ହାତରେ ୫ – ୫ ଟା ମୁଦି ଆଉ କଡା ପିନ୍ଧୁଛ, ଏଥିରୁ ଜଣା ପଡୁଛି ତୁମେ କଣ : ଯୁବତୀଙ୍କୁ ପୋଲିସ ବାବୁଙ୍କ ଲଜ୍ଜାଜନକ ଟିପ୍ପଣୀ

ହାତରେ ୫ – ୫ଟା ମୁଦି ଆଉ କଡା ପିନ୍ଧୁଛ, ଏଥିରୁ ଜଣା ପଡୁଛି ତୁମେ କଣ । ଜଣେ ଯୁବତୀଙ୍କୁ ଏଭଳି ଏକ ଲଜ୍ଜାଜନକ ଟିପ୍ପଣୀ ଦେଇଛନ୍ତି ଜଣେ ପୋଲିସ୍ ଅଫିସର । ଘଟଣାଟି ହେଉଛି ଉତ୍ତରପ୍ରଦେଶ କାନପୁରର । ଥାନା ମଧ୍ୟରେ ହୋଇଥିବା ପୋଲିସ୍ ବାବୁଙ୍କ ଏହି କଥା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ସୂଚନା ମୂତାବକ, ପୀଡିତା ଅଞ୍ଜଳିଙ୍କ ସହ କିଛି ପିଲା ରାସ୍ତାରେ ଅଶ୍ଳୀଳ ବ୍ୟବହାର କରିଥିଲେ । ଏହାର ବିରୋଧ କରିବାରୁ ତାଙ୍କୁ ଏବଂ ତାଙ୍କ ଭାଇଙ୍କୁ ଅଭିଯୁକ୍ତ ମାନେ ମାଡ ମାରିଥିଲେ । ଏନେଇ କାନପୁରର ନଜିରାବାଦ ଥାନାରେ ନିଜ ମାଙ୍କ ସହ ପହଂଚିଥିଲେ ଅଞ୍ଜଳି । ତେବେ ଥାନାରେ ପହଂଚିବା ପରେ ଅଞ୍ଜଳିଙ୍କ ସହ ସେଠାରେ ଥିବା ଇନସ୍ପେକ୍ଟର ଲଜ୍ଜାଜନକ ଟିପ୍ପଣୀ ଦେଇଥିଲେ ।

ଅଞ୍ଜଳିଙ୍କୁ ଦେଖି ପୋଲିସ୍ ଜଣକ କହିଥିଲେ ହାତରେ ୫ – ୫ଟା ମୁଦି ଆଉ କଡା ପିନ୍ଧୁଛ, ଏଥିରୁ ଜଣା ପଡୁଛି ତମେ କଣ । ଏହାପରେ ଅଞ୍ଜଳିଙ୍କ ମା’ କହିଥିଲେ ଗହଣା ତ ସମସ୍ତେ ପିନ୍ଧନ୍ତି । ବାସ୍ ଏତିକିରେ ଉତକ୍ଷିପ୍ତ ହୋଇପଡିଥିଲେ ପୋଲସ୍ ଜଣକ । ଆଉ ଏଫଆଇଆରକୁ ଚିରି ଦେଇ ନିଜ ମନ ମୂତାବକ ଆଉ ଏକ ଏଫଆଇଆର ଲେଖିଥିଲେ । ଏବେ ଏହି ଘଟଣାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଅନ୍ୟପଟେ ଘଟଣାଟି ସାମ୍ନାକୁ ଆସିବା ପରେ ଉକ୍ତ ପୋଲିସଙ୍କ ବିରୋଧରେ କୌଣସି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.