ଡିଗ୍ରୀ ନେବା ବେଳେ ‘ବ୍ଲାକ୍‌ ଗାଉନ୍‌-ହ୍ୟାଟ୍‌’ ଜାଗାରେ ମେଡିକାଲ୍‌ ଛାତ୍ରଛାତ୍ରୀ ପିନ୍ଧିବେ ଭାରତୀୟ ପୋଷାକ

ଭାରତର ମେଡିକାଲ୍‌ ଶିକ୍ଷାନୁଷ୍ଠାନଗୁଡ଼ିକର ସମାବର୍ତ୍ତନ ସମାରୋହରେ ଏବେ ଆଉ ବ୍ଲାକ୍‌ ଗାଉନ୍‌ ଓ ହ୍ୟାଟ୍‌ ଗ୍ରହଣୀୟ ହେବ ନାହିଁ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କେନ୍ଦ୍ରୀୟ ହସ୍ପିଟାଲଗୁଡ଼ିକୁ ସମାବର୍ତ୍ତନ ସମାରୋହରେ ବ୍ଲାକ୍‌ ଗାଉନ୍‌ ଓ ହ୍ୟାଟ୍‌ ବଦଳରେ ଭାରତୀୟ ପୋଷାକ ଡିଜାଇନ୍‌ କରାଇବାକୁ କହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା କେନ୍ଦ୍ରୀୟ ହସ୍ପିଟାଲର ମୁଖ୍ୟମାନଙ୍କୁ ଏ ସମ୍ପର୍କରେ ଚିଠି ଲେଖାଯାଇଛି ।

ଏହି ଚିଠିରେ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ସମାବର୍ତ୍ତନ ସମାରୋହରେ ବ୍ୟବହୃତ କୋନୋନିଆଲ୍‌ ଡ୍ରେସ୍ କୋଡ୍‌ ବ୍ଲାକ୍ ଗାଉନ୍ ଓ ହ୍ୟାଟ୍‌କୁ ଭାରତୀୟ ପୋଷାକରେ ପରିବର୍ତ୍ତନ କରିବେ । ସମାବର୍ତ୍ତନ ସମ୍ମିଳନୀର ଡ୍ରେସ୍ କୋଡ୍ ରାଜ୍ୟର ବେଶଭୂଷା ଏବଂ ପରମ୍ପରା ଆଧାରରେ ହେବା ଉଚିତ୍ ବୋଲି ମନ୍ତ୍ରଣାଳୟ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like