ନାଗରିକତା ଆଇନ ଉପରେ ଲାଗିବନି ରୋକ, ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ କେନ୍ଦ୍ର ସରକରାଙ୍କୁ ମିଳିଲା ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ(କେନ୍ୟୁଜ୍): ନାଗରିକତା ସଂଶୋଧନ ଆଇନ ଉପରେ ରୋକ ନେଇ ଆବେଦନକୁ ସୁପ୍ରିମ କୋର୍ଟଙ୍କ ଅଗ୍ରାହ୍ୟ। ସିଏଏ ନେଇ ସମସ୍ତ ଆବେଦନର ଶୁଣାଣି ସାମ୍ବିଧାନିକ ଖଣ୍ଡପୀଠରେ ହେବ। ସିଏଏର ବୈଧତା ଓ ଏହାକୁ ରୋକ ଲଗାଇବାକୁ ହୋଇଥିବା ୧୪୦ରୁ ଅଧିକ ମାମଲାର ଶୁଣାଣି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟଙ୍କ ୩ଜଣିଆ ଖଣ୍ଡପୀଠ। ପ୍ରଧାନ ବିଚାରପତି ଜଷ୍ଟିସ ଏସ. ଏ. ବୋବଡେ, ଜଷ୍ଟିସ ଅବଦୁଲ ନାଜିର ଓ ଜଷ୍ଟିସ ସଂଜୀବ ଖାନ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ସିଏଏ ବିରୋଧରେ ହୋଇଥିବା ଆବେଦନର ନେଇ ଜବାବ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ୪ସପ୍ତାହ ସମୟ ଦେଇଛନ୍ତି ।

ଏହାସହ ଆସାମ, ଉତ୍ତରପ୍ରଦେଶ ଓ ପୂର୍ବୋତ୍ତର ରାଜ୍ୟମାନଙ୍କୁ ନେଇ ହୋଇଥିବା ଆବେଦନକୁ ଅଲଗା କ୍ୟାଟାଗୋରୀରେ ରଖି ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସାମ ସଂପର୍କିତ ଆବେଦନ ପାଇଁ ଦୁଇସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ । ସେହିପରି ନୂଆ ଆବେଦନ ପାଇଁ ମଧ୍ୟ ରୋକ ଲଗାଯାଇପାରିବ ନାହିଁ। ପ୍ରତି ଆବେଦନ ପାଇଁ ଜଣେ ଲେଖାଏଁ ଆଇନଜୀବୀଙ୍କୁ ମଧ୍ୟ ସୁଯୋଗ ମିଳିବ । ସିଏଏ ଉପରେ ରୋକ ଲଗାଇବା ନେଇ ଶୁଣାଣି ପାଞ୍ଚଜଣିଆ ଖଣ୍ଡପୀଠରେ କରିବାକୁ ସୁପ୍ରିମ କୋର୍ଟ କହିଛନ୍ତି । ପାଞ୍ଚଜଣିଆ ସାମ୍ବିଧାନିକ ପୀଠ ଗଠନ ହେବା ପରେ ଏହାର ଶୁଣାଣି ଆରମ୍ଭ ହେବ ।

ନାଗରିକତା ସଂଶୋଧନ ଆଇନ- ସିଏଏକୁ ନେଇ ବିଭିନ୍ନ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ବିଚାରଧିନ ସମସ୍ତ ମାମଲାକୁ ଶୁଣାଣି ଏକ ସଂଗେ କରିବା ପାଇଁ ପୂର୍ବରୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । ଗତ ମାସ ୧୮ ତାରିଖରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏ ନେଇ ନୋଟିସ କରିଥିଲେ । ଏହାସହ ଜାନୁଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ପ୍ରସ୍ତାବରେ କେନ୍ଦ୍ର ସରକାର ତାଙ୍କର ମତ ଦେବା ପରେ ସମସ୍ତ ମାମଲା ଏବେ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର ହୋଇଛି ।

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

2 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

12 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

46 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

54 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago