ନିର୍ଭୟା ମାମଲା : ମୁକେଶ ଆବେଦନର ଶୁଣାଣି ଶେଷ ହେଲା, ଆସନ୍ତାକାଲି ରାୟ ଦେବେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ : ନିର୍ଭୟା କାଣ୍ଡର ଅନ୍ୟତମ ଦୋଷୀ ମୁକେଶ ସିଂହର ଆବେଦନ ଉପରେ ଆଜି ଶୁଣାଣି ହେବା ପରେ ସୁପ୍ରିମ୍‌ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଆଜି ଦିନ ୧୨ଟା ବେଳେ ଶୁଣାଣି ଆରମ୍ଭ ହୋଇଥିଲା ଏବଂ ଭୋଜନ ବିରତି ପରେ ରାୟ ସଂରକ୍ଷିତ ରଖି ଆସନ୍ତାକାଲି ଫଇସଲା ଜଣାଇବେ ବୋଲି ଜଣାଇଥିଲେ ।
ଜଷ୍ଟିସ୍‌ ଆର. ଭାନୁମତୀ, ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଜଷ୍ଟିସ୍‌ ଏସ୍‌ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଫାଶୀ ପାଇବାକୁ ଥିବା ଦୋଷୀ ମୁକେଶ ରାଜକ୍ଷମା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିଥିଲା । ତେବେ ରାଷ୍ଟ୍ରପତି ଏହାକୁ ଖାରଜ କରି ଦେଇଥିଲେ । ଯାହାକୁ ଚ୍ୟାଲେଞ୍ଜ କରି ଏହାର ଆଇନ୍‌ଗତ ବିଚାର କରିବା ଲାଗି ମୁକେଶର ଓକିଲ ସୁପ୍ରିମ୍‌ କୋର୍ଟରେ ପିଟିସନ୍‌ ଦାଖଲ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.