ରିକେଟ ଦେଖେ ନାହିଁ। ମୁଁ ବି ଜାଣି ନଥିଲି ସେ ହେଉଛନ୍ତି ଋଷଭ ପନ୍ତ। କିନ୍ତୁ ମୋ ବସର ଅନ୍ୟ ଯାତ୍ରୀମାନେ ତାଙ୍କୁ ଚିହ୍ନିପାରି ଥିଲେ। ଆଉ ସେହି କାରରେ ଥିବା ଏକ ବ୍ୟାଗରୁ ୮ ହଜାର ଟଙ୍କା ପାଇଁ ଆମ୍ବୁଲାନ୍ସ ଯୋଗାଡ କରି ହସପିଟାଲ ପଠାଇଥିଲି ।

ସୂଚନା ଅନୁଯାୟୀ, ପନ୍ତ ଆଜି ସକାଳେ ଉତ୍ତରାଖଣ୍ଡର ରୁର୍କୀ ଯାଉଥିବା ବେଳେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏସୟୁଭି କାରଟି ଖୁବ୍ ଦ୍ରୁତଗିତରେ ଆସୁଥିବାରୁ ଦୁର୍ଘଟଣା ପରେ ଜଳି ଯାଇଥିଲା। ସେ କାର୍ ଚଳାଇ ଯାଉଥିବା ବେଳେ ହଠାତ୍ ଘୁମେଇ ପଡ଼ିଥିଲେ। ଫଳରେ କାରଟି ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲା । ତାଙ୍କୁ ଉତ୍ତରାଖଣ୍ଡର ଡେରାଡୁନରେ ଥିବା ମାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କ ଏଭଳି ମାନବିକତା ପାଇଁ ତାଙ୍କୁ ହରିୟାଣା ସରକାରଙ୍କ ତରଫରୁ ସମ୍ମାନିତ କରାଯିବ ବୋଲି ଖବର ମିଳିଛି ।

Swagatika

Recent Posts

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

12 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

1 hour ago

ଅନ୍ତର୍ଜାତୀୟ ଯୋଗ ଦିବସରେ କାଶ୍ମୀର ମାଟିରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ଆଜି ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ ।…

1 hour ago

ଆସନ୍ତାକାଲି ସ୍ନାନପୂର୍ଣ୍ଣିମା: ଭୋର ୪ ଟାରୁ ୬ଟା ମଧ୍ଯରେ ହେବ ମହାପ୍ରଭୁଙ୍କ ପହଣ୍ଡି ବିଜେ

ପୁରୀ (କେନ୍ୟୁଜ):  ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ…

1 hour ago

କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ।  ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ…

2 hours ago

ଆଜିର ପେଟ୍ରୋଲ ଦର; ଘରୁ ବାହାରିବା ପୂର୍ବରୁ ଯାଞ୍ଚ କରନ୍ତୁ ମୂଲ୍ୟ

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

2 hours ago