ଇମାରାନ ଗାଦି ଉପରେ ଆସିଲା ସଙ୍କଟ, ଲୁଚାଇଲେ ଝିଅର ବାପା ହେବା ତଥ୍ୟ

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ବିରୋଧରେ ଲାହୋର ହାଇକୋର୍ଟରେ ଏକ ଅଭିଯୋଗ ଦାଖଲ ହୋଇଛି। ଅଦାଲତ ଏହି ଅଭିଯୋଗକୁ ସ୍ବୀକାର କରିଥିବା ବେଳେ ଏନେଇ ସୋମବାର ଦିନ ଶୁଣାଣି ହେବ ବୋଲି କୁହାଯାଇଛି। ଅଭିଯୋଗରେ କୁହାଯାଇଛି କି, ପିଏମ୍ ଇମରାନ ନିଷ୍ଠାବାନ ଏବଂ ଧର୍ମପରାୟଣ ନୁହଁନ୍ତି। କାରଣ ସେ ୨୦୧୮ ମସିହାର ନିର୍ବାଚନ ସମୟରେ ନାମାଙ୍କନ ପତ୍ରରେ ଗୋଟିଏ ଝିଅର ପିତା ବୋଲି ଉଲ୍ଲେଖ କରିନଥିଲେ।

ପାକିସ୍ତାନର ଏକ ଖବର କାଗଜରେ ଲେଖାଯାଇଥିବା ରିପୋର୍ଟ ମୁତାବକ, ହାଇକୋର୍ଟ ଶୁଣାଣି ପାଇଁ ଅଭିଯୋଗକୁ ସ୍ବୀକାର କରିଛନ୍ତି। ଯେଉଁଥିରେ ଇମରାନ ସମ୍ବିଧାନର ଧାରା ୬୨ ଏବଂ ୬୩ରେ ବର୍ଣ୍ଣିତ ନିୟମକୁ ଉଲଂଘନ କରିଛନ୍ତି। ଫଳରେ ସେ ସାଂସଦର ସଦସ୍ଯ ହେବା ପାଇଁଥିବା ମୁଖ୍ଯ ନିୟମକୁ ଉଲଂଘନ କରିଥିବା ଜଣାପଡିଛି।

ଅଭିଯୋଗରେ ଦାବି କରାଯାଇଛି, ୨୦୧୮ ମସିହାର ନିର୍ବାଚନ ପାଇଁ ଦାଖଲ କରାଯାଇଥିବା ନାମାଙ୍କନ ପତ୍ରରେ ଇମରାନ ଖାନ, ଟାୟରିନ ଜେଡ଼ ଖାନଙ୍କ କଥିତ ପିତା କଥାକୁ ଲୁଚାଇଛନ୍ତି। ଏନେଇ ଲାହୋର ହାଇକୋର୍ଟ ଇମରାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବାହାର କରାଯାଉ ବୋଲି ଆବେଦନ କରିଛି। ଆପଣଙ୍କୁ କହିବାକୁ ଚାହିଁବୁ, ଜାନୁଆରୀ ୨୧ ତାରିଖରେ ଇସଲାମାବାଦର ହାଇକୋର୍ଟ ଏଭଳି ଏକ ଅଭିଯୋଗକୁ ଭୁଲ ପ୍ରମାଣିତ କରିଥିଲା। କାରଣ ସେଥିରେ କିଛି ବ୍ଯକ୍ତିଗତ ମାମଲା ସାମିଲ ରହିଥିଲା।

ନିଶ୍ଚିତ ପଢ଼ନ୍ତୁ: ଡରିଯାଇଛି ପାକିସ୍ତାନ, ଲୁଚିଛପି ଏହି ଫାଇଟର ବିମାନକୁ ଚୀନ ସହ ମିଶି କରୁଛି ଅପଗ୍ରେଡ୍

ସୂଚନାଯୋଗ୍ଯ କି, ଏହା ପୂର୍ବରୁ ମଧ୍ୟ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନବାଜ ଶରୀକଙ୍କ ବିରୋଧଷର କୋର୍ଟରେ ଭ୍ରଷ୍ଠାଚାରର ମାମଲା ରୁଜୁ ଥିଲା। ଯେଉଁଥିପାଇଁ ସେ ଦୋଷୀ ସାବ୍ଯସ୍ଯ ମଧ୍ୟ ହୋଇଥିଲେ। ଫଳରେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ମଧ୍ୟ ଛାଡିବାକୁ ପଡିଥିଲା। ଏହି ମାମଲା ତାଙ୍କ ଲଣ୍ଡନ ସ୍ଥିତ ଧନସଂମ୍ପତି ଉପରେ ଲାଗୁ ହୋଇଥିଲା।

KNews Bureau

Recent Posts

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

10 mins ago

ବାରବାଟୀରେ ଖେଳାଯିବ ଓ୍ଵାନ-ଡେ ମ୍ୟାଚ୍‌, ଫେବ୍ରୁଆରୀ ୯ରେ ହେବ ଖେଳ

କେନ୍ୟୁଜ(ବ୍ୟୁରୋ) : ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଓ୍ଵାନ ଡେ ମ୍ୟାଚ୍‌ । ୨୦୨୫ ଫେବ୍ରୁଆରୀ ୯ ତାରିଖ ରବିବାରରେ ଖେଳାଯିବ…

12 mins ago

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

26 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

27 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

1 hour ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

1 hour ago