ଲକ୍‍ଡାଉନ ନିୟମର ଉଲ୍ଲଙ୍ଘନ କଲେ ଏହି ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ, ହରାଇବାକୁ ପଡିଲା ପଦବୀ

କରୋନା ସଂକ୍ରମଣ ଯୋଗୁଁ ବିଶ୍ୱର ପ୍ରାୟତଃ ସବୁ ସ୍ଥାନରେ ଲକ୍‍ଡାଉନ ଘୋଷଣା କରାଯାଇଛି । ଏହାକୁ ଅବମାନନା କଲେ ଭିନ୍ନ ଦେଶରେ ଭିନ୍ନ ଦଣ୍ଡ ମଧ୍ୟ ମିଳୁଛି । କିନ୍ତୁ ନ୍ୟୁଜଲାଣ୍ଡଙ୍କ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କ୍ଷେତ୍ରରେ ବତିକ୍ରମ ଦେଖାଦେଇଛି । ଏଥିପାଇଁ ସ୍ୱାସ୍ଥ୍ରମନ୍ତ୍ରୀଙ୍କୁ ପଦବୀ ହରାଇବାକୁ ପଡିଛି ।

new

ସୂଚନାଯୋଗ୍ୟ, ନ୍ୟୁଜଲାଣ୍ଡରେ କରୋନା ସଂକ୍ରମଣ ରୋକିବା ପାଇଁ କଡା ପଦକ୍ଷେପ ନେଇଛନ୍ତି ଏବଂ ଏହାକୁ ଭାଙ୍ଗୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା ପଦକ୍ଷେପ ସରକାର ନେଉଛନ୍ତି । ଯାହାର ପରିଣାମ ସ୍ୱାସ୍ଥ୍ୟ ମନ୍ତ୍ରୀ ଡେଭିଡ କ୍ଲାର୍କକୁ ଭୋଗିବାକୁ ପଡିଛି । ନ୍ୟୁଜଲାଣ୍ଡର ପ୍ରଧାନମନ୍ତ୍ରୀ ଜୋସିଣ୍ଡା ଆର୍ଡର୍ନ ସ୍ୱାସ୍ଥ୍ୟମନ୍ତ୍ରୀ ପଦବୀରୁ ଡେଭିଡକୁ ହଟାଇ ତାଙ୍କୁ ଜୁନିଅର ର‌୍ୟାଙ୍କର ମନ୍ତ୍ରୀ କରିଛନ୍ତି । ଏହାପରେ ଡେଭିଡ ନିଜର ଦୋଷକୁ ସ୍ୱୀକାର କରିଛନ୍ତି । ଡେଭିଡ କହିଛନ୍ତି, ସମଗ୍ର ଦେଶ ଲକଡାଉନରେ ଥିବା ବେଳେ ସେ ଏହାର ନିୟମ ଉଲ୍ଲଙ୍ଘନ କରିଛନ୍ତି ।  ନିଜ ଘରେ ନିଜ ପରିବାର ସହିତ ରହି ଅନ୍ୟମାନଙ୍କୁ ଏହା ବିଷୟରେ ସଚେତନ କରିଥାନ୍ତେ କିନ୍ତୁ ସେ ଏପରି କରିନାହାନ୍ତି, ଯାହା ପାଇଁ ମୁଁ ଲଜ୍ଜିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.