ମଥୁରାରୁ ଦର୍ଶନ ସାରି ଫେରୁଥିଲେ, ଚଳନ୍ତା ବସ୍‌ରେ ଲାଗିଲା ନିଆଁ; ୮ ଜୀବନ୍ତ ଦଗ୍ଧ

ଜଳିଗଲା ଟୁରିଷ୍ଟ ବସ୍ । ଗାଡ଼ିରେ ନିଆଁ ଲାଗି ୮ ଜୀବନ୍ତ ଦଗ୍ଧ । ୨୪ ଗୁରୁତର ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ସମସ୍ତଙ୍କର ଚିକିତ୍ସା ଜାରି ରହିଛି । ହରିୟାଣାର ନୁହ ଅଞ୍ଚଳରେ ଏହି ଅଘଟଣ ଘଟିଛି। ବସରେ ମୋଟ୍ ୬୦ ଜଣ ତୀର୍ଥଯାତ୍ରୀ ଥିଲେ। ଗତକାଲି ରାତି ପ୍ରାୟ ୧ଟା ୩୦ରେ ଏହି ଅଘଟଣ ଘଟିଛି। ତେବେ ବସରେ କିପରି ନିଆଁ ଲାଗିଲା ସେନେଇ କାରଣ ଜଣାପଡିନି। ମଥୁରା ଓ ବୃନ୍ଦାବନରେ ଦର୍ଶନ ସାରି ଫେରୁଥିବା ବେଳେ ଏହି ଅଘଟଣ ଘଟିଥିବା ସୂଚନା ରହିଛି ।

ନୂଆଦିଲ୍ଲୀ : ଜଳିଗଲା ଟୁରିଷ୍ଟ ବସ୍ । ଗାଡ଼ିରେ ନିଆଁ ଲାଗି ୮ ଜୀବନ୍ତ ଦଗ୍ଧ  । ୨୪ ଗୁରୁତର ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ସମସ୍ତଙ୍କର ଚିକିତ୍ସା ଜାରି ରହିଛି । ହରିୟାଣାର ନୁହ ଅଞ୍ଚଳରେ ଏହି ଅଘଟଣ ଘଟିଛି। ବସରେ ମୋଟ୍ ୬୦ ଜଣ ତୀର୍ଥଯାତ୍ରୀ ଥିଲେ। ଗତକାଲି ରାତି ପ୍ରାୟ ୧ଟା ୩୦ରେ ଏହି ଅଘଟଣ ଘଟିଛି। ତେବେ ବସରେ କିପରି ନିଆଁ ଲାଗିଲା ସେନେଇ କାରଣ ଜଣାପଡିନି। ମଥୁରା ଓ ବୃନ୍ଦାବନରେ ଦର୍ଶନ ସାରି ଫେରୁଥିବା ବେଳେ ଏହି ଅଘଟଣ ଘଟିଥିବା ସୂଚନା ରହିଛି । ସମସ୍ତ ଆହତ ଓ ମୃତକ ଚଣ୍ଡିଗଡ ଓ ପଞ୍ଜାବର ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ହରିୟାଣାର ନୁହ ଜିଲ୍ଲାରେ କୁଣ୍ଡଲୀ ମାନେସର ପଲଓ୍ବଲ ଏକ୍ସପ୍ରେସ ଓ୍ବେରେ ଏକ ଚଳନ୍ତା ଟୁରିଷ୍ଟ ବସରେ ଅଚାନକ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ଦେଖୁ ଦେଖୁ ସମ୍ପୂର୍ଣ୍ଣ ବସଟି ନିଆଁର କବଳରେ ଆସି ଜଳି ପୋଡି ପାଉଁଶ ହୋଇଯାଇଥିଲା । ଏଥିରେ ୮ ଜଣ ଶ୍ରଦ୍ଧାଳୁ ନିଆଁର କବଳରେ ଆସି ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨୪ ଜଣ ପୋଡି ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଥିଲେ। ଏହାପରେ ଗାଡ଼ି ଭିତରୁ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ସେମାନେ ବିଲରେ କାମ କରୁଥିବା ବେଳେ ବିଳମ୍ବିତ ରାତିର ପାଖାପାଖି ୧.୩୦ ସୁଦ୍ଧା ରାସ୍ତାରେ ଏକ ଚଳନ୍ତା ବସର ପଛପଟେ ନିଆଁ ଲାଗିଯାଇଥିବା ଦେଖିଥିଲେ । ସେମାନେ ଡ୍ରାଇଭରକୁ ହାତ ହଲାଇ ବସ ରୋକିବାକୁ କହିଥିଲେ ହେଲେ ବସ ଡ୍ରାଇଭର ତାଙ୍କ କଥା ଶୁଣିପାରିନଥିଲେ । ଏହାପରେ କିଛି ଯୁବକ ବାଇକ୍‌ରେ ବସ୍‌ ପିଛା କରି ଚାଳକଙ୍କୁ ଖବର ଦେବାରୁ ସେ ତୁରନ୍ତ ବସ୍‌ଟିକୁ ଅଟକାଇଥିଲେ। ମାତ୍ର ସେତେବେଳକୁ ବସ୍‌ରେ ନିଆଁ ବ୍ୟାପି ଯାଇଥିଲା।

Leave A Reply

Your email address will not be published.