ଅଧରାତିରେ ଚୋରି କରି ମାଛ ଖାଇବା ଇଚ୍ଛା ଯୋଗୁଁ ଚାଲିଗଲା ଜୀବନ, ପୋଲିସ କରୁଛି ତଦନ୍ତ

ହରିୟାଣାର ଝଜ୍ଜରର ଚାନ୍ଦୋଲ ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏହି ଗ୍ରାମର ଜଣେ ଯୁବକଙ୍କୁ ମାଛ ଚୋରି କରି ଖାଇବା ତାଙ୍କ ପାଇଁ ମାହାଙ୍ଗା ପଡିଛି । ଏଥିପାଇଁ ତାଙ୍କ ଜୀବନ ଚାଲିଯାଇଛି। ମାଛ ଚୋରି କରୁଥିବା ସମୟରେ ଗାଁ ଲୋକେ ଧରି ତାଙ୍କୁ ପିଟି ପିଟି ମାରିଦେଇଛନ୍ତି।

ବାସ୍ତବରେ,ଏହି ଘଟଣାଟି ଛପାର ଗାଁରେ ଘଟିଛି। ଯେଉଁଠାରେ ଚାନ୍ଦୋଲର ବାସିନ୍ଦା ୩୭ ବର୍ଷିୟ ଅନିଲ ମହନତ୍ ଜଣେ ଶ୍ରମିକ ଭାବରେ କାମ କରି ରୋଜଗାର କରୁଥିଲେ । ସେ, ତାଙ୍କ ଭଉଣୀ ଜ୍ୱାଇଁ ପୱନ ଏବଂ ଅନ୍ୟ ଜଣେ ସାଥୀଙ୍କ ସହିତ ମାଛ ଖାଇବା ଇଛାକୁ ପୂରଣ କରିବା ପାଇଁ ଛପାର ଗ୍ରାମକୁ ଯାଇଥିଲେ।
ଛପାର ଗାଁର ଜୋହଡରେ ଥିବା ପୋଖରୀରେ ପ୍ରଚୁର ମାଛ ରହିଛି ବୋଲିଅନିଲ ଜାଣିଥିଲେ। ତେଣୁ ସେ ରାତି ଅଧରେ ଛପାର ଗାଁର ଜୋହଡରୁ ମାଛ ଧରିବାକୁ ଯାଇଥିଲେ । ସେହି ସମୟରେ ପୱନ ରାସ୍ତାରେ ବାଇକ୍ ନିକଟରେ ଠିଆ ହୋଇଥିଲେ ଏବଂ ଅନିଲ ତାଙ୍କ ଅନ୍ୟ ସାଥୀ ସହିତ ଜୋହଡ଼ରୁ ମାଛ ଆଣିବାକୁ ଚେଷ୍ଟା କରିଥିଲେ।

ସେହି ସମୟରେ ଲୋକ ମାନେ ଘଟଣାସ୍ଥଳରେ ପହଞ୍ଚି ଅନିଲ ଏବଂ ତାଙ୍କ ସାଥୀଙ୍କୁ ଧରିଥିଲେ। ସୁଯୋଗ ପାଇବା ପରେ ଅନିଲଙ୍କ ସାଙ୍ଗ ସେଠାରୁ ପଳାଇ ଯାଇଥିବା ବେଳେ ଅନିଲଙ୍କୁ ସ୍ଥାନୀୟ ଲୋକମାନେ ପିଟିପିଟି ଗୁରୁତର କରିଦେଇଥିଲେ। ପରେ ଚାନ୍ଦୋଲ ଗ୍ରାମ ନିକଟରେ ଅଚେତ ଅବସ୍ଥାରେ ପଡିଥିବା ଦେଖି ତାଙ୍କ ପରିବାର ସଦସ୍ୟଙ୍କୁ ଜଣାଇଥିଲେ। ପରେ ଅନିଲଙ୍କୁ ଗୁରୁତର ଅବସ୍ଥାରେ ଝଜ୍ଜରର ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଠାରେ ଡାକ୍ତରମାନେ ଅନିଲଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.