ହାଥରସ ଦଳାଚକଟା: ଥାନାରେ ରୁଜୁ ହେଲା ମାମଲା, ହେଲେ ଏଫଆଇଆରରେ ନାହିଁ ଭୋଳା ବାବାଙ୍କ ନାମ
ହାଥରସରେ ସତସଙ୍ଗ କାର୍ଯ୍ୟକ୍ରମରେ ଦଳାଚକଟାରେ ୧୨୧ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ପୋଲିସ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି । ପୋଲିସ ଭାରତୀୟ ନ୍ୟାୟ ସଂହିତା(ବିଏନଏସ), ୨୦୨୩ ଧାରା ୧୦୫, ୧୧୦, ୧୨୬(୨), ୨୨୩ ଏବଂ ୨୩୮ ଅଧିନରେ ଭୋଳା ବାବାଙ୍କ ମୁଖ୍ୟ ସେବାଦାର ଦେବପ୍ରକାଶ ମଧୁକର ଏବଂ ଧାର୍ମିକ ଆୟୋଜନ କରୁଥିବା ଅନ୍ୟ ଆୟୋଜକଙ୍କ ନାମରେ ମାମଲା ରୁଜୁ ହୋଇଛି । କିନ୍ତୁ ଏହି ଏଫଆଇଆରରେ ଭୋଳା ବାବାଙ୍କ ନାମ ନାହିଁ ।
ଏହି ମାମଲା ହାଥରସର ସିକନ୍ଦରାରାଉ ଥାନାରେ ଜୁଲାଇ ୨ ତାରିଖ ରାତି ୧୦.୧୮ ମିନିଟରେ ରୁଜୁ ହୋଇଛି । ଏଫଆଇଆରରେ ବ୍ରିଜେଶ ପାଣ୍ଡେ ନାମକ ଏକ ବ୍ୟକ୍ତି ଦାୟର କରିଛନ୍ତି । ମୁଖ୍ୟ ସେବାଦାର ଦେବପ୍ରକାଶଙ୍କ ନାମରେ ମାମଲା ରୁଜୁ ହୋଇଛି । ସେ ହାଥରସର ସିକନ୍ଦରାରାଉରେ ଦମଦପୁରାରେ ରୁହନ୍ତି ।
ଉତ୍ତରପ୍ରଦେଶ ହାଥରସର ରତିଭାନପୁରରେ ସତସଙ୍ଗ କାର୍ଯ୍ୟକ୍ରମରେ ଧର୍ମଗୁରୁ ଭୋଲେବାବା ଓରଫ୍ ନାରାୟଣ ସାକାରଙ୍କ ସତସଙ୍ଗରେ ଥିଲେ ୨ ଲକ୍ଷରୁ ଅଧିକ ଭିଡ ଥିଲେ । ପ୍ରବଳ ସଂଖ୍ୟାରେ ଶ୍ରଦ୍ଧାଳୁ ବାବାଙ୍କ ପାଦ ଛୁଇଁବାକୁ ଏବଂ ବାହାରିବାକୁ
ଉଦ୍ୟମ କରିବା ବେଳେ ଦଳାଚକଟା ହୋଇ ସତସଙ୍ଗ୍ ପାଲିଟିଗଲା ଶ୍ମଶାନ । ଦଳାଚକଟାରେ ୧୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି। ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଏସଡିଏମ ରିପୋର୍ଟରେ ଖୁଲାସା ହୋଇଛି କି, ସତସଙ୍ଗରେ ୨ ଲକ୍ଷରୁ ଅଧିକ ଭିଡ ଥିଲେ । ବାବା ସତସଙ୍ଗରୁ ବାହାରକୁ ବାହାରିବା ବେଳେ ଲୋକେ ତାଙ୍କ ପଛରେ ଦୌଡିଥିଲେ । ବାବାଙ୍କ ଚରଣ ଧୂଳି ନବା ପାଇଁ ଲୋକେ ଦୌଡିବା ବେଳେ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଏବଂ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଫଳରେ କିଛି ଲୋକ ତଳେ ପଡିଯାଇଥିଲେ । ଏଗଜିଟ ଏବଂ ଏଣ୍ଟ୍ରି ପଏଣ୍ଟ ହୋଇନଥିଲା । ଭୋଲେବାବାଙ୍କ ଯିବା ରାସ୍ତାରେ ବ୍ୟାରିକେଡ ନଥିଲା । ଭିଡ ହିସାବରେ କୁଲର ଏବଂ ପଙ୍ଖା ନଥିଲା ସ୍ଥାନ କମ୍ ଥିଲା, ଭେଣ୍ଟିଲେଟର ନଥିଲା । ଏହାପରେ ଏଭଳି ଦଳାଚକଟା ସ୍ଥିତି ଉପୁଜିଥିଲା ।
ଘଟଣା ପରେ ଭୋଲେବାବା ଫେରାର ଅଛନ୍ତି । ସତସଙ୍ଗ ଆୟୋଜକଙ୍କ ନାଁରେ ଏତଲା ରୁଜୁ ହୋଇଛି । ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ । ସଭାସ୍ଥଳରେ ଲୋକଙ୍କ ବାହାରିବା ପାଇଁ ରାସ୍ତା ନଥିଲା । ଏତେ ବଡ ଆୟୋଜନରେ SOP ପାଳନ କରାଯାଇନଥିବା ଜଣାପଡ଼ିଛି । ଅତ୍ୟଧିକ ଭିଡ ସହ ଆନୁଷଙ୍ଗିକ ବ୍ୟବସ୍ଥା ସଠିକ୍ ନଥିବା, ଅତ୍ୟଧିକ ଗରମ ଗୁଳୁଗୁଳିରେ ଅଣ ନିଶ୍ବାସୀ ହୋଇପଡ଼ିଥିଲେ ଶ୍ରଦ୍ଧାଳୁ। ପୋଲିସ ଅଧିକ ତଦନ୍ତ କରୁଛି ।