ହରିଆଣାର IPS ଅଧିକାରୀଙ୍କ ଜୀବନହାରିବା ଘଟଣା, DGP, SPଙ୍କ ବିରୋଧରେ ମାମଲା ରୁଜୁ

ହରିଆଣା: IPS ଅଧିକାରୀଙ୍କ ଆତ୍ମହତ୍ୟା ମାମଲାରେ ହରିଆଣା DGP, SPଙ୍କ ବିରୋଧରେ ମାମଲା ରୁଜୁ । ହରିଆଣା ଡିଜିପି ଶତ୍ରୁଜିତ ସିଂ କପୁର ଓ ରୋହତକ SP ନରେନ୍ଦ୍ର ବିଜାରନିଆଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଦିବଙ୍ଗତ ଆଇପିଏସ ଅଧିକାରୀ ୱାଇ ପୂରଣ କୁମାରଙ୍କ IAS ପତ୍ନୀ ଅମନୀତ କୁମାର ସ୍ୱାମୀଙ୍କୁ ଆତ୍ମହତ୍ୟା କରିବା ପାଇଁ ଉଭୟ ପ୍ରବର୍ତ୍ତାଇଥିବାର ସଙ୍ଗୀନ ଅଭିଯୋଗ କରିଥିଲେ ।

ଏହି ମାମଲା ଚଣ୍ଡିଗଡ଼ର ସେକ୍ଟର ୧୧ ପୋଲିସ୍ ଷ୍ଟେସନରେ BNS ଦଫା ଓ ଅନୁସୂଚିତ ଜାତି,ଅନୁସୂଚିତ ଜନଜାତି ଅଧିନିୟମ ୧୯୮୯ର ୩(୧)(r) ଅନୁସାରେ ମାମଲା ରୁଜୁ କରାଯାଇଛି । BNSର ଦଫା ୧୦୮ ଅନୁସାରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଦଫା ଲାଗିଛି । ଗତ ୭ ତାରିଖରେ ହରିଆଣା କ୍ୟାଡର ବରିଷ୍ଠ ଆଇପିଏସ ଅଧିକାରୀ ୱାଇ ପୂରଣ କୁମାର ନିଜ ବାସଭବନରେ ଆତ୍ମହତ୍ୟା କରିଥିଲେ । ବେସମେଣ୍ଟରେ ଥିବା ସାଉଣ୍ଡ ପ୍ରୁଫ ରୁମରେ ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ପୂରଣ କୁମାର ଆତ୍ମହତ୍ୟା କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ବେଳେ ୮ ପୃଷ୍ଠାର ସୁଇସାଇଡ ନୋଟ ପାଇଥିଲା । ଏଥିରେ ଚାକିରି ସମସ୍ୟା ବିଷୟରେ ଉଲ୍ଲେଖ ଅଛି ।

Also read : ଗାଜାରେ ଯୁଦ୍ଧବିରତି ଚୁକ୍ତିକୁ ଇସ୍ରାଏଲ କ୍ୟାବିନଟ୍‌ର ମଞ୍ଜୁରୀ, ବନ୍ଦୀ ହୋଇ ରହିଥିବା ସମସ୍ତ ବ୍ୟକ୍ତିଙ୍କୁ ମୁକ୍ତ…