ଡାକ୍ତରଖାନାରେ ସ୍ବାମୀଙ୍କ ମୃତ୍ୟୁ ଆଶଙ୍କା କରି ଚାରି ମହଲାରୁ ଡେଇଁଲେ ସ୍ତ୍ରୀ, ତାପରେ ଯାହା ହେଲା….

ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଜାଣିବା ମାତ୍ରକେ ଆଖିରୁ ଲୁହକୁ ଅଟକାଇବା କଷ୍ଟ ହୋଇପଡିବ । ସ୍ବାମୀ ସ୍ତ୍ରୀ ମଧ୍ଯରେ ଥିବା ସମ୍ପର୍କର ଏଭଳି ଏକ କାହାଣି ଯାହା ସ୍ତବ୍ଧ କରିଦେଇଛି ଏହି ଦୁନିଆକୁ । ଏଭଳି ଏକ ଘଟଣା ଘଟିଛି ଭୋପାଳର କୋଲାର ସ୍ବରୂପ ସାଇନାଥ ନଗର ଠାରେ ।

ଘଟଣାଟି ହେଉଛି ସ୍ବାମୀଙ୍କ ସ୍ବାସ୍ଥ୍ଯବସ୍ଥା ଖରାପ ହେଉଥିବା ନେଇ ଅନୁମାନ କରି ଏକ ନିର୍ମାଣଧିନ କୋଠାର ୪ର୍ଥ ମହଲାରୁ ଡେଇଁ ଜଣେ ମହିଳା ଆତ୍ମହତ୍ଯା କରିଛନ୍ତି । ଏହା ଶୁଣି ଆପଣ ଆଶ୍ଚର୍ଯ୍ଯ ହେବେ କି ଉକ୍ତ ମହିଳା ଜଣଙ୍କ ୭ମାସର ଗର୍ଭବତୀ ଥିବାବେଳେ ତାଙ୍କ କୋଳରେ ଜନ୍ମ ଅପେକ୍ଷାରେ ଥିଲେ ଯାଆଁଳା ଶିଶୁ ।

କଣ ଥିଲା ଘଟଣା:

୧୨ ନଭେମ୍ବର । ନିଜ ସ୍ବାମୀ ମନୋଜଙ୍କୁ କାଶ ଏବଂ ଜ୍ବର ନଛାଡିବାରୁ ଗାୟତ୍ରୀ ସ୍ବାମୀଙ୍କ ଚେକଅପ୍ ପାଇଁ ବଂସଲ ହସ୍ପିଟାଲରେ ପହଁଞ୍ଚିଥିଲେ । ସେଠାରେ ଡାକ୍ତର ମନୋଜଙ୍କ ଅବସ୍ଥା ଦେଖି ତାଙ୍କୁ ହସ୍ପିଟାଲରେ ଆଡମିସନ୍ କରିଦେଲେ । ତେବେ ମନୋଜ ସ୍ତ୍ରୀ ଗାୟତ୍ରୀ ଗର୍ଭବତୀ ଥିବାରୁ ତାଙ୍କୁ ସେଠାରୁ ଯିବା ପାଇଁ କହିଥିଲେ ଏବଂ ହସ୍ପିଟାଲକୁ ନଆସିବାକୁ ପରାମର୍ଶ ଦେଇଥିଲେ ।

ତେବେ ସୋମବାର ଦ୍ବିପ୍ରହରରେ ଗାୟତ୍ରୀ ସ୍ବାମୀଙ୍କ ସ୍ବାସ୍ଥ୍ଯ ସମ୍ପର୍କରେ ବୁଝିବା ପାଇଁ ତାଙ୍କ ଦିଅର ତରୁଣଙ୍କୁ ଫୋନ୍ କରିଥିଲେ ଏବଂ ସ୍ବାମୀଙ୍କ ଅବସ୍ଥା ସମ୍ପର୍କରେ ପଚାରିଥିଲେ । ସେତେବେଳେ ତରୁଣ ନିଜ ଭାଉଜଙ୍କୁ ହସ୍ପିଟାଲକୁ ଶିଘ୍ର ଆସିବାକୁ କହିଥିଲେ । ଗାୟତ୍ରୀଙ୍କୁ ହସ୍ପିଟାଲ ଆଣିବା ପାଇଁ ତରୁଣ ନିଜ ପଡୋଶୀଙ୍କୁ ଗାଡି କାଢିବାକୁ ଫୋନ୍ ରେ କହିଥିଲେ । ଗାୟତ୍ରୀ ଏକ ସାଲୱାର ସୁଟ୍ ପିନ୍ଧି ନିଜର ଫ୍ଳାଟ୍ ତଳକୁ ଆସିଥିଲେ ଏବଂ ଚାଲି ଚାଲି ଗେଟ୍ ବାହାରକୁ ପଳାଇଯାଇଥିଲେ । ଆସ୍ତେ ଆସ୍ତେ ଚାଲି ନିଜ ଫ୍ଳାଟ୍ ର ତିନୋଟି ଫ୍ଳାଟ୍ ଛାଡି ଥିବା ଏକ ନିର୍ମାଣଧିନ କୋଠା ଉପରକୁ ଯାଇ ତାହାର ୪ର୍ଥ ମହଲାରୁ ପାଖାପାଖି ୪୦ ଫୁଟ୍ ଉଚ୍ଚରୁ ଡେଇଁ ପଡିଥିଲେ ଗାୟତ୍ରୀ । ଏହାପରେ ସେ ପ୍ରଥମେ କଲୋନୀର ବାଉଣ୍ଡ୍ରିୱାଲ ଉପରେ ଲାଗିଥିବା ଗ୍ରିଲ୍ ଉପରେ ମାଡ ହୋଇ ରାସ୍ତାରେ ଆସି ପଡିଥିଲେ ।

ସେଠାରୁ ସାଙ୍ଗେ ସାଙ୍ଗେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ଅଣାଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗାୟତ୍ରୀ ନିଜର ଯାଆଁଳା ଶିଶୁଙ୍କୁ ଜନ୍ମଦେବା ପରେ ଆଖି ବୁଜି ଦେଇଥିଲେ । ଶିଶୁଙ୍କ ମଧ୍ଯରେ ଗୋଟେ ପୁତ୍ର ଏବଂ ଗୋଟେ କନ୍ଯା ସନ୍ତାନ ଜନ୍ମ ନେଇଥିଲେ ଗାୟତ୍ରୀ । କିନ୍ତୁ ଦୁଃଖର ବିଷୟ ଡାକ୍ତର ଉଭୟ ଶିଶୁଙ୍କୁ ଭେଣ୍ଟିଲେଟର ସାହାର୍ଯ୍ଯରେ ମାତ୍ର ୩ ଘଂଟା ପର୍ଯ୍ଯନ୍ତ ହିଁ ବଞ୍ଚାଇ ରଖିପାରିଥିଲେ । ଶିଶୁ ଯୁଇଟିଙ୍କର ମୃତ୍ଯୁ ହେବାର କିଛି ସମୟ ପରେ ସ୍ବାମୀ ମନୋଜ ଯିଏକି ନିମୋନିଆରେ ପୀଡିତ ହୋଇ ହସ୍ପିଟାଲରେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଥିଲେ ତାଙ୍କର ମଧ୍ଯ ପ୍ରାଣବାୟୁ ଉଡିଯାଇଥିଲା ।

୧୦ ବର୍ଷ ପରେ ଘରେ ଶୁଭିଥାନ୍ତା କୁଆଁକୁଆଁ ଡାକ:

ଗାୟତ୍ରୀଙ୍କ ବଡ ଭାଇ ନରେଶଙ୍କ କହିବା ମୁତାବକ ଉଭୟ ୧୦ ବର୍ଷ ତଳେ ପ୍ରେମ ବିବାହ କରିଥିବାବେଳେ, ବିବାହର ୧୦ ବର୍ଷ ପରେ ଗାୟତ୍ରୀ ମାଆ ହେବାକୁ ଯାଉଥିଲେ । ବହୁତ ଡାକ୍ତରଙ୍କ ପରାମର୍ଶ ନେବା ପରେ ଦୀର୍ଘ ଦିନ ପରେ ଗାୟତ୍ରୀ ମାଆ ହେବାକୁ ଯାଉଥିଲେ । ଯେଉଁଥି ପାଇଁ ଉଭୟ ପରିବାର ମଧ୍ଯରେ ଖୁସିର ଲହରୀ ଖେଳିଯାଇଥିଲା ।

ସାଢେ ଚାରି ଘଣ୍ଟାରେ ଲିଭିଗଲା ଚାରୋଟି ଜୀବନ ଦୀପ :

ସୋମବାର ଦ୍ବିପ୍ରହର ୧.୩୦ ମିନିଟ୍ ରେ ଗାୟତ୍ରୀ ଆତ୍ମହତ୍ଯା କରିଥିଲେ । ୨ଟା ବେଳେ ବେହୋସ ଗାୟତ୍ରୀ ଯାଆଁଳା ସନ୍ତାନକୁ ଜନ୍ମ ଦେବା ପରେ ଜୀବନ ହାରିଥିଲେ । ଅପରାହ୍ନ ୫ଟା ବେଳେ ପ୍ରାୟ ତିନି ଘଣ୍ଟା ପରେ ଉଭୟ ଶିଶୁଙ୍କ ମୃତ୍ଯୁ ହୋଇଥିଲା । ଏହାପରେ ୬ଟା ବେଳେ ଭେଣ୍ଟିଲେଟରେ ଥିବା ମନୋଜଙ୍କ ନିଶ୍ବାସ ମଧ୍ଯ ବନ୍ଦ ହୋଇଯାଇଥିଲା ।

 

Sonalisa

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

2 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

19 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

33 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

46 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

47 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago